Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||
  • ସାଲେପୁର : ଟ୍ରକକୁ ଧକ୍କାଦେଲା ଆଉ ଏକ ଟ୍ରକ, ଜଣେ ମୃତ
  • ||

ଅମାନିଆ ନେପାଳ: ନକ୍ସା ବିବାଦ ପରେ ଏବେ ରୋକିଲା ବନ୍ଧ ମରାମତି କାମ, ବିହାରରେ ଜଳ ପ୍ରଳୟର ବିପଦ

22/06/2020 at 3:54 PM

ନୂଆଦିଲ୍ଲୀ ୨୨।୦୬: ଭାରତ-ନେପାଳ ମଧ୍ୟରେ ଚାଲିଥିବା ସୀମା ବିବାଦର ପ୍ରଭାବ ଏବେ  ବିହାର ଉପରେ ପଡିବା ଆରମ୍ଭ ହୋଇଛି। ଭାରତର ତିନୋଟି  ଅଞ୍ଚଳକୁ ନିଜର ନକ୍ସାରେ ସାମିଲ କରାଇବା ପରେ ଏବେ ନେପାଳ ଭାରତ ସରକାରଙ୍କ ସାମ୍ନାରେ ଆଉ ଗୋଟିଏ ସମସ୍ୟା ଛିଡା କରାଇଛନ୍ତି। ନେପାଳ ସରକାର ପୂର୍ବ ଚମ୍ପାଚରଣର ଢାକା ଅନୁମଣ୍ଡଳରେ ଲାଲ ବକେୟା ନଦୀରେ ନିର୍ମିତ ଡ୍ୟାମ୍‌ର ପୁନଃନିର୍ମାଣ କାର୍ଯ୍ୟରେ ବାଧା ସୃଷ୍ଟି କରୁଛି। ଏହି କାରଣରୁ ବିହାରର ଏକ ଭାଗରେ ବନ୍ୟାର ବିପଦ ଦେଖା ଦେଇଛି। ବିହାର ସରକାର ଏହି ସମ୍ବନ୍ଧରେ ବୈଦେଶିକ ମନ୍ତ୍ରଣାଳୟକୁ ପତ୍ର ଲେଖିବାକୁ ଯାଉଛନ୍ତି।

ବିହାରର ଜଳ ସମ୍ବଳ ମନ୍ତ୍ରୀ ସଞ୍ଜୟ କୁମାର ଝା କହିଛନ୍ତି ନେପାଳ ଗଣ୍ଡକ ବନ୍ଧର ମରାମତି କାର୍ଯ୍ୟ ପାଇଁ ଅନୁମତି ଦେଉ ନାହିଁ। ସେ କହିଛନ୍ତି ଯେ, ଗଣ୍ଡକ ବ୍ୟାରେଜ୍‌ର ୩୬ଟି ଗେଟ୍ ରହିଛି। ଏଥିରୁ ୧୮ଟି ଗେଟ୍ ନେପାଳରେ ରହିଛି। ଭାରତ ଭାଗରେ ଥିବା ଅବଶିଷ୍ଟ ଗେଟ୍‌ ପର୍ଯ୍ୟନ୍ତ ବନ୍ଧର ସଫେଇ ଓ ମରାମତି କାମ ପୂରା ହୋଇ ସାରିଛି। ଅନ୍ୟପଟେ ନେପାଳ ଭାଗରେ ପଡୁଥିବା ଗେଟ୍‌ ପର୍ଯ୍ୟନ୍ତ ବନ୍ଧର ମରାମତି କାମ ହୋଇ ପାରି ନାହିଁ। ନେପାଳ ବନ୍ଧର ମରାମତି ପାଇଁ ନିଆଯାଉଥିବା ସାମଗ୍ରୀକୁ ରୋକୁଛି।

ସଞ୍ଜୟ ଝା କହିଛନ୍ତି ଯଦି ଆମର ଇଞ୍ଜିନିୟରଙ୍କ ପାଖରେ ବନ୍ୟାର ମୁକାବିଲା ଲାଗି ସାମଗ୍ରୀ ପହଞ୍ଚିବ ନାହିଁ ତେବେ ବନ୍ଧର ନିର୍ମାଣ କେମିତି ହୋଇ ପାରିବ। ଯଦି ନେପାଳରେ ପ୍ରବଳ ବର୍ଷା କାରଣରୁ ଗଣ୍ଡକ ନଦୀର ଜଳସ୍ତର ବୃଦ୍ଧି ଘଟେ ତେବେ ଏହା ଏକ ଗମ୍ଭୀର ସମସ୍ୟା ସୃଷ୍ଟି କରିପାରେ। ପ୍ରଥମ ଥର ଲୋକଙ୍କୁ ଯିବା ଆସିବା ଏବଂ ମରାମତି କାର୍ଯ୍ୟ ପାଇଁ ସାମଗ୍ରୀ ପହଞ୍ଚାଇବାରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି ବୋଲି ଝା କହିଛନ୍ତି।

୨୦୧୭ରେ ନେପାଳ କାରଣରୁ ବିହାରରେ ଆସିଥିଲା ଜଳ ପ୍ରଳୟ

ନେପାଳ ବନ୍ଧ ନିର୍ମାଣ ସ୍ଥଳକୁ ନିଜର ଜମି ଦର୍ଶାଇ ବିବାଦ ସୃଷ୍ଟି କରିଛିୱ। ଲଲବକେୟା ନଦୀର ପଶ୍ଚିମି ତଟବନ୍ଧ ୨୦୧୭ରେ ଆସିଥିବା ପ୍ରଳୟଙ୍କାରୀ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିଲା। ଏହାର  ନିର୍ମାଣ କାର୍ଯ୍ୟ ଜାରି ରହିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଏହା ଯେ, ଯେବେ ବି ନେପାଳ ବନ୍ଧ ମରାମତି କାର୍ଯ୍ୟରେ ବାଧା ସୃଷ୍ଟି କରେ ତେବେ ଦୁଇ ଦେଶର ଅଧିକାରୀ ଏକାଠି ବସି ଏହାର ସମାଧାନ କରୁଥିଲେ। ହେଲେ ଚଳିତ ବର୍ଷ ବିବାଦର ସମାଧାନ ହେବା ପରିବର୍ତ୍ତେ ନେପାଳୀ ସଶସ୍ତ୍ର ସୀମା ପ୍ରହରୀ ମାମଲାକୁ ଆହୁରି ବଢାଇବାରେ ଜୁଟିଛନ୍ତି।

   Related Posts