Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

ଚୀନ୍ ଉସୁକେଇଛି, ନେପାଳ ତୋଡ୍ ଦେଖାଉଛି : ଭାରତର ୩ଟି ଜାଗାକୁ କବଜା କରିବାକୁ ଉଦ୍ୟମ, ଜାରି କରିଛି ମ୍ୟାପ୍

19/05/2020 at 2:32 PM

ନୂଆଦିଲ୍ଲୀ ୧୯/୦୫ : ନେପାଳ ଭାରତ ଭିତରେ ଯେଉଁ ମଧୁର ସମ୍ପର୍କ ଥିଲା ତାହା ଧୀରେ ଧୀରେ ଖଟା ହେବାରେ ଲାଗିଛି | ଚୀନ କଥାରେ ପଡି ନେପାଳ ନିଜ ପଡୋଶୀ ଦେଶ ଭାରତ ସହ ସମ୍ପର୍କ ଖରାପ କରୁଛି | ନେପଲ ବର୍ତ୍ତମାନ ନୂଆ ମ୍ୟାପ ପ୍ରସ୍ତୁତ କରୁଛି | ଏହି ମ୍ୟାପରେ ୩ଟି ଅଞ୍ଚଳ ଅଛି ଯାହା ଭାରତ ସୀମା ମଧ୍ୟରେ ରହିଛି | ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ନେତୃତ୍ୱରେ ସୋମବାର ବସିଥିବା କ୍ୟାବିନେଟ ବୈଠକରେ ଏହି ମ୍ୟାପକୁ ମଞ୍ଜୁରୀ ଦିଆଯାଇଛି | ନୂଆ ମ୍ୟାପ ଅନୁଯାୟୀ, ଲିପୁଲେଖ, ଲିମ୍ପିୟାଧୁରା ଓ କଳାପାଣି ନେପାଳରେ ଅଛି | କିନ୍ତୁ ଏହି ୩ଟି ଅଞ୍ଚଳ ଭାରତରେ ରହିଛି | ମ୍ୟାପ ଜାରି ହେବାପରେ ନେପାଳ ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀ କହିଛନ୍ତି ଯେ, ଲିମ୍ପିୟାଧୁରା, ଲିପୁଲେଖ ଓ କଳାପାଣି ନେପାଳ ସୀମା ଅନ୍ତର୍ଭୁକ୍ତ | ଏହି ୩ଟି ଅଞ୍ଚଳକୁ ପାଇବା ପାଇଁ ମଜବୁତ କୂଟନୈତିକ ପଦକ୍ଷେପ ନିଆଯିବ |

ନେପାଳର ସମସ୍ତ ଅଞ୍ଚଳକୁ ଦର୍ଶାଇ ଏକ ଅଧିକାରିଆ ମାନଚିତ୍ର ଜାରି କରାଯିବ | ନେପାଳ ଏହିସବୁ ଚୀନ ଚାପରେ କରୁଥିବା ଭାରତ ସନ୍ଦେହ କରୁଛି | ଶୁକ୍ରବାର ଦିନ ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରବଣେ କହିଥିଲେ ଯେ ନେପାଳ ଲିପୁଲେଖ ପ୍ରସଙ୍ଗ ଉଠାଇବା ପଛରେ କୌଣସି ବିଦେଶୀ ଶକ୍ତି ଥାଇପାରେ | ତେବେ ନେପାଳକୁ ପୂର୍ବରୁ ଏହିଭଳି କୌଣସି ସମସ୍ୟା ଉପୁଜି ନଥିଲା | କିନ୍ତୁ ବର୍ତ୍ତମାନ ନେପାଳ କାହିଁକି ଏହିଭଳି କରୁଛି ତାହା ସ୍ପଷ୍ଟ ହୋଇପାରୁନାହିଁ ବୋଲି ନରବଣେ କହିଛନ୍ତି | ତେବେ ଆଉ କାହା ଇସାରାରେ ନପାଳ ଏହିଭଳି କରୁଥିବା ବୋଲି ସେ କହିଛନ୍ତି |

କିଛି ଦିନ ପୂର୍ବରୁ ଧାରଚୁଲାରୁ ଲିପୁଲେଖ ପର୍ଯ୍ୟନ୍ତ ଏକ ନୂଆ ରୋଡ଼କୁ ରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଉଦଘାଟନ କରିଥିଲେ | ଏହି ରାସ୍ତାକୁ ନେଇ କାଠମାଣ୍ଡୁ ଆପତ୍ତି କରିଥିଲା | ଏହି ରାସ୍ତା ଦ୍ୱାରା କୈଳାସ ମାନସରୋବର ଯାଉଥିବା ତୀର୍ଥଯାତ୍ରୀଙ୍କ ଦୂରତା କମିଯିବ | ନେପାଳର ବୈଦେଶିକ ମନ୍ତ୍ରୀ ପ୍ରଦୀପ କୁମାର ଭାରତର ରାଷ୍ଟ୍ରଦୂତ ବିନୟ ମୋହନ କ୍ଵାତ୍ରାଙ୍କୁ ଚେତାବନୀ ଦେଇଥିଲେ | ଜବାବରେ ଭାରତ କହିଥିଲା ଯେ, ଉତ୍ତରାଖଣ୍ଡ ପିଥୌରାଗଡ଼ ଜିଲ୍ଲାରେ ତିଆରି ହୋଇଥିବା ରାସ୍ତା ସମ୍ପୂର୍ଣ ଭାବେ ଭାରତ ସୀମାରେ ରହିଛି | କିନ୍ତୁ ନେପାଳ ଏହି ମାମଲାକୁ ଅଣଦେଖା କରିଥିଲା |

   Related Posts