ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସୀମା ବିବାଦ: ଏବେ ଆଲୋଚନା ଲାଗି ବ୍ୟାକୁଳ ନେପାଳ, କହିଲା- ଆଉ କିଛି ବିକଳ୍ପ ନାହିଁ

9/06/2020 at 4:41 PM

କାଠମାଣ୍ଡୁ ୦୯।୦୬: ଚୀନ ପ୍ରଭାବରେ ଆସି ଅଲଗା ରାସ୍ତାରେ ବାହାରିଥିବା ନେପାଳର ପାଦ ପଛକୁ ଫେରୁଥିବା ଦେଖିବାକୁ ମିଳିଛି। ନୂତନ ନକ୍ସାରେ ଭାରତର ଅଞ୍ଚଳକୁ ନିଜର ବୋଲି ଦର୍ଶାଇବା ପରେ ଏବେ ଆଲୋଚନା ପାଇଁ ବ୍ୟାକୁଳ ହେଉଛି ନେପାଳ। ନେପାଳି ବୈଦେଶିକ ମନ୍ତ୍ରୀ ପ୍ରଦୀପ କୁମାର ଗ୍ୟାଭଲି କହିଛନ୍ତି, ଆମେ ସୀମା ବିବାଦକୁ ନେଇ ଭାରତ ସହିତ ଆଲୋଚନା କରିବାକୁ ଇଚ୍ଛୁକ। ଏହା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ।

ଭରସା ମାହୋଲ ଉତ୍ପନ ହେବା ଦରକାର

ଏହା ପୂର୍ବରୁ ମଧ୍ୟ ନେପାଳ ଅନେକ ଥର ଆଲୋଚନା ଲାଗି ଭାରତକୁ ପ୍ରସ୍ତାବ ଦେଇଛି। ଅନ୍ୟପଟେ ଭାରତ ସ୍ପଷ୍ଟ ଭାବେ କହିଛି, ଆଲୋଚନା ପାଇଁ ନେପାଳକୁ ବିଶ୍ଵାସ ଓ ଭରୋସାର ମାହୋଲ ସୃଷ୍ଟି କରିବା ଦରକାର। ନେପାଳି ସରକାର ଏହା ପୂର୍ବରୁ ମଧ୍ୟ ଏକ କୂଟନୈତିକ ପତ୍ର ଜାରି କରିଥିଲା ଯେ, ଦୁଇ ଦେଶର ବୈଦେଶିକ ସଚିବ ସାମ୍ନାସାମ୍ନି ଭର୍ଚୁଆଲ ମିଟିଂରେ କାଲାପାନି, ଲିପୁଲେଖ ଓ ଲିମ୍ପିୟାଧୁରା  ପ୍ରସଙ୍ଗରେ ଆଲୋଚନା କରି ପାରନ୍ତି। ଗତ ମାସରେ ଭାରତ କହିଥିଲା ଯେ, କରୋନା ମହାମାରୀ ମୁକାବିଲା ପରେ ବୈଦେଶି ସଚିବ ହର୍ଷବର୍ଦ୍ଧନ ସିଙ୍ଗଲା ଓ ନେପାଳ ସମକକ୍ଷ ଶଙ୍କର ଦାସ ବୈରାଗୀ ଏହି ପ୍ରସଙ୍ଗରେ ଆଲୋଚନା କରିବେ।

କଣ ଥିଲା ବିବାଦ

ଭାରତର ଲିପୁଲେଖରେ ମାନସରୋବର ସଂଯୋଗ ନିର୍ମାଣକୁ ନେଇ ନେପାଳ କଡା ପ୍ରତିକ୍ରିୟା ଦେଇଥିଲା। ପଡୋଶୀ ଦେଶର ଦାବି ଏହା ଯେ, ଲିପୁଲେଖ, କାଲାପାନି ଓ ଲିମ୍ପିୟାଧୁରା ଏହାର ଅଞ୍ଚଳ। ଏହି ପରିପ୍ରେକ୍ଷୀରେ ନେପାଳ ନୂତନ ନକ୍ସା ଜାରି କରି ଏହି ତିନୋଟି କ୍ଷେତ୍ରକୁ ନିଜର ଅଞ୍ଚଳ ଦର୍ଶାଇଥିଲା। ଏହି ନକ୍ସାକୁ ଯେବେ ଦେଶର ସଂସଦରେ ଗୃହୀତ କରାଇବା କଥା ଉଠିଲା ତେବେ ସବୁ ପାର୍ଟି ଏକ ସଙ୍ଗେ ନଜର ଆସିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଭାରତକୁ ନେଇ ନିଜର କଠୋର ଆଭିମୁଖ୍ୟ ଆପଣେଇଥିଲେ।

ରୋଡ୍ ଜବାବରେ ନୂତନ ନକ୍ସା

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଯେବେ ଲିପୁଲେଖରୁ କୈଳାସ ମାନସରୋବର ରାସ୍ତାର ଉଦଘାଟନ କଲେ, ତେବେ ନେପାଳ ଏହାକୁ ତୀବ୍ର ବିରୋଧ କରିଥିଲା। ଏହା ପରେ ମେ ୧୮ରେ ନୂତନ ନକ୍ସା ଜାରି କରିଥିଲା। ଭାରତ ସ୍ପଷ୍ଟ ଶବ୍ଦରେ କହିଥିଲା ଯେ, ନେପାଳକୁ ଭାରତର ସାର୍ବଭୌମ ଓ ଅଖଣ୍ଡତାର ସମ୍ମାନ କରିବା ଉଚିତ୍। ନେପାଳ ନେତୃତ୍ଵଙ୍କୁ ଏମିତି ମାହୋଲ ତିଆରି କରିବାକୁ ପଡିବ ଯେମିତି ବସି ଆଲୋଚନା କରାଯାଇ ପାରିବ।

ବିଗିଡିବାରେ ଲାଗିଛି ଦୁଇ ଦେଶର ସଂପର୍କ

ନେପାଳର ଏହି ପଦକ୍ଷେପରେ ଭାରତ ସହିତ ଏହାର ସଂପର୍କ ଉପରେ ଗମ୍ଭୀର ପ୍ରଭାବ ପଡିଛି। ଭାରତ ସ୍ପଷ୍ଟ କରି ଦେଇଛି ଯେ, ସେ ନିଜର ସାର୍ବଭୌମତା ଉପରେ ସାଲିସ୍ କରିବ ନାହିଁ। ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା ଯେ, ଏହି ସୀମା ବିବାଦର ସମାଧାନ ଲାଗି ଆଗକୁ ବଢିବାକୁ ପଡିବ। ଏହା ପରେ ନେପାଳ ପିଥୌରାଗଢ ସଂଲଗ୍ନ ବର୍ଡରରେ ବର୍ଷାଧିକ ପୁରୁଣା ଏକ ରୋଡ୍ ପ୍ରକଳ୍ପର ନିର୍ମାଣ ଆରମ୍ଭ କରି ଦେଇଛି। ଏହି ରୋଡ୍ ରଣନୀତି ଭାବେ ବହୁତ ମହତ୍ଵପୂର୍ଣ୍ଣ।

ନକ୍ସା ବଞ୍ଚାଇ ଦେଲା ଗାଦି

ନେପାଳି ନ୍ୟୁଜ୍ ସାଇଟ୍‌ କାଠମାଣ୍ଡୁ ପୋଷ୍ଟ ଅନୁଯାୟୀ ନେପାଳି କମ୍ୟୁନିଷ୍ଟ ପାର୍ଟିରେ ପୁଷ୍ପ କମଲ ଦହଲ ଓ ବରିଷ୍ଠ ନେତା ମାଧବ କୁମାରଙ୍କ ଗୋଷ୍ଠୀ ପକ୍ଷରୁ ପ୍ରଧାନମନ୍ତ୍ରୀ କେପ ଶର୍ମା ଓଲିଙ୍କ ଇସ୍ତଫା ଦାବି କରାଯାଉଥିଲା। ମାତ୍ର ଏବେ ସବୁ ନିରବ ରହିଛନ୍ତି। ମାଧବ କୁମାରଙ୍କ ଅନୁଯାୟୀ ଦେଶର ଅବସ୍ଥା ଗମ୍ଭୀର ରହିଛି ଓ ଏମିତି ସମୟରେ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ମାଗିବା ଅନୁଚିତ୍ ଓ ଅନୈତିକ ହେବ। କିନ୍ତୁ ବିରୋଧୀ ଗୋଷ୍ଠୀଙ୍କ କହିବା କଥା ଓଲିଙ୍କ ଇସ୍ତଫା ଦାବି ସମାପ୍ତ ହୋଇ ନାହିଁ। ବଜେଟ୍ ଏବଂ ନୂତନ ନକ୍ସା ପାରିତ ହେବା ପର୍ଯ୍ୟନ୍ତ ଏହାକୁ ରୋକି ଦିଆଯାଇଛି। ପୋଷ୍ଟ ପାର୍ଟି ଭିତରୁ ଅନେକ ଲୋକଙ୍କ ସୂତ୍ରରୁ କହିଛି, ଭାରତ ସହିତ ସୀମା ବିବାଦ ଓଲିଙ୍କ ଗାଦିକୁ ବଞ୍ଚାଇ ଦେଇଛି।

   Related Posts