Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ନେପାଳରୁ ଭାରତକୁ ଚାଲାଣ ହେଉଥିବା ନେପାଳୀ ଯୁବତୀ ଉଦ୍ଧାର: ଦଲାଲକୁ ଗିରଫ କଲେ ଏସଏସବି ଯବାନ

24/07/2019 at 4:22 PM

ବିଛିୟା ୨୪/୭: ନେପାଳର ଜଣେ ଦଲାଲ ଯୁବତୀଙ୍କୁ ଭଲ ଚାକିରୀ କରାଇଦେବାର ପ୍ରଲୋଭନ ଦେଖାଇ ଗତକାଲି ଦ୍ବିପ୍ରହରରେ ସୀମା ପାର କରାଇ ହରିୟାଣା ନେଇ ଯିବାକୁ ଉଦ୍ୟମ କରିଥିଲା। ସେହି ସମୟରେ ଭାରତୀୟ ସୀମାରେ ପହଞ୍ଚିବା କ୍ଷଣି ଯୁବତୀଙ୍କୁ ଏସଏସବି ଯବାନମାନେ ଅଟକ କରିଥିଲେ। ଦଲାଲକୁ ମଧ୍ୟ ଗିରଫ କରାଯାଇଥିଲା। ପଚରାଉଚୁରା ଏବଂ ମାମଲା ଦାୟର କରିବାପରେ ଉଭୟଙ୍କୁ ନେପାଳ ପୋଲିସକୁ ହସ୍ତାନ୍ତର କରାଯାଇଥିଲା। ଭାରତ-ନେପାଳ ସୀମାରେ ମାନବ ଚାଲାଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତକାଲି ଦ୍ବିପ୍ରହରରେ ଏସଏସବି ୭୦ବାଟାଲିୟନର ପୋଲିସ ଟିମ୍ ସହ ସୁଜୈାଲି ଥାନା ଅଞ୍ଚଳରେ ସୀମାକୁ ଗସ୍ତ କରିଥିଲେ। ସେତେବେଳେ ନେପାଳ ଆଡ଼ୁ ଜଣେ ଯୁବତୀ ଏବଂ ଯୁବକ ଭିନ୍ନ ଭିନ୍ନ ଦିଗରୁ ଭାରତୀୟ ସୀମା ଅଞ୍ଚଳକୁ ପ୍ରବେଶ କରିଥିବା ଦେଖିଥିଲେ।

ଯବାନମାନେ ଅନୁପ୍ରବେଶକାରୀଙ୍କୁ ଘେରଉ କରି ଉପଚରାଉଚୁରା କରିଥିଲେ । ଯୁବତୀ କହିଥିଲେ ଯେ ଯୁବକ ଜଣକ ତାକୁ ହରିୟାଣାରେ ଭଲ ଚାକିରୀର ପ୍ରଲୋଭନ ଦେଖାଇ ଭାରତ ସୀମା ପାର କରାଉଥିଲେ । ଗିରଫ ହୋଇଥିବା ଯୁବକର ନାଁ ମୋହନ ଥାପ୍ପା। ସେ ନେପାଳର ବର୍ଦ୍ଦିଆ ଜିଲ୍ଲାର ହାଥୀ ଖାଲା ଅଞ୍ଚଳ ବାସିନ୍ଦା ବୋଲି ଜଣାପଡ଼ିଛି।

ପୋଲିସର କହିବାନୁସାରେ ମାନବ ଚାଲାଣ କଥା ଜଣା ପଡ଼ିବା ପରେ ଉଭୟଙ୍କୁ ବର୍ଡ଼ର ଆଉଟ ପୋଷ୍ଟକୁ ଅଣାଯାଇଥିଲା। ଏହା ପରେ ଗୁଲହରିୟା ଏବଂ ଗୈାଡ଼ିଆନାରେ ମୁତୟନ ଥିବା ପୋଲିସକର୍ମୀଙ୍କୁ ଯୋଗାଯୋଗ କରାଯାଇଥିଲା। ନେପାଳ ପୋଲିସ ସହାୟତାରେ ଯୁବତୀଙ୍କ ପରିବାର ଲୋକଙ୍କୁ ଖବର ପଠାଯାଇଥିଲା। ପଚରାଉଚୁରା ପରେ ଉଭୟଙ୍କୁ ନେପାଳ ପୋଲିସକୁ ହସ୍ତାନ୍ତର କରାଯାଇଛି।  

ସୁଜୈାଲି ଥାନା ଅଞ୍ଚଳରେ ଥିବା ଜଙ୍ଗଲରୁ ଭାରତ-ନେପାଳ ସୀମାରେ ଦୁଇ ମାସ ପୂର୍ବରୁ ୩ଜଣ ଯୁବତୀଙ୍କୁ ଏସଏସବି ଯବାନ ଅଟକ କରିଥିଲେ। ଏମାନଙ୍କୁ ମଧ୍ୟ ଚାକିରୀ ଏବଂ ବିବାହ ପ୍ରଲୋଭନ ଦେଖାଇ ଦିଲ୍ଲୀ ଅଣାଯାଉଥିଲା। ଏହା ବ୍ୟତୀତ ଜଣେ ଯୁବତୀଙ୍କୁ ବିଛିୟା ବସ୍ ଷ୍ଟାଣ୍ଡରେ ଅଟକ କରାଯାଇଥିଲା। ତାଙ୍କୁ ମଧ୍ୟ ଦଲାଲମାନେ ମୁମ୍ବାଇ ନେଇଯିବାକୁ ଉଦ୍ୟମ କରୁଥିଲେ ।

   Related Posts