ମାନୁନି ନେପାଳ! UN ଓ ଗୁଗଲ ସମେତ ସାରା ବିଶ୍ୱକୁ ଦେବ ନୂଆ ନକ୍ସା

Published By : Prameya-News7 Bureau | August 01, 2020 IST

କାଠମାଣ୍ଡୁ ୧।୮:  ଭାରତର କାଲାପାନୀ, ଲିମ୍ପିୟାଧୁରା ଓ ଲିପୁଲେଖକୁ ନେପାଳ ନିଜ ନୂଆ ନକ୍ସାରେ ସାମିଲ କରି ବିବାଦୀୟ ପରିସ୍ଥିତି ସୃଷ୍ଟି କରିଥିବା ନେପାଳ ଏବେ ନୂଆ ବିବାଦ ସୃଷ୍ଟି କରିବାକୁ ଯାଉଛି। ଏକପାଖିଆ ନକ୍ସାକୁ  ସଂସଦରେ ଗୃହୀତ କରାଇଥିବା ବେଳେ ତାକୁ ଏବେ ଜାତିସଂଘ(ୟୁଏନ), ଗୁଗଲ ସମେତ ସମଗ୍ର ବିଶ୍ୱକୁ ଦେବାକୁ ଯାଉଛି। ନେପାଳୀ ଗଣମାଧ୍ୟମରେ ଶନିବାର ଏନେଇ ଖବର ପ୍ରକାଶିତ ହୋଇଛି। 

ନେପାଳ ନୂଆ ନକ୍ସାରେ ଭାରତର ଅଂଶକୁ ନିଜର ବୋଲି ଦାବି କରୁଛି। ଜୁନ ୧୩ ତାରିଖରେ ବିବାଦୀୟ ନକ୍ସା ସମ୍ପର୍କିତ ବିଧେୟକକୁ ସଂସଦରେ ଗୃହୀତ କରାଇଛି। ଯାହାକୁ ନେଇ ଏବେ ଦୁଇ ଦେଶ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ନୂଆ ନକ୍ସାକୁ ଭାରତ କୃତ୍ରିମ ବିସ୍ତାର ଦର୍ଶାଇ ନେପାଳର ଦାବିକୁ ଅଗ୍ରାହ୍ୟ କରିଦେଇଛି। ସେହିପରି ଦୁଇ ଦେଶଙ୍କ ସମ୍ପର୍କକୁ ଏପରି ପରିସ୍ଥିତିରେ ପହଞ୍ଚାଇବା ଲାଗି ଭାରତ ନେପାଳକୁ ଦାୟି କରିଛି। ଏଣୁ ଆଲୋଚନା ଲାଗି ପରିବେଶ ସୃଷ୍ଟି କରିବା ମଧ୍ୟ ନେପାଳର କର୍ତ୍ତବ୍ୟ ବୋଲି ଭାରତ କହିଛି।

ତେବେ ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ପ୍ରଧାନମନ୍ତ୍ରୀ କେ.ପି.ଶର୍ମା ଓଲି ବିବାଦୀୟ ନକ୍ସା ମାଧ୍ୟମରେ ଭାରତ ଉପରେ ଚାପ ସୃଷ୍ଟି କରିବାକୁ ଚାହୁଁଛନ୍ତି। ଏଣୁ ନକ୍ସାକୁ ଇଂରାଜୀରେ ପ୍ରକାଶ କରିବାକୁ ଯୋଜନା କରୁଥିବା  ଗଣମାଧ୍ୟମରେ ପ୍ରକାଶିତ ହୋଇଛି। ନକ୍ସା ଇଂରାଜୀରେ ପ୍ରକାଶିତ ହେବା ପରେ ଏହାକୁ ବିଭିନ୍ନ ଅନ୍ତର୍ଜାତୀୟ ସଂସ୍ଥାକୁ ପଠାଇବେ ସରକାର। ସ୍ଥାନୀୟ ଗଣମାଧ୍ୟମ  ପ୍ରସଙ୍ଗରେ ଭୂ ପ୍ରବନ୍ଧନ ମନ୍ତ୍ରୀ ପଦ୍ମ ଅର୍ୟାଲଙ୍କ ବକ୍ତବ୍ୟକୁ ନେଇ ଖବର ପ୍ରକାଶିତ କରୁଛନ୍ତି। ତେବେ ନକ୍ସା ନେଇ ଭାରତର ଆପତ୍ତି ପରେ ନେପାଳ ପ୍ରଧାନମନ୍ତ୍ରୀ ଓଲି ତଥ୍ୟ, ପ୍ରମାଣ ଓ ରାଜନୈତିକ ଉଦ୍ୟମରେ ଆଲୋଚନା କରି ସମସ୍ୟାର ସମାଧାନ କରିବେ ବୋଲି କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.