Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭରତିଆ ଟାୱାରରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା, ପରିଚୟ ଖୋଜୁଛି ପୋଲିସ
  • ||
  • ଟିୟୁସନ୍‌ ସାରି ଫେରୁଥିବା ବେଳେ ଡ୍ରେନ୍‌ ପାଣିରେ ଭାସିଗଲେ ନାବାଳକ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଛିଡୁନି ଅଡୁଆ, ହଟୁନି ସସପେନ୍ସ : ପଞ୍ଜାବ ମୁଖ୍ୟମନ୍ତ୍ରୀ ହେବାକୁ ମନା କଲେ କଂଗ୍ରେସ ନେତ୍ରୀ ଅମ୍ବିକା ସୋନୀ
  • ||
  • ବର୍ଷାରେ ଭାସିଗଲା କାଠପୋଲ, ୪୨ ପରିବାର ବାହ୍ୟ ଜଗତରୁ ବିଛିନ୍ନ
  • ||
  • ଟଳିଲା ବନ୍ୟା ଆଶଙ୍କା, ମହାନଦୀ ସମେତ ଶାଖାନଦୀରେ କମୁଛି ପାଣି
  • ||
  • ତିର୍ତ୍ତୋଲ ଓ କୁଜଙ୍ଗରେ ବଢୁଛି ଦୁର୍ଦ୍ଦଶା, ୧୦ ଗାଁରେ ପଶିଲା ବନ୍ୟାଜଳ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩୦ ହଜାରରୁ ଅଧିକ କରୋନା ପଜିଟିଭ୍, ୩୦୯ ମୃତ
  • ||
  • ସଫଳ ହେଲା SPACE-X INSPIRATION ମିଶନ, ଅନ୍ତରୀକ୍ଷରୁ ଫେରିଲେ ୪ ପର୍ଯ୍ୟଟକ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୨୩ କୋଭିଡ୍ ପଜିଟିଭ୍
  • ||

ଭାରତକୁ ନେପାଳି ପ୍ରଧାନମନ୍ତ୍ରୀଙ୍କ ନାଲି ଆଖି, କହିଲେ- ଲିମ୍ପିୟାଧୁରା, ଲିପୁଲେଖ ଓ କାଲାପାନି ଆମର, ଭାରତଠୁ ନେଇକି ହିଁ ରହିବୁ

19/05/2020 at 4:43 PM

କାଠାମାଣ୍ଡୁ ୧୯।୦୫: ଭାରତ ଓ ନେପାଳ ମଧ୍ୟରେ ଲିମ୍ପିୟାଧୁରା, ଲିପୁଲେଖ ଓ କାଲାପାନିକୁ ନେଇ ବିବାଦ ଅଧିକ ଘନୀଭୂତ ହେବାରେ ଲାଗିଛି। ନେପାଳ ନୂତନ ନକ୍ସା ଜାରି କରିବାର ଗୋଟିଏ ଦିନ ପରେ ନେପାଳୀ ପ୍ରଧାନମନ୍ତ୍ରୀ କେପି ଶର୍ମା ସଂସଦରେ ଭାରତ ଉପରେ ‘ସିଂହମେବ ଜୟତେ’ କହି ତାତ୍ସଲ୍ୟ କରିଛି। ଅଲି ଇସାରା ଇସାରାରେ ଭାରତ ଆମ ଉପରେ ବଳର ପ୍ରୟୋଗ କରୁଥିବା ଅରୋପ ଲଗାଇଛନ୍ତି। ସେ କହିଛନ୍ତି ଭାରତର ଅଶୋକ ଚକ୍ରରେ ‘ସତ୍ୟମେବ ଜୟତେ’ ଲେଖା ହୋଇଛି ନା ‘ସିଂହମେବ ଜୟତେ’ ଲେଖା ହୋଇଛି। ଏହି ତିନୋଟି ଅଞ୍ଚଳ ଆମର ଏବଂ ଏହାକୁ ନେଇ କି ରହିବୁ ବୋଲି ପ୍ରଧାନମନ୍ତ୍ରୀ ଅଲି କହିଛନ୍ତି।

ଓଲିଙ୍କ କହିବାକୁ ଚାହୁଁଛନ୍ତି ଯେ, ଭାରତ ସତ୍ୟର ବିଜୟ ଚାହୁଁଛି ନା ସିଂହର ବିଜୟ ଚାହୁଁଛି। ନେପାଳି ପ୍ରଧାନମନ୍ତ୍ରୀଙ୍କ ଅନୁଯାୟୀ ଭାରତ ସହିତ ସଂପର୍କକୁ ଅଧିକ ମଜବୁତ କରିବା  ନିମନ୍ତେ ଐତିହାସିକ ଭ୍ରାନ୍ତ ଧାରଣାକୁ ଦୂର କରିବା ଜରୁରୀ। ସେ ନେପାଳର ଚୀନ ସହିତ ନିଜର ସ୍ଥିତି ମଧ୍ୟ ସ୍ପଷ୍ଟ କରିଛନ୍ତି।

ଅଲି ସଂସଦରେ କହିଛନ୍ତି, ସେ ଭାରତ ସରକାରଙ୍କଠାରେ ସୀମା ବିବାଦ ପ୍ରସଙ୍ଗ ଉଠାଇଛନ୍ତି। ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି, କାହାରି ଚାପରେ ପଡି ଆମେ ଭାରତ ସମ୍ମୁଖରେ ଏହି ପ୍ରସଙ୍ଗ  ଉଠାଇନୁ। ନେପାଳ କେବଳ ନିଜର ଭୂମି ଉପରେ ଦାବି କରୁଛି। ଆମ ସରକାର କେବଳ ଦେଶବାସୀଙ୍କ ଭାବନାର ପ୍ରତିନିଧିତ୍ଵ କରୁଛି। ଏହା ପୂର୍ବରୁ ଭାରତୀୟ ସେନା ପ୍ରମୁଖ କହିଥିଲେ, ଏମିତି ଲାଗୁଛି ନେପାଳ ଅନ୍ୟ କୌଣସି ତୃତୀୟ ପକ୍ଷଙ୍କ ଇସାରାରେ ଲିମ୍ପିୟାଧୁରା, ଲିପୁଲେଖ ଓ କାଲାପାନି ପ୍ରସଙ୍ଗ ଉଠାଉଛି।

ଲିପୁଲେଖ ଆମର, ତାକୁ ନେଇ କି ରହିବୁ

ଅଲି କହିଛନ୍ତି, କାଲାପାନି, ଲିମ୍ପିୟାଧୁରା ଓ ଲିପୁଲେଖ ଆମର ଏବଂ ଆମେ ଏହାକୁ ନେଇକି ହିଁ ରହିବୁ। ସେ ଆରୋପ ଲଗାଇଛନ୍ତି, ଭାରତ ନିଜର ସେନାକୁ ଏହି ଜାଗାରେ ମୁତୟନ କରି ଏହାକୁ ବିବାଦୀୟ ଇଲାକା କରି ଦେଇଛି। ଭାରତର ସେନା ମୁତୟନ ହେବା ପରେ ସେଠାକୁ ନେପାଳୀ ଲୋକଙ୍କୁ ଯିବାରେ ରୋକି ଦିଆଯାଇଛି। ଭାରତ ୧୯୬୦ ଦଶନ୍ଧିରୁ ଏଠାରେ ସେନା ମୁତୟନ କରିଥିଲା।

ଏହା ପୂର୍ବରୁ ପଡୋଶୀ ଦେଶ ନେପାଳ ନିଜର ନୂତନ ମ୍ୟାପ୍ ଜାରି କରିଥିଲା। ଏଥିରେ ତିନୋଟି ଇଲାକାକୁ ନିଜର ବୋଲି ଦର୍ଶାଇଥିଲା। ସୋମବାର ପ୍ରଧାନମନ୍ତ୍ରୀ କେପି ଶର୍ମା ଅଲିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଏହି ମ୍ୟାପ୍‌କୁ ମଞ୍ଜୁରୀ ଦିଆଯାଇଛି।  ଏହା ମୁତାବକ ଲିମ୍ପିୟାଧୁରା, ଲିପୁଲେଖ ଓ କାଲାପାନି ନେପାଳ ଯାହା ଭାରତରେ ଆସୁଛି।

   Related Posts