ସଂସଦ ଭାଙ୍ଗିଲେ ନେପାଳ ରାଷ୍ଟ୍ରପତି : ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପାଇଁ ନୂତନ ତାରିଖ ଘୋଷଣା

Published By : Prameya-News7 Bureau | May 22, 2021 IST

କାଠମାଣ୍ଡୁ ୨୨/୫ : ନେପାଳର ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀ ସଂସଦ ଭଙ୍ଗ କରି ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ଘୋଷଣା କରିଛନ୍ତି । ନେପାଳରେ ୧୨ ଏବଂ ୧୯ ନଭେମ୍ବରରେ ହେବ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ । ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀ ଉଭୟ ନେପାଳ କଂଗ୍ରେସ ସଭାପତି ଶେର ବାହାଦୂର ଦେଉବା ଓ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କ ସରକାର ଗଠନ ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ନେପାଳ କାର୍ଯ୍ୟାଳୟ ତରଫରୁ ଏହି ସୂଚନା ଦିଆଯାଇଛି ।

ଉଭୟ କେପି ଶର୍ମା ଓଲି ଏବଂ ବିରୋଧୀ ଦଳ ନୂତନ ସରକାର ଗଠନ ଦାବିରେ ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀଙ୍କୁ ସାଂସଦଙ୍କ ଦସ୍ତଖତ ସହିତ ଏକ ଚିଠି ଦାଖଲ କରିଥିଲେ । ବିରୋଧୀ ଦଳର ନେତାଙ୍କ କିଛି ମିନିଟ୍ ପୂର୍ବରୁ ଓଲି ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସମ୍ବିଧାନର ଧାରା ୭୬ (୫) ଅନୁଯାୟୀ ପୁନର୍ବାର ପ୍ରଧାନମନ୍ତ୍ରୀ ହେବା ପାଇଁ ଓଲି ତାଙ୍କ ଦଳର CP1-UMLର ୧୨୧ ସଦସ୍ୟ ଏବଂ ଜନତା ସମାଜ-ନେପାଳ (ଜେଏସପି-ଏନ) ର ୩୨ ସାଂସଦଙ୍କ ସମର୍ଥନ ଦାବିରେ ଏକ ଚିଠି ଦାଖଲ କରିଥିଲେ ।

wp:html /wp:html

ଏଥିସହ ନେପାଳ କଂଗ୍ରେସର ସଭାପତି ଶେର ବାହାଦୁର ଦେଉବା ୧୪୯ ସାଂସଦଙ୍କ ସମର୍ଥନ ଦାବି କରିଛନ୍ତି । ପ୍ରଧାନମନ୍ତ୍ରୀ ପଦବୀ ଦାବିରେ ଭାଗ ନେବାକୁ ବିରୋଧୀ ଦଳର ନେତାଙ୍କ ସହ ଦେଉବା ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଓଲି ୧୫୩ ସଦସ୍ୟଙ୍କ ସମର୍ଥନ ଥିବାବେଳେ ଦେଉବା ତାଙ୍କ କୋର୍ଟରେ ୧୪୯ ସାଂସଦ ଥିବା ଦାବି କରିଛନ୍ତି । ୨୭୫ ସଦସ୍ୟ ବିଶିଷ୍ଟ ଲୋକସଭାରେ ୧୨୧ଟି ସିଟ୍ ଥିବା ନେପାଳର CPN-UML ହେଉଛି ସବୁଠାରୁ ବଡ ଦଳ । ସଂଖ୍ୟାଗରିଷ୍ଠତା ସହ ସରକାର ଗଠନ ପାଇଁ ୧୩୮ଟି ଆସନ ଆବଶ୍ୟକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.