Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

କରୋନା ସଙ୍କଟ ମଧ୍ୟରେ ନେପାଳକୁ ୨୩ ଟନ ଔଷଧ ପଠାଇଲା ଭାରତ : ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ନେପାଳ ପ୍ରଧାନମନ୍ତ୍ରୀ, କହିଲା ‘ଥାଙ୍କ ୟୁ ମୋଦି’

24/04/2020 at 11:50 AM

ନୂଆଦିଲ୍ଲୀ ୨୪/୦୪ : ଦୁନିଆର ୨୦୦ ରୁ ଅଧିକ ଦେଶକୁ କରୋନା ଗ୍ରାସ କରିଛି | କିଛି ଦିନ ହେଲା ଭାରତରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟ ଦ୍ରୁତ ଗତିରେ ବଢି ଚାଲିଛି | ତଥାପି ଭାରତ ପଡୋଶୀ ଦେଶଙ୍କୁ ସାହାଯ୍ୟର ହାତ ବଢ଼ାଇଛି | ନିକଟରେ ଭାରତ ନେପାଳକୁ ୨୩ ଟନ ଔଷଧ ଓ ଅନ୍ୟାୟ ଜିନିଷ ପଠାଇଛି | ନେପାଳ ପ୍ରଧାନମନ୍ତ୍ରୀ କେ.ପି.ଶର୍ମା ଓଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇ ଟ୍ୱିଟ କରିଛନ୍ତି | ନେପାଳ ପ୍ରଧାନମନ୍ତ୍ରୀ କେପି.ଶର୍ମା ଟ୍ୱିଟ କରି କହିଛନ୍ତି ଯେ, “ନେପାଳକୁ ୨୩ ଟନ ଔଷଧ ପଠାଇଥିବା ଯୋଗୁଁ ମୁଁ ମୋଦିଙ୍କୁ ଧନ୍ୟବାଦ ଜଣାଉଛି | ଭାରତୀୟ ରାଷ୍ଟ୍ରଦୂତଙ୍କ ଦ୍ୱାରା ଦେଶର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଔଷଧ ହସ୍ତାନ୍ତର କରାଯାଇଛି |”

କେପି.ଶର୍ମାଙ୍କ ଟ୍ୱିଟରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଜବ ଦେଇଛନ୍ତି | ମୋଦି ଲେଖିଛନ୍ତି “ଭାରତ ଓ ନେପାଳ ମଧ୍ୟରେ ବହୁତ ଭଲ ସମ୍ପର୍କ ଅଛି | ଉଭୟ ଦେଶର ସମ୍ପର୍କ କେବଳ ମଜବୁତ ନୁହେଁ ବରଂ ଏହି ସମ୍ପର୍କ ର ମୂଳ ମଧ୍ୟ ବହୁତ ମଜବୁତ | ଏହି ସଙ୍କଟ ସମୟରେ ଭାରତ ନେପାଳ ସହ ଛିଡା ହୋଇଛି |”

ଏହା ପୂର୍ବରୁ ଭାରତ ଆମେରିକାକୁ ହାଇଡ୍ରୋଲୋରୋକ୍ୱିନ ଔଷଧ ପଠାଇବା ପାଇଁ ମଞ୍ଜୁରୀ ଦେଇଥିଲେ | ଜବାବରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ମଧ୍ୟ ମୋଦିନ୍କ ଧନ୍ୟବାଦ ଜଣାଇଥିଲେ | ଟ୍ରମ୍ପ କହିଥିଲେ, ଅସୁବିଧା ଓ ସଙ୍କଟ ସମୟରେ ବନ୍ଧୁମାନଙ୍କ ମଧ୍ୟରେ ଆବଶ୍ୟକ ହୋଇଥାଏ | ହାଇଡ୍ରୋକ୍ଲୋରୋକ୍ୱିନ ଉପରେ ନିଷ୍ପତ୍ତି ନେବା ପାଇଁ ଭାରତ ଓ ଭାରତବାସୀଙ୍କୁ ଧନବାଦ | ଏହି ସାହାଯ୍ୟକୁ ଆମେ କେବେ ଭୁଲି ପାରିବୁନାହିଁ | ଏହି ସହଯୋଗ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିଶେଷ ଧନ୍ୟବାଦ |”

ଭାରତ ବ୍ରାଜିଲକୁ ମଧ୍ୟ ଔଷଧ ପଠାଇଥିଲା | ଏଥିପାଇଁ ଵର୍ଜିଲା ମଧ୍ୟ ଭାରତକୁ ଜଣାଇଥିଲା | ବ୍ରାଜିଲ ରାଷ୍ଟ୍ରପତି ଜେର ବୋଲସୋନାରୋ ଏପ୍ରିଲ ୭ ତାରିଖରେ ପ୍ରଧାନମନ୍ତ୍ରୀଙ୍କୁ କରୋନା ମାମଲାରେ ଚିଠି ଲେଖିଥିଲେ | ଦେଶର ସାହାଯ୍ୟକୁ ସେ ବ୍ୟାହତ ସୁନ୍ଦର ଭାବେ ବ୍ୟାଖ୍ୟା କରିଥିଲେ | ଚିଠିରେ ସେ ଏହି ସାହାଯ୍ୟକୁ ହନୁମାନ ଆଣିଥିବା ସଂଜୀବନୀ ବୁଟି ସହ କରିଥିଲେ | ବ୍ରାଜିଲ ରାଷ୍ଟ୍ରପତି କହିଥିଲେ ଏହି ସଙ୍କଟ ସମୟରେ ଭାରତ ଯେଉଁଭଳି ଭାବେ ବ୍ରାଜିଲକୁ ସାହାଯ୍ୟ କରିଛି ତାହା ସମ୍ପୂର୍ଣ ସେହିଭଳି ଯେଉଁଭଳି ରାମାୟଣରେ ପ୍ରଭୁ ଶ୍ରୀରାମଙ୍କ ଭାଇ ଲକ୍ଷ୍ମଙ୍କ ଜୀବନ ରକ୍ଷା ପାଇଁ ହନୁମାନ ସଂଜୀବନୀ ବୁଟି ଆଣିଥିଲେ ଏବଂ ତାଙ୍କ ଜୀବନ ରକ୍ଷା କରିଥିଲେ |

   Related Posts