Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ନେପାଳ ସରକାରଙ୍କୁ ଜବରଦସ୍ତ ଝଟକା, ନକ୍ସା ପ୍ରସଙ୍ଗରେ ନେପାଳୀ ଜନତାଙ୍କ ବିରୋଧ: କହିଲେ- ‘ଭାରତ ବିରୋଧରେ ଯାଅନି, ଆଗ କରୋନା ମୁକାବିଲା କର’

20/06/2020 at 7:33 PM

କାଠମାଣ୍ଡୁ , ୨୦|୦୬ :  ଭାରତ ସହ ନକ୍ସା ବିବାଦ ମଧ୍ୟରେ ନେପାଳ ସରକାର ନିଜ ଦେଶରେ କରୋନା ମୁକାବିଲା କଥା ଭୁଲି ଯାଇଛନ୍ତି । ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ବିବାଦୀୟ ନକ୍ସା ସଂସଦରେ ପାରିତ କରି ଏକ ବଡ ଉପଲବ୍ଧି ହାସଲ କରିଥିବା ଭାବୁଛନ୍ତି । କିନ୍ତୁ ନେପାଳବାସୀ ଏପରି ମାନୁନାହାଁନ୍ତି । ନେପାଳ ସରକାର ଦେଶର କରୋନା ସଙ୍କଟକୁ ଖାତିର ନକରି ଭାରତ ସହ ସୀମା ବିବାଦ ରେ ବ୍ୟସ୍ତ ରହିଛନ୍ତି । ଫଳରେ ସରକାରଙ୍କ ପ୍ରତି ଜନତାଙ୍କ ଅସନ୍ତୋଷ ବୃଦ୍ଧି ପାଇଛି । ଏହାକୁ ନେି ନେପାଲର ଅନେକ ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଉଛି ।

ଏହି ପ୍ରଦର୍ଶନରେ ନେପାଳର ଶହଶହ ଯୁବକ ରାସ୍ତାକୁ ଓହ୍ଲାଇ ସାମିଲ ହୋଇଛନ୍ତି । ଏବେ ବହୁତ ହେଲା ବୋଲି ସେମାନେ ନାରା ଦେଉଛନ୍ତି । ନେପାଳୀମାନେ ଭାବୁଛନ୍ତି ଯେ, ସରକାର ଓଲି ସରକାର କରୋନା ମୁକାବିଲା କରିବା ଆବଶ୍ୟକ । କିନ୍ତୁ ସେ ରାଜନୈତିକ ଫାଇଦା ପାଇଁ ଭାରତ ସହ ନକ୍ସା ବିବାଦ କରୁଛନ୍ତି । ଏପରିକି ନେପାଳବାସୀ ଭାରତ ସହ ଭଲ ସମ୍ପର୍କ ଚାହୁଁଥିବା ସହ ଚୀନକୁ ବିରୋଧ ମଧ୍ୟ କରୁଛନ୍ତି ।

ସୂଚନାଯୋଗ୍ୟ, ନେପାଳ ବିବାଦୀୟ ନକ୍ସାରେ ଭାରତୀୟ ଅଞ୍ଚଳ କଳାପାଣୀ, ଲିମ୍ପିୟାଧୁରା ଓ ଲିପୁଲେଖକୁ ନିଜର କହିତିଲା । ଏହା ବ୍ୟତୀତ ଲଦାଖ ଘଟଣାକୁ ନେଇ ମଧ୍ୟ ନେପାଳରେ ବିରୋଧ ପ୍ରଦର୍ଶନ ହେଉଛି । ରାଜଧାନୀ କାଠମାଣ୍ଠୁରେ ଥିବା ଚୀନ ଦୂତାବାସ ସାମ୍ନାରେ ଲୋକମାନେ ବିରୋଧ ପ୍ରଦର୍ଶନ କରିଥିଲେ । ଚୀନ ଯୁଦ୍ଧ ଛାଡି ଶାନ୍ତିର ମାର୍ଗ ଆପଣାଉ ବୋଲି ସେମାନେ କହିଥିଲେ ।

   Related Posts