Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହଙ୍ଗା ହେଲା ପ୍ଲାଟଫର୍ମ ଟିକେଟ୍, ପୂର୍ବାପେକ୍ଷା ୩ ଗୁଣା ବଢିଲା ଦାମ୍
  • ||
  • ଭିଜିଲାନ୍ସ ପଞ୍ଝାରେ କିରାଣୀ, ମୃତ୍ୟୁ ପ୍ରମାଣପତ୍ର ପାଇଁ ନେଉଥିଲେ ୬୦୦ ଟଙ୍କା ଲାଞ୍ଚ
  • ||
  • ଆଜି ‘ଓମେନ୍ ଆଚିଭର୍ସ ଅଫ୍ ଓଡ଼ିଶା’ ପୁରସ୍କାର ସମାରୋହ, ପୁରସ୍କୃତ ହେବେ ଶ୍ରେଷ୍ଠ-୧୪ ପ୍ରତିଭାଦୀପ୍ତ ମହିଳା
  • ||
  • ଆଜି ସନ୍ଧ୍ୟାରେ ନ୍ୟୁଜ୍ ସେଭେନ୍ ସର୍ଟଫିଲ୍ମ କଣ୍ଟେଷ୍ଟ୍ ‘ସୋ-କେଶ୍ ୨୦୨୦’ର ପୁରସ୍କାର ବିତରଣୀ, ୧୨ଟି ବର୍ଗରେ ରହିଛି ପୁରସ୍କାର
  • ||
  • ଇଂଲଣ୍ଡ ବ୍ୟାଟିଂରେ ଭନ୍ ନିରାଶ, କହିଲେ- ‘ପିଚ୍ ଭଲ ଥିଲା କିନ୍ତୁ ଖେଳି ପାରିଲେ ନାହିଁ’
  • ||
  • ସୁନ୍ଦରଗଡ଼ : ନଦୀ ପଠାରେ ପଡିଛି ଶରୀରର ବିଭିନ୍ନ କଟା ଅଂଶ, ହତ୍ୟା ପରେ ଫିଙ୍ଗାଯାଇଛି !
  • ||
  • ମାର୍ଚ୍ଚ ୫ରେ ‘ଓମେନ୍ ଆଚିଭର୍ସ ଅଫ୍ ଓଡ଼ିଶା’ ପୁରସ୍କାର ସମାରୋହ
  • ||

ନେପାଳରେ ରହିଛି ବାସ୍ତବ ଅଯୋଧ୍ୟା: ନିଜ ଦେଶରେ ଅପଦସ୍ଥ ହେଲେ ଓଲି, ନୀତି ଶିକ୍ଷା ଦେଲେ ନିଜର ଲୋକ

14/07/2020 at 7:49 PM

କାଠମାଣ୍ଡୁ ୧୪।୦୭: ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଅସଲି ଓ ନକଲି ଅଯୋଧ୍ୟାକୁ ନେଇ ଦେଇଥିବା ବୟାନ ପାଇଁ ନିଜ ଦେଶରେ ଏବେ ପରିହାସର ପାତ୍ର ପାଲଟିଛନ୍ତି। ନିଜ ଲୋକଙ୍କ ଗହଣରେ ନିଜେ ଅପଦସ୍ଥ ହୋଇଛନ୍ତି ଓଲି। ନିଜ ଦେଶରେ ସଂପୂର୍ଣ୍ଣ ଭାବେ ଫସିଯିବା ଦେଖି ଓଲି ବୈଦେଶିକ ମନ୍ତ୍ରଣାଳୟ ଜରିଆରେ ସଫେଇ ଦେବାରେ ଲାଗିଛନ୍ତି। ନେପାଳି ବୈଦେଶିକ ମନ୍ତ୍ରଣାଳୟ ବିବୃତି ଜାରି କରି କହିଛି ପ୍ରଧାନମନ୍ତ୍ରୀ ଓଲି କାହାର ଆସ୍ଥାକୁ ଆଘାତ ଦେବାକୁ ଚାହୁଁ ନାହାନ୍ତି।

ନେପାଳି ବୈଦେଶିକ ମନ୍ତ୍ରଣାଳୟ ଓଲିଙ୍କ ବୟାନକୁ ବଞ୍ଚାଇବାକୁ ଯାଇ କହିଛି, ପ୍ରଧାନମନ୍ତ୍ରୀଙ୍କ ଟିପ୍ପଣୀ କୌଣସି ପ୍ରକାରର ରାଜନୈତିକ ବିଷୟ ସହ ଜଡିତ ନୁହେଁ। କାହାରି ଆସ୍ଥାକୁ ଆଘାତ ଦେବା ତାଙ୍କର ନା ଉଦ୍ଦେଶ୍ୟ ଥିଲା ଏବଂ ନା ଅଯୋଧ୍ୟାର ସାଙ୍କେତିକ ମହତ୍ଵ ଓ ସାଂସ୍କୃତିକ ମୂଲ୍ୟର ଅପମାନ କରିବାର ଥିଲା। ମନ୍ତ୍ରଣାଳୟ ନିଜର ସଫେଇରେ କହିଛି ଶ୍ରୀରାମ ଓ ତାଙ୍କ ସ୍ଥାନ ସଂପର୍କିତ ଅନେକ ତଥ୍ୟ ରହିଛି। ପ୍ରଧାନମନ୍ତ୍ରୀ ଓଲି ସାଂସ୍କୃତିକ ଭୌଗୋଳିକ, ରାମାୟଣର ତଥ୍ୟକୁ ନେଇ ଅଧ୍ୟୟନ ଓ ଗବେଷଣାର ମହତ୍ଵ ଉପରେ ହିଁ ଆଲୋକପାତ କରୁଥିଲେ।

ଅଯୋଧ୍ୟା ଉପରେ ବିବାଦୀୟ  ବୟାନ ଦେଇ ଓଲି ନିଜ ଦେଶରେ ଅପଦସ୍ଥ  ହୋଇଛନ୍ତି। ନେପାଳର ଅନେକ ନେତା ଓଲିଙ୍କ ଏହି ଟିପ୍ପଣୀକୁ ଖୋଲାଖୋଲି ବିରୋଧ କରିଛନ୍ତି। ନେତାଙ୍କ କହିବାନୁଯାୟୀ ଭାରତ ଓ ନେପାଳ ମଧ୍ୟରେ ସେମିତିରେ ତ ବିବାଦ ଲାଗି ରହିଛି, ଏମିତି ସମୟରେ ଓଲିଙ୍କୁ ଏହି ପରି ବୟାନ ଦେବାରୁ ନିବୃତ ରହିବା ଦରକାର। ଏମିତି ଲାଗୁଛି ଓଲି ବିବାଦର ସମାଧାନ କରିବା ବଦଳରେ ନେପାଳ-ଭାରତ ସମ୍ଵନ୍ଧକୁ ଆହୁରି ବିଗାଡିବାକୁ ଚାହାନ୍ତି। ଅନେକ ନେତା ଏହି ବୟାନ ଫେରାଇ ନେବାକୁ ଦାବି ମଧ୍ୟ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ସୋମବାର ପ୍ରଧାନମନ୍ତ୍ରୀ ଓଲି ଦାବି କରିଥିଲେ ଯେ ଭାରତ ସାଂସ୍କୃତିକ ଅତିକ୍ରମଣ  ପାଇଁ ନକଲି ଅଯୋଧ୍ୟା ନିର୍ମାଣ କରିଥିବା ବେଳେ ଅସଲି ଅଯୋଧ୍ୟା ନେପାଳରେ ରହିଛି। ଓଲି ପୂର୍ବରୁ ଅଭିଯୋଗ କରି ସାରିଛନ୍ତି ତାଙ୍କୁ ପଦରୁ ହଟାଇବା ପାଇଁ ଭାରତ ଷଡଯନ୍ତ୍ର ରଚୁଛି। ଓଲି ଏହା ମଧ୍ୟ ପ୍ରଶ୍ନ କରିଥିଲେ ଯେ ଉକ୍ତ ସମୟରେ ଆଧୁନିକ ପରିବହନ ସାଧନ ଓ ମୋବାଇଲ ଫୋନ ନଥିଲା, ତେବେ ରାମ ଜନକପୁର କେମିତି ଗଲେ ?

ଓଲି କବି ଭାନୁଭକ୍ତ ଆଚାର୍ଯ୍ୟଙ୍କ ଜୟନ୍ତୀ ଅବସରରେ ନିଜର ସରକାରୀ ବାସଭବନ ବ୍ଲୁଓ୍ଵାଟରରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କହିଛନ୍ତି ନେପାଳ ଉପରେ ସାଂସ୍କୃତିକ ଅତ୍ୟାଚାର କରାଯାଇଛି। ଐତିହାସିକ ତଥ୍ୟକୁ ମଧ୍ୟ ତ୍ରୁଟିପୂର୍ଣ୍ଣ ଭାବେ ଦର୍ଶାଯାଇଛି। ଆମେ ଏବେ ମଧ୍ୟ ମାନୁଛୁ ଯେ, ଆମେ ଭାରତୀୟ ରାଜକୁମାର ରାମଙ୍କୁ ସୀତା ଦେଇଥିଲୁ। ଏହା ପରେ ଓଲି ଅତ୍ୟନ୍ତ ହାସ୍ୟାସ୍ପଦ କଥା କହିଛନ୍ତି।

ସେ ଦାବି କରି କହିଛନ୍ତି ଯେ, ଆମେ ଭାରତ ସ୍ଥିତ ଅଯୋଧ୍ୟାର ରାଜକୁମାରଙ୍କୁ ସୀତା ଦେଇନଥିଲୁ ବରଂ ନେପାଳର ଅଯୋଧ୍ୟାର ରାଜକୁମାରଙ୍କୁ ଦେଇଥିଲୁ। ଅଯୋଧ୍ୟା ଏକ ଗାଁ ଯାହା ବୀରଗଞ୍ଜରୁ କିଛି ଦୂର ପଶ୍ଚିମରେ ଅବସ୍ଥିତ। ଓଲି ଏହା ମଧ୍ୟ କହିଛନ୍ତି, ଭାରତରେ ନିର୍ମିତ ଅଯୋଧ୍ୟା ବାସ୍ତବିକ ନୁହେଁ।

   Related Posts