Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋଆରେ ଏନସିପି-ଶିବସେନାର ହାତ ଛାଡିଦେଲା କଂଗ୍ରେସ, କହିଲା-‘ଆମର ଏକାକି ଜିତିବା କ୍ଷମତା ଅଛି’
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

ଭାରତର ବଡ କୂଟନୈତିକ ବିଜୟ, ବିବାଦୀୟ ନକ୍ସା ମାମଲାରେ ପଛଘୁଞ୍ଚା ଦେଲା ନେପାଳ

27/05/2020 at 3:57 PM

ନୂଆଦିଲ୍ଲୀ ୨୭।୦୫: ନେପାଳ ପକ୍ଷରୁ କିଛି ଦିନ ତଳେ ଜାରି ବିବାଦୀୟ ନକ୍ସା ପ୍ରସଙ୍ଗରେ ଭାରତର କୂଟନୈତିକ ବିଜୟ ହୋଇଛି। ନେପାଳ ବୁଧବାର ନିଜର ଏହି ବିବାଦୀୟ ନକ୍ସା ଉପରେ ରୋକ୍‌ ଲଗାଇଛି। କୁହାଯାଉଛି ନେପାଳ କଂଗ୍ରେସର ଚାପ ପଡିବା ପରେ ସେଠାକାର ସରକାର ଏହି ମାମଲାରେ ପଛଘୁଞ୍ଚା ଦେଇଛନ୍ତି।

ସୂଚନା ଅନୁଯାୟୀ ନେପାଳ ପକ୍ଷରୁ ଜାରି ନୂତନ ନକ୍ସାକୁ ଦେଶର ସମ୍ବିଧାନରେ ଯୋଡିବା ଲାଗି ଆଜି ସଂସଦରେ ସମ୍ବିଧାନ ସଂଶୋଧନର ପ୍ରସ୍ତାବ ଉପସ୍ଥାପନ ହେବାର ଥିଲା। ମାତ୍ର ଏହା ଉପରେ ଆଲୋଚନା କାରିବା ତ ଦୂରର କଥା ଗୃହରୁ ହିଁ ଏହି ଏଜେଣ୍ଡାକୁ ବାଦ୍‌ ଦିଆଯାଇଛି। କୁହାଯାଉଛି ଯେ, ନେପାଳର ମୁଖ୍ୟ ବିରୋଧୀ ପାର୍ଟି ନେପାଳ କଂଗ୍ରେସ ମଙ୍ଗଳବାର ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ କେପି ଓଲିଙ୍କୁ ଏହି ମାମଲାରେ ଆଉ କିଛି ସମୟ ଦରକାର ବୋଲି କହିଥିଲେ। ଏହା ପରେ ଏବେ ସମ୍ବିଧାନର ସଂଶୋଧନ ବିଧେୟକକୁ ସଂସଦର କାର୍ଯ୍ୟସୂଚୀରୁ ହଟାଇ ଦିଆଯାଇଛି। ଉଲ୍ଲେଖନୀୟ ପ୍ରସ୍ତାବ ପାରିତ ଲାଗି ଦୁଇ ତୃତୀୟାଂଶ ସମର୍ଥନ ଦରକାର।

ଦୁଇ ଦେଶର ସଂପର୍କରେ ଫାଟ ସେତେବେଳେ ସୃଷ୍ଟି ହୋଇଥିଲା ଯେବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମେ ୮ରେ ଲିପୁଲେଖ ପାସ୍‌କକୁ ଧାରଚୂଲା ସହ ସଂଯୋଗ କରୁଥିବା ରଣନୀତି ରୂପେ ମହତ୍ଵପୂର୍ଣ୍ଣ ୮୦ କିଲୋମିଟର ଲମ୍ବା ସଡକର ଉଦ୍‌ଘାଟନ କରିଥିଲା। ଏହାକୁ ନେପାଳ ବିରୋଧ କରିଥିଲା। ନେପାଳ ଦାବି କରିଥିଲା ଯେ, ଏହି ସଡକ ନେପାଳ ସୀମା ଦେଇ ଯାଉଛି। ଭାରତ ଏହି ଦାବକୁ ଖାରଜ କରି କହିଥିଲା, ଏହି ସଡକ ସଂପୂର୍ଣ୍ଣ ଭାବେ ନିଜ ସୀମା ଭିତରେ ରହିଛି।

ଉଲ୍ଲେଖଯୋଗ୍ୟ, ନେପାଳ ସରକାର ସଂସଦରେ ମେ ୨୨ରେ ନୂତନ ନକ୍ସାର ସଂଶୋଧନ ଲାଗି ପ୍ରସ୍ତାବ ଦେଇଥିଲା। ଏହା ପୂର୍ବରୁ ମେ ୧୮ରେ ନେପାଳ ସରକାର କାଲାପାନି, ଲିପୁଲେଖ ଓ ଲିମ୍ପିୟାଧୁରକୁ ନିଜର କ୍ଷେତ୍ର ଦର୍ଶାଇ ନୂତନ ନକ୍ସା ଜାରି କରିଥିଲା। କିଛି ଦିନ ପୂର୍ବରୁ ଭାରତ ଲିପୁଲେଖର ରାସ୍ତାରେ ମାନସରୋବର ପାଇଁ ଏକ ଲିଙ୍କ୍ ରୋଡ୍‌ ନିର୍ମାଣ କରିଥିଲା। ଏହାକୁ ନେଇ ନେପାଳ ଅସନ୍ତୁଷ୍ଟ ହୋଇଥିଲା ଏବଂ ଭାରତ ସମ୍ମୁଖରେ ଲଗାତାର ଏହି ପ୍ରସଙ୍ଗ ଉଠାଇ ଚାଲିଥିଲା।

   Related Posts