କାଠମାଣ୍ଡୁ ୧୩।୦୬: ଭାରତର ବିରୋଧ ସତ୍ଵେ ନେପାଳ ସଂସଦରେ ଦେଶର ବିବାଦୀୟ ରାଜନୈତିକ ମାନଚିତ୍ରକୁ ନେଇ ଉପସ୍ଥାପିତ ସମ୍ବିଧାନର ସଂଶୋଧିତ ବିଧେୟକକୁ ମଞ୍ଜୁରୀ ମିଳିଛି। ମତଦାନ ସମୟରେ ସଂସଦରେ ବିରୋଧୀ ଦଳ ନେପାଳି କଂଗ୍ରେସ ଓ ଜନତା ସମାଜବାଦୀ ପାର୍ଟି ନେପାଳ ସମ୍ବିଧାନର ତୃତୀୟ ଅନୁସୂଚୀରେ ସଂଶୋଧନ ସମ୍ବନ୍ଧିତ ସରକାରଙ୍କ ବିଧେୟକକୁ ସମର୍ଥନ କରିଛି। ଭାରତ ସହିତ ସୀମା ଗତିରୋଧ ମଧ୍ୟରେ ନୂତନ ନକ୍ସାରେ ଲିପୁଲେଖ, କାଲାପାନି ଓ ଲିମ୍ପିୟାଧୁରାକୁ ନେପାଳ ନିଜର ବୋଲି ଉଲ୍ଲେଖ କରିଛି। ଆଇନ, ନ୍ୟାୟ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶିବମାୟା ଥୁମ୍ଭାଗଫେ ଦେଶର ନକ୍ସାରେ ପରିବର୍ତ୍ତନ ପାଇଁ ସମ୍ବିଧାନ ସଂଶୋଧନ ବିଧେୟକ ଉପରେ ଆଲୋଚନା ପାଇଁ ଏହାକୁ ଉପସ୍ଥାପନ କରିଥିଲେ।
{"id":285720,"sizeSlug":"large"}ନେପାଳର ୨୭୫ ସଦସ୍ୟ ବିଶିଷ୍ଟ ନିମ୍ନ ସଦନରେ ବିଧେୟକ ଗୃହୀତ ଲାଗି ଦୁଇ ତୃତୀୟାଂଶ ସମର୍ଥନ ଆବଶ୍ୟକ ପଡିଥାଏ। ନିମ୍ନ ସଦନରେ ଏହି ବିଧେୟକ ପାରିତ ହେବା ପରେ ଏହାକୁ ନ୍ୟାସନାଲ ଆସେମ୍ବ୍ଲିକୁ ପଠାଯିବ। ଏଠାରେ ମଧ୍ୟ ପ୍ରକ୍ରିୟା ଦେଇ ବିଧେୟକ ଗୃହୀତ ହେବ। ନ୍ୟାସନାଲ ଆସେମ୍ବ୍ଲିକୁ ବିଧେୟକରେ ଥିବା ଆଇନ୍ରେ ସଂଶୋଧନ ପ୍ରସ୍ତାବ ଆଣିବା ପାଇଁ ସାଂସଦଙ୍କୁ ୭୨ ଘଣ୍ଟାର ସମୟ ଦେବାକୁ ପଡିବ। ନ୍ୟାସନାଲ ଆସେମ୍ବ୍ଲିରୁ ବିଧେୟକକୁ ମଞ୍ଜୁରୀ ମିଳିବା ପରେ ଏହାକୁ ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀଙ୍କ ପାଖକୁ ପଠାଯିବ। ରାଷ୍ଟ୍ରପତିଙ୍କଠୁ ମଞ୍ଜୁରୀ ମିଳିବା ପରେ ଏହା ସମ୍ବିଧାନରେ ସାମିଲ ହେବ।
ପ୍ରମାଣ ଯୋଗାଡ ଲାଗି ନେପାଳ ଗଠନ କଲା କମିଟି
ସରକାର ବୁଧବାର ବିଶେଷଜ୍ଞଙ୍କ ଏକ ନଅ ଜଣିଆ କମିଟି ଗଠନ କରିଛନ୍ତି, ଯେଉଁମାନେ ଅଞ୍ଚଳରେ ସମ୍ବନ୍ଧିତ ଐତିହାସିକ ତଥ୍ୟ ଓ ସାକ୍ଷ୍ୟ ପ୍ରମାଣ ଯୋଗାଡ କରିବ। ମାତ୍ର କୂଟନୈତିଜ୍ଞ ଓ ବିଶେଷଜ୍ଞ ସରକାରଙ୍କ ଏହି ପଦକ୍ଷେପ ଉପରେ ପ୍ରଶ୍ନ ଉଠାଇଛନ୍ତି ଯେ, ନକ୍ସାକୁ ଯେବେ ମନ୍ତ୍ରିମଣ୍ଡଳରୁ ପ୍ରଥମରୁ ମଞ୍ଜୁରୀ ମିଳି ସାରିଛି ତେବେ ବିଶେଷଜ୍ଞଙ୍କୁ ନେଇ କମିଟି ଗଠନ କରିବାର କଣ ଆବଶ୍ୟକତା ରହିଛି।
{"id":285722,"sizeSlug":"large"}ଏଥିପାଇଁ ପୂର୍ବରୁ ହୋଇନଥିଲା ପାରିତ
ସମ୍ବିଧାନ ସଂଶୋଧନ ପ୍ରସ୍ତାବ ଗତ ମାସରେ ସଂସଦରେ ଉପସ୍ଥାପନ କରାଯିବାର ଥିଲା। ହେଲେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଏହି ପ୍ରସଙ୍ଗରେ ସର୍ବଦଳୀୟ ବୈଠକ ଡକାଇବାକୁ ଚାହୁଁଥିଲେ। ଏହା ସହିତ ବିରୋଧୀ ନେପାଳି କଂଗ୍ରେସ ମଧ୍ୟ ଏହା ଉପରେ ବିସ୍ତୃତ ଆଲୋଚନା ପରେ ଯାଇ ସମର୍ଥନ ଦେବା କଥା କହିଥିଲା।
ମେ ୧୮ରେ ଜାରି କରିଥିଲା ନକ୍ସା
ନେପାଳ ମେ ୧୮ରେ ନୂତନ ମାନଚିତ୍ର ଜାରି କରିଥିଲା। ଏଥିରେ ଭାରତର କାଲାପାନି, ଲିପୁଲେଖ ଓ ଲିମ୍ପିୟାଧୁରାକୁ ନିଜର ଅଞ୍ଚଳ ଅଞ୍ଚଳ ଦର୍ଶାଇଥିଲା। ନେପାଳର ଏହି ପଦକ୍ଷେପକୁ ଭାରତ ତୀବ୍ର ବିରୋଧ କରିଥିଲା। ଏହା ପରେ ସୀମା ବିବାଦକୁ ନେଇ ଦୁଇ ଦେଶର ସଂପର୍କରେ ଫାଟ ସୃଷ୍ଟି ହୋଇଛି।
{"id":285723,"sizeSlug":"large"}ରୋଡ୍ ଜବାବରେ ନୂତନ ନକ୍ସା
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଯେବେ ଲିପୁଲେଖରୁ କୈଳାସ ମାନସରୋବରକୁ ଯାଉଥିବା ରାସ୍ତାର ଉଦଘାଟନ କଲେ, ତେବେ ନେପାଳ ଏହାର ବିରୋଧ କରିଥିଲା। ଏହା ପରେ ମେ ୧୮ରେ ନୂତନ ମାନଚିତ୍ର ଜାରି କରିଥିଲା। ଭାରତ ସ୍ପଷ୍ଟ ଶବ୍ଦରେ କହିଥିଲା ଯେ, ନେପାଳକୁ ଭାରତର ସାର୍ବଭୌମତା ଓ କ୍ଷେତ୍ରୀୟ ଅଖଣ୍ଡତାର ସମ୍ମାନ କରିବା ଉଚିତ୍।