Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ଫେଲ୍ ମାରିଲା ବିରୋଧୀଙ୍କ ଚେଷ୍ଟା : ପୁଣିଥରେ ନେପାଳ ଗାଦି ସମ୍ଭାଳିବେ ଓଲି

14/05/2021 at 9:02 AM

କାଠମାଣ୍ଡୁ ୧୪/୫: ଫେଲ ମାରିଛି ବିରୋଧୀଙ୍କ ସତ ଚେଷ୍ଟା । ସଂଖ୍ୟା ଗରିଷ୍ଠତା ହାସଲ ହୋଇଛନ୍ତି ବିରୋଧୀ । ଫଳରେ ନେପାଳରେ ପୁଣିଥରେ ଚାଲିବ ଓଲି ରାଜ୍ । ଅର୍ଥାତ୍ ପୁଣିଥରେ ପ୍ରଧାନମନ୍ତ୍ରୀ ହେବେ କେ.ପି ଓଲି ଶର୍ମା । କଂଗ୍ରେସ ଏବଂ ନେପାଳ କମ୍ୟୁନିଷ୍ଟ ପାର୍ଟି (ମାଓବାଦ ସେଣ୍ଟ୍ରାଲ) ର ବିରୋଧୀ ମିଳିତ ଦଳ ପରବର୍ତ୍ତୀ ସରକାର ଗଠନ ପାଇଁ ସଂଖ୍ୟାଗରିଷ୍ଠତା ହାସଲ କରିବାରେ ବିଫଳ ହୋଇଛନ୍ତି । ଏଭଳି ପରିସ୍ଥିତିରେ ରାଷ୍ଟ୍ରପତି ଓଲିଙ୍କୁ ପୁଣି ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ କରିଛନ୍ତି ।

ସୋମବାର ଲୋକସଭାରେ ଆସ୍ଥା ଭୋଟ୍ ପ୍ରମାଣ କରିବାରେ ଅଲି ବିଫଳ ହୋଇଥିଲେ । ଯାହା ପରେ ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀ ବିରୋଧୀ ଦଳମାନଙ୍କୁ ଗୁରୁବାର ରାତି ୯ଟା ପର୍ଯ୍ୟନ୍ତ ସରକାର ଗଠନ କରିଥିଲେ । ବିରୋଧୀ ଦଳ ସମ୍ବିଧାନର ଧାରା ୭୬ (୨) ଅନୁଯାୟୀ ସରକାରୀ ଗଠନ ଦାବିରେ ଭାଗ ନେବାକୁ ବିଫଳ ହୋଇଥିବାରୁ ରାଷ୍ଟ୍ରପତି ଭଣ୍ଡାରୀ ଓଲି (୬୯) କୁ ଧାରା ୭୬ (୩) ଅନୁଯାୟୀ ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ କରିଛନ୍ତି ।

ନେପାଳୀ କଂଗ୍ରେସ ସଭାପତି ଶେର ବାହାଦୂର ଦେଓବାଙ୍କୁ ସିପିଏନ୍ ମାଓବାଦ ସଭାପତି ପୁଷ୍ପକମଲ ଡାହଲ ‘ପ୍ରଚାନ୍ଦ’ର ସମର୍ଥନ ଥିଲା । କିନ୍ତୁ ଜନତା ସମାଜବାଦି ପାର୍ଟି (ଜେଏସପି) ର ସମର୍ଥନ ହାସଲ କରିବାରେ ବିଫଳ ହୋଇଥିଲା । ଜେଏସପି ସଭାପତି ଉପେନ୍ଦ୍ର ଯାଦବ ଦେବୁବାଙ୍କୁ ସମର୍ଥନ ଜଣାଇଥିଲେ । କିନ୍ତୁ ଅନ୍ୟ ଦଳର ସଭାପତି ମହନ୍ତ ଠାକୁର ଏହି ଧାରଣାକୁ ପ୍ରତ୍ୟାଖ୍ୟାନ କରିଥିଲେ ।

   Related Posts