Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କଣ ଚାହୁଁଛି ନେପାଳ ? ରାମଙ୍କ ପରେ ଏବେ ବୁଦ୍ଧକୁ ନେଇ ଭାରତ ସହ କରୁଛି ବିବାଦ

9/08/2020 at 7:26 PM

କାଠମାଣ୍ଡୁ ୦୯।୦୮: ଭାରତ ସହିତ ସୀମା ବିବାଦରେ ଲିପ୍ତ ନେପାଳ ଏବେ ଭାରତୀୟ ଦେବା-ଦେବୀ ଓ ମହାପୁରୁଷଙ୍କୁ ନେଇ ବିବାଦ କରିବା ଆରମ୍ଭ କରି ଦେଇଛି। ନେପାଳ ଭାରତୀୟ ବୈଦେଶିକ ମନ୍ତ୍ରୀ ଡ. ଏସ ଜୟଶଙ୍କର ଗୌତମ ବୁଦ୍ଧଙ୍କୁ ଭାରତୀୟ କହିବା ଉପରେ ଆପତ୍ତି ପ୍ରକାଶ କରିଛି। ଗୌତମ ବୁଦ୍ଧଙ୍କୁ ନେପାଳର କମ୍ୟୁନିଷ୍ଟ ସରକାର ନେପାଳୀ ଆଖ୍ୟା ଦେଇଛି। ନେପାଳର ଅନେକ ରାଜନେତା ମଧ୍ୟ ଜୟଶଙ୍କରଙ୍କ ବୟାନକୁ ବିରୋଧ କରିଛନ୍ତି। କିଛି ଦିନ ପୂର୍ବେ ନେପାଳୀ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଭଗବାନ ରାମ ନେପାଳର ଅଯୋଧ୍ୟାପୁରୀର ହୋଇଥିବା ଦାବି କରିଥିଲେ। ଅପରପକ୍ଷେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ବିବୃତ୍ତି ଜାରି କରି କହିଛି ଏଥିରେ କୌଣସି ସନ୍ଦେହ ନାହିଁ ଯେ ଭଗବାନ ବୁଦ୍ଧଙ୍କ ଜନ୍ମ ନେପାଳର ଲୁମ୍ବିନିରେ ହୋଇଥିଲା।

କଣ କହିଥିଲେ ଏସ ଜୟଶଙ୍କର

ଭାରତୀୟ ବୈଦେଶିକ ଡ. ଏସ ଜୟଶଙ୍କର ଭାରତୀୟ ଉଦ୍ୟୋଗ ପରିସଙ୍ଘ(ସିଆଇଆଇ)ର ଇଣ୍ଡିଆ@75 ଶିଖର ସମ୍ମିଳନୀକୁ ସମ୍ବୋଧିତ କରି କହିଥିଲେ ମହାତ୍ମା ଗାନ୍ଧୀ ଓ ଭଗବାନ ବୁଦ୍ଧ ଦୁଇ ଜଣ ଏମିତି ଭାରତୀୟ ମହାପୁରୁଷ ଯାହାଙ୍କୁ ସର୍ବଦା ମନେ ରଖାଯିବ। ତାଙ୍କୁ ପ୍ରଶ୍ନ କରାଯାଇଥିଲା ଏ ପର୍ଯ୍ୟନ୍ତ ସବୁଠୁ ମହାନ ଭାରତୀୟ କିଏ, ଯାହାଙ୍କୁ ଆପଣ ସର୍ବଦା ମନେ ରଖିବେ ? ଏହାର ଉତ୍ତରରେ ଜୟଶଙ୍କର କହିଛନ୍ତି ଜଣେ ଗୌତମ ବୁଦ୍ଧ ଏବଂ ଦ୍ଵିତୀୟ ହେଉଛନ୍ତି ମହାତ୍ମା ଗାନ୍ଧୀ। ଜୟଶଙ୍କରଙ୍କ ଏହି ବୟାନ ଉପରେ ବର୍ତ୍ତମାନ କଡା ଆପତ୍ତି ପ୍ରକାଶ କରିଛି।

କଣ କହିଲା ନେପାଳ

ନେପାଳର ବୈଦେଶିକ ମନ୍ତ୍ରଣାଳୟ କହିଛି, ଐତିହାସିକ ଓ ପୌରାଣିକ ତଥ୍ୟ ଏହା ପ୍ରମାଣିତ କରୁଛି ଗୌତମ ବୁଦ୍ଧଙ୍କ ଜନ୍ମ ନେପାଳର ଲୁମ୍ବିନିରେ ହୋଇଥିଲା। ଲୁମ୍ବିନି ବୁଦ୍ଧ ଓ ବୁଦ୍ଧିଜିମ୍‌ର ଜନ୍ମସ୍ଥଳୀ। ଏହାକୁ ୟୁନେସ୍କୋ ଓ୍ଵାର୍ଲ୍‌ଡ ହେରିଟେଜ୍‌ର ମାନ୍ୟତା ମଧ୍ୟ ଦେଇଛି। ୨୦୧୪ରେ ନେପାଳ ଯାତ୍ରା ସମୟରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେପାଳୀ ସଂସଦକୁ ସମ୍ଵୋଧିତ କରି କହିଥିଲେ ନେପାଳ ହେଉଛି ସେହି ଦେଶ ଯିଏ  ବିଶ୍ଵରେ ଶାନ୍ତିର ଉଦଘୋଷ କରିଛି ଏବଂ ବୁଦ୍ଧଙ୍କୁ ଜନ୍ମ ଦେଇଛି।

ଏହାର ଜବାବ ଦେଇ ଭାରତ କହିଛି, ଗତକାଲି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ଟିପ୍ପଣୀ ଆମର ଭାଗିଦାରୀ ବୌଦ୍ଧ ବିରାସତକୁ ସୂଚାଇ ଥିଲା। ଏଥିରେ କୌଣସି ସନ୍ଦେହ ନାହିଁ ଯେ ଗୌତମ ବୁଦ୍ଧଙ୍କ ଜନ୍ମ ଲୁମ୍ବିନିରେ ହୋଇଥିଲା, ଯାହା ବର୍ତ୍ତମାନ ନେପାଳରେ ରହିଛି।

   Related Posts