Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୃତ୍ୟୁ ହାରରେ ସାମାନ୍ୟ ହ୍ରାସ : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୩୯ ଜଣଙ୍କ ଜୀବନ, ୩୪୭୧ରେ ପହଞ୍ଚିଲା ମୋଟ୍‌ ସଂଖ୍ୟା
  • ||
  • କାମାକ୍ଷାନଗରରେ ଦୁଇ ସାହି ମଧ୍ୟରେ ଗୋଷ୍ଠୀ ସଙ୍ଘର୍ଷ : ଜଣେ ମୃତ, ୨ ଗୁରୁତର
  • ||
  • ନୟାଗଡ : ୫ ଦିନ ପରେ ମିଳିଳା ନିଖୋଜ ଶିଶୁକନ୍ୟାର ମୃତଦେହ, ଶରୀରଠୁ ଅଲଗା ହୋଇ ପଡିଛି ମୁଣ୍ଡ
  • ||
  • ଖୋର୍ଦ୍ଧା : ଠାକୁରପଡ଼ାରେ ଯୁବକଙ୍କୁ ନିର୍ମମ ହତ୍ୟା ଘଟଣା, ୩ ଗିରଫ
  • ||
  • ଭୁବନେଶ୍ୱର : ୧୮ ଓ ୧୯ରେ ବଢିବ ବର୍ଷା, ୨୦ରୁ ବଦଳିବ ପାଗ
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୬୩୧ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ବିରିମାଡରେ କୋଳଥ ଚେପା ! ସୀମାରୁ ଫାଣ୍ଡି ଉଠାଇ ନେଲା ନେପାଳ

6/07/2020 at 5:48 PM

ପିଥୋରାଗଡ଼ ୬।୭:  ସୀମାରେ ଉତ୍ତେଜନା ପ୍ରସମିତ କରିବା ଲାଗି ଭାରତ ସହ ଆଲୋଚନା ପରେ ଚୀନ୍‌ ନିଜ ସେନା ହଟାଇବା ପ୍ରକ୍ରିୟା ଆରମ୍ଭ କରିଛି। ତେବେ ଭାରତ ସୀମାରେ ଚେକ୍‌ ପୋଷ୍ଟ ସ୍ଥାପନା କରିଥିବା ନେପାଳ ବିନା କୌଣସି କଥାବାର୍ତ୍ତାରେ ୨ଟିକୁ ସୋମବାର ବନ୍ଦ କରିଦେଇଥିବା ବେଳେ ଅନ୍ୟ ଗୁଡିକୁ ହଟାଇବା ପ୍ରକ୍ରିୟା ଆରମ୍ଭ କରିଥିବା ଜଣାପଡିଛି। ଦାରଚୁଲା ଉପଜିଲ୍ଲାଧିକାରୀ ଏ.କେ. ଶୁକ୍ଳା  ଉକ୍କୁ ଓ ବଲାରାରେ ନେପାଳ ସ୍ଥାପନା କରିଥିବା ଦୁଇଟି ଫାଣ୍ଡିକୁ ଉଠାଇନେଇଥିବାର ସୂଚନା ଦେଇଛନ୍ତି।   

ନେପାଳୀ ଅଧିକାରୀଙ୍କ ସୂତ୍ରରୁ ଶୁକ୍ଲା ଏହି ସୂଚନା ଦେଇଥିବା ବେଳେ ଏବେ ବାକୁ, ବୁର୍କିଲ ଓ ବିନାୟକରେ ଥିବା ଆଉ ୩ଟି ଫାଣ୍ଡିକୁ ମଧ୍ୟ ଉଠାଇନେବା ପ୍ରକ୍ରିୟା ଆରମ୍ଭ କରିଥିବା କହିଛନ୍ତି। ତେବେ ଉକ୍କୁ ଓ ବଲାରାରେ ସୀମା ଚେକ୍‌ ପୋଷ୍ଟ ବନ୍ଦ ଲାଗି ନେପାଳ ଗୃହମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଥିବାର ସୂଚନା ରହିଛି।  ହେଲେ ଅନ୍ୟ ଚେକ୍‌ପୋଷ୍ଟଗୁଡିକୁ କାହିଁକି ଉଠାଇ ନେଉଛି ତାର କାରଣ ଜଣାପଡି ନାହିଁ। ତେବେ ଚଙ୍ଗରୁ ସୀମା ଚେକ୍‌ପୋଷ୍ଟକୁ ନେପାଳ ବନ୍ଦକରିବ ନାହିଁ ବୋଲି ଜଣାପଡିଛି।

ସୂଚନା ଯୋଗ୍ୟଯେ ଲଦ୍ଦାଖ ସୀମାରେ ଚୀନ୍‌ ସହ ଉତ୍ତେଜନା ବେଳେ ନେପାଳ ପ୍ରଧାନମନ୍ତ୍ରୀ କେ.ପି.ଶର୍ମା ଓଲି ଭାରତୀୟ ସୀମା ଅନ୍ତର୍ଗତ ଲିପୁଲେଖ, କାଲାପାନୀ ଓ ଲିମ୍ପିଆଧୁରାକୁ ନିଜ ସୀମାରେ ମିସାଇ ନେପାଳ ସଂସଦରେ ନୂଆ ମାନଚିତ୍ର ଗ୍ରୁହୀତ କରିଥିଲେ। ଏହା ସହ ଭାରତ ସୀମାରେ ସୁରକ୍ଷା ବଳ ମଧ୍ୟ ମୁତୟନ କରାଯାଇଥିଲା। ଏପରି ଉତ୍ତେଜନାକାଳରେ ନେପାଳ ସରକାର ଭାରତ ସୀମାର ଦାରଚୁଲାରେ ୬ଟି ଚେକପୋଷ୍ଟ ସ୍ଥାପନା କରି ଭାରତୀୟ ସୀମା ଉପରେ ନଜର ରଖିବା ମଧ୍ୟ ଆରମ୍ଭ କରିଥିଲେ।

ତେବେ କୂଟନୀତିରେ ଭାରତ ସରକାର ଚୀନ୍‌କୁ ଠିକଣା ଜବାବ ଦେଇଥିବା ବେଳେ ନେପାଳ ନିଜ ଆଡୁ ଏବେ ଚଉତି ହେବାରେ ଲାଗିଛି। ସେପଟେ ନେପାଳର ସୀମାବର୍ତ୍ତି ଗ୍ରାମଗୁଡିକୁ ଚୀନ୍‌ ସେନା ନିଜ ଅକ୍ତିଆରକୁ ନେଇଥିବା ବେଳେ ଓଲି ସରକାର ଚୁପ୍ ରହିବା ଏବେ ପ୍ରଧାନମନ୍ତ୍ରୀଙ୍କ ଲାଗି ମହଙ୍ଗା ପଡିଛି। ନିଜ ଦଳରେ ତାଙ୍କର ଇସ୍ତଫା ଦାବି ହେଉଥିବା ବେଳେ ଓଲି ଭାରତର ଷଡ଼ଯନ୍ତ୍ରର ଶିକାର ହୋଇଥିବା ଅଭିଯୋଗ ବି କରିଥିଲେ। 

   Related Posts