Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ନେପାଳର ନୂତନ ମାନଚିତ୍ରକୁ ବିରୋଧ କରି ଭାରତକୁ କଲେ ସମର୍ଥନ, ଦଳରୁ ବହିଷ୍କୃତ ହେଲେ ସାଂସଦ

7/07/2020 at 8:45 PM

କାଠମାଣ୍ଡୁ ୦୭।୦୭: ନକ୍ସା ବିବାଦରେ ଭାରତ ସପକ୍ଷରେ ମୁହଁ ଖୋଲିଥିବା ନେପାଳି ସାଂସଦ ସରିତା ଗିରିଙ୍କୁ ନେପାଳର ଜନତା ସମାଜବାଦୀ ପାର୍ଟି(JSP) ଦଳରୁ ବହିଷ୍କାର  କରିଛି। ଏହା ସହିତ ସରିତା ଗିରିଙ୍କୁ ସଂସଦ ସଦସ୍ୟତା ମଧ୍ୟ ହରାଇବାକୁ ପଡିଛି। ମାନଚିତ୍ର ବିବାଦରେ ସରିତା ଗିରି ଆରମ୍ଭରୁ ହିଁ ନେପାଳ ସରକାରଙ୍କ ବିରୋଧରେ ଖୋଲାଖୋଲି ମନ୍ତବ୍ୟ ଦେଇ ଆସୁଥିଲେ।

ଉଲ୍ଲେଖଯୋଗ୍ୟ, ନିକଟରେ ମାନଚିତ୍ର ସମ୍ବନ୍ଧିତ ସମ୍ବିଧାନ ସଂସୋଧନକୁ ସରିତା ଗିରି ଖୋଲାଖୋଲି ବିରୋଧ କରିଥିଲେ। ସରକାର ଦ୍ଵାରା ନୂତନ ମାନଚିତ୍ରକୁ ସମ୍ବିଧାନର ମାନ୍ୟତା ଦେବା ପାଇଁ ସମ୍ବିଧାନ ସଂଶୋଧନ ପ୍ରସ୍ତାବ ଉପରେ ନିଜର ଅଲଗା ସଂଶୋଧନ ପ୍ରସ୍ତାବ ଦେଇ ସାଂସଦ ସରିତା ଗିରି ଏହାକୁ ଖାରଜ କରିଥିଲେ। ସରିତା ପାର୍ଟି ହ୍ଵିପ୍‌ର ଉଲ୍ଲଂଘନ କରି ସଂସଦରେ ମାନଚିତ୍ର  ବିଧେୟକକୁ ଗୃହୀତ କରାଇବା ନେଇ ବିରୋଧ କରିଥିଲେ। ତାଙ୍କର ଏତାଦୃଶ୍ୟ ଦେଖି ତାଙ୍କୁ ପାର୍ଟିର ଜେନେରାଲ ସଦସ୍ୟ ପଦରୁ ହଟାଇ ଦିଆଯାଇଛି। ପାର୍ଟି ନେତା ମହମ୍ମଦ ଇସ୍ତିୟାକ ରାୟ ଏହାର ସୂଚନା ଦେଇଛନ୍ତି। ଭାରତ ସହିତ ସୀମା ବିବାଦ ପରେ ନେପାଳ ନୂତନ ମାନଚିତ୍ର ଜାରି କରିଥିଲା।

ଗୃହରେ ଆଲୋଚନା ସମୟରେ ଜେଏସପିର ତିନି ସଦସ୍ୟ ବିଶିଷ୍ଟ ଟାସ୍କ ଫୋର୍ସ ଗଠନ କରି ଗିରିଙ୍କ ଏହି ପଦକ୍ଷେପର ଯାଞ୍ଚ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହି କମିଟି ନିଜ ରିପୋର୍ଟରେ ଗୃହର ସଦସ୍ୟତା ଓ ପାର୍ଟିରୁ ହଟାଇବାକୁ ସୁପାରିଶ କରିଥିଲା। ଯେବେ ଗିରି ଗୃହରେ ଅଲଗା ପ୍ରସ୍ତାବ ଦେଇଥିଲେ, ତେବେ ପାର୍ଟି କହିଥିଲା ଯେ, ସରିତା ଗିରି ନିଜର ସଂଶୋଧନ ପ୍ରତ୍ୟାହାର କରନ୍ତୁ ନଚେତ୍‌ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରେ। କିନ୍ତୁ ସରିତା ଗିରି ନିଜର ଆଭିମୁଖ୍ୟରେ ଦୃଢ ରହି ନେପାଳର ନୂତନ ମାନଚିତ୍ରକୁ ବିରୋଧ କରି ଆସିଥିଲେ। ଫଳରେ ପାର୍ଟି ତାଙ୍କୁ ଦଳରୁ ବହିଷ୍କାର କରିଛି।

   Related Posts