ବାହାହେବା ପାଇଁ ରିକ୍ସାରେ ନେପାଳରୁ ଉତ୍ତର ପ୍ରଦେଶ ଆସିଲେ ଯୁବକ

Published By : Prameya-News7 Bureau | October 25, 2020 IST

ବହରାଇଚ ୨୫/୧୦ : ଭାରତ ନେପାଳ ମଧ୍ୟରେ ଗତ କିଛି ମାସ ହେଲା ସୀମା ବିବାଦ ଚାଲିଥିଲା। ଏହି ବିବାଦ ଓ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶ ବହରାଇଚ ସହ ଲାଗିଥିବା ଇଣ୍ଡୋ-ନେପାଳ ସୀମା ବନ୍ଦ କରିଦିଆଯାଇଥିଲା। ଲୋକଙ୍କ ଯିବାଆସିବାରେ ପ୍ରତିବନ୍ଧକ ଲଗାଯାଇଥିଲା। ଏହା ସତ୍ତ୍ୱେ ଉଭୟ ଦେଶ ଲୋକଙ୍କ ମଧ୍ୟରେ ଏବେ ବି ମଜବୁତ ସମ୍ବନ୍ଧ ରହିଛି। ଏହାର ଉଦାହରଣ ଗତ ଶନିବାର ଦିନ ଦେଖିବାକୁ ମିଳିଛି। ଜଣେ ବର ନିଜ କନ୍ୟାକୁ ଆଣିବା ପାଇଁ ନେପାଳରୁ ଉତ୍ତର ପ୍ରଦେଶ ବହରାଇଚ ପହଞ୍ଚିଥିଲେ। ଏଥିପାଇଁ ସେ ରିକ୍ସାରେ ଯାତ୍ରା କରିଥିଲେ। ରିକ୍ସାରେ ସେ ନେପାଳରୁ ଭାରତକୁ ଆସିଥିଲେ।

ନେପାଳୀ ବର ବହରାଇଚ ରୂପଇଡିହା ବିବାହ କରିବାକୁ ରିକ୍ସାରେ ପହଞ୍ଚିଥିଲେ। ନେପାଳ ସହ ଭାରତର ବହୁ ପୁରୁଣା ସମ୍ପର୍କ ଅଛି। ଉଭୟ ଦେଶ ମଧ୍ୟରେ ବନ୍ଧୁ ସମ୍ପର୍କ ମଧ୍ୟ ରହିଛି। ଅର୍ଥାତ ଉଭୟ ଦେଶର ଯୁବକ ଯୁବତୀଙ୍କ ମଧ୍ୟରେ ବାହାଘର ମଧ୍ୟ ହୋଇଥାଏ। ଲକଡାଉନ୍ ପରଠାରୁ ଉଭୟ ଦେଶର ସୀମା ମଧ୍ୟ ସିଲ ରହିଛି। ଗତ ଶନିବାର ଦିନ ନେପାଳର ଜଣେ ଯୁବକଙ୍କ ବିବାହ ଭାରତରେ ରହୁଥିବା ଜଣେ ଯୁବତୀଙ୍କ ସହ ହେବାରଥିଲା। ସେ ରିକ୍ସାରେ ବସି ନେପାଳରୁ ଏକା ଆସି ଭାରତ ଆସି ବିବାହ କରିଥିଲେ।

ସୂଚନାଯୋଗ୍ୟ ଯେ, ବିବାହ ପରେ ବୋର୍ଡର ସିକ୍ୟୁରିଟି ଫୋର୍ସ ନବବିବାହିତ ଦମ୍ପତ୍ତିଙ୍କୁ ସୀମା ପାର କରାଇଥିଲା। ସୀମା ବନ୍ଦ ରହିବାରୁ ଉଭୟ ଦେଶରେ ରହୁଥିବା ସ୍ଥାନୀୟ ଲୋକଙ୍କୁ ଯିବା ଆସିବାରେ ଅସୁବିଧା ହେଉଛି। କରୋନା ମହାମାରୀ ଯୋଗୁଁ ଏହି ସମସ୍ୟା ଆହୁରି ବଢିଯାଇଛି। ନେପାଳର ସ୍ଥାନୀୟ ଲୋକ ମଧ୍ୟ ସୀମା ଖୋଲିବାକୁ ବାରମ୍ବାର ନେପାଳ ସରକାରଙ୍କୁ ଦାବି କରୁଛନ୍ତି। ସୋସିଆଲ ମିଡ଼ିଆରେ ନେପାଳୀ ବରଙ୍କ ଫଟୋ ଭାଇରାଲ୍ ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.