ନେପାଳରେ ଭାରତୀୟ ନୋଟ୍ ବନ୍ଦ ; ଏବେ ଚଳିବ ନାହିଁ ୨୦୦,୫୦୦,୨୦୦୦ ଟଙ୍କିଆ ନୋଟ୍

Published By : Prameya-News7 Bureau | December 15, 2018 IST

କାଠମାଣ୍ଡୁ ୧୫|୧୨:  ନେପାଳରେ ବ୍ୟବସାୟ ଅଥବା ଚାକିରୀ କରିଥିବା ଭାରତୀୟ ନାଗରିକଙ୍କୁ ବଡ ଝଟକା ଲାଗିଛି । ନେପାଳ ସରକାର ଭାରତୀୟ ନୋଟ୍ କୁ ଅସିଦ୍ଧ ଘୋଷଣା କରିଛନ୍ତି । ନେପାଳରେ ଆଉ ୨୦୦, ୫୦୦ ଓ ୨୦୦୦ ଟଙ୍କିଆ ଭାରତୀୟ ନୋଟ୍ ଚଳିବ ନାହିଁ। ଏହି ପ୍ରତିବନ୍ଧକ ଆଜିଠାରୁ ଲାଗୁହେବ ।

{"id":63849}

ନେପାଳର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଗୋକୁଳ ପ୍ରସାଦ ବାସ୍କୋଟା କହିଛନ୍ତି ଯେ, ନେପାଳ ସରକାର ଲୋକମାନଙ୍କୁ କହିଛନ୍ତି ସେମାନେ ଆଉ ଶହେ ଟଙ୍କିଆ ଉପରକୁ ଭାରତୀୟ ଟଙ୍କାକୁ ସଞ୍ଚୟ କରନ୍ତୁ ନାହିଁ। ୨୦୦, ୫୦୦ ଓ ୨୦୦୦ଟଙ୍କିଆ ନୋଟ୍‌ ରଖନ୍ତୁ ନାହିଁ । ଏହାର ବ୍ୟବହାରକୁ ଅସିଦ୍ଧ ଘୋଷଣା କରିବାକୁ ନିଷ୍ପତ୍ତି ନିଆଯାଇଛି । ନେପାଳ କ୍ୟାବିନେଟ୍ ଭାରତୀୟ ନୋଟ୍ ଉପରେ ତତ୍କାଳ ପ୍ରତିବନ୍ଧକ ଲଗାଇବା ପାଇଁ ନିଷ୍ପତ୍ତି ନେଇଛି । ଭାରତର ନୋଟ୍ ବନ୍ଦୀ ଫଳରେ ଏବେବି ବହୁମାତ୍ରାରେ ଭାରତୀୟ ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ୍ ଫସିରହିଛି । ସେ କହିଛନ୍ତି ଯେ, ଏହାର ପ୍ରଭାବ ନେପାଳର ପର୍ଯ୍ୟଟନ ଉଦ୍ୟୋଗ ଉପରେ ପଡିବ । ମାତ୍ର ଦେଶର ହିତ ପାଇଁ ଏଭଳି ନିଷ୍ପତ୍ତି ଜରୁରୀ ଥିଲା ।

{"id":63850}

ସୂଚନାଯୋଗ୍ୟ ଯେ ୨୦୧୬ ମସିହା ନଭେମ୍ବର ୮ ତାରିଖ ଦିନ ଭାରତ ସରକାର ୫୦୦ ଓ ୧୦୦୦ଟଙ୍କିଆ ନୋଟ୍‌ର ବିମୁଦ୍ରୀକରଣ କରିବା ସହିତ ନୂଆ ୨୦୦, ୫୦୦ ଓ ୨୦୦୦ ଟଙ୍କିଆ ନୋଟ୍‌ ପ୍ରଚଳନ କରିଥିଲେ। ବିମୁଦ୍ରୀକରଣ ପରେ ଭାରତୀୟ ଟଙ୍କାକୁ ନେଇ ନେପାଳରେ ଦେଖାଦେଇଥିଲା । ଫଳରେ ନେପାଳ ସରରକାର ଶହେ ଟଙ୍କାରୁ ଅଧିକ ଭାରତୀୟ ନୋଟ୍ ନେପାଳରେ ପ୍ରଚଳନ ନେଇ ପ୍ରତିବନ୍ଧକ ଲଗାଇ ଦେଇଛନ୍ତି। ସରକାର ଏହାକୁ ତତ୍କାଳ ଭାବେ ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କେବଳ ୧୦୦ଟଙ୍କିଆ ଭାରତୀୟ ନୋଟ୍ ନେପାଳରେ ପ୍ରଚଳନ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.