Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ପୁରୀ : ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ: ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ : ଟସ୍ ଜିତିଲା ଅଷ୍ଟ୍ରେଲିଆ, ପ୍ରଥମେ କରିବ ବ୍ୟାଟିଂ
  • ||
  • ଚଳିତ ବର୍ଷ ବିନ୍ଦୁସାଗରରେ ଡଙ୍ଗା ଭସା ଉପରେ ରୋକ୍, ନିଷ୍ପତ୍ତି ନେଲା ବିଏମସି
  • ||

ମହିଳା କର୍ମଚାରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ପୂର୍ବତନ ବାଚସ୍ପତି ଗିରଫ

8/10/2019 at 4:32 PM

କାଠମାଣ୍ଡୁ୮|୧୦: ନେପାଳ ପାର୍ଲାମେଣ୍ଟର ପୂର୍ବତନ ବାଚସ୍ପତି କୃଷ୍ଣ ବାହାଦୁର ମାହାରାଙ୍କୁ ଦୁଷ୍କର୍ମ ଅଭିଯୋଗରେ ପୋଲିସ ଗିରଫ କରିଛି । ସୋମବାରଦିନ ତାଙ୍କ ନାଁରେ ଅଦାଲତ ଗିରଫ ପରୱାନା ଜାରି କରିଥିଲେ । ଚଳିତମାସ ୧ ତାରିଖରେ ମାହାରା ନେପାଳ ପାର୍ଲାମେଣ୍ଟର ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ । ଦୁଷ୍କର୍ମ ସମ୍ପର୍କରେ ଗଣ ମାଧ୍ୟମରେ ବ୍ୟାପକ ପ୍ରଚାର ଓ ପ୍ରସାର ହେବାପରେ ମାହାର ଇସ୍ତଫା ଦେଇଥିଲେ । ଘଟଣାର ନିରପେକ୍ଷ ତଦନ୍ତ ଲାଗି ସେ ତାଙ୍କ ପଦରୁ ଇସ୍ତଫା ଦେଇଥିବା ପ୍ରକାଶ କରିଥିଲେ ।

ସୂଚନାଯୋଗ୍ୟ ଯେ, ନେପାଳ ଆସେମ୍ଲିର ଜଣେ ମହିଳା କର୍ମଚାରୀ ମହାରାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ କରିଥିଲେ । ମହିଳାଙ୍କ ଅଭିଯୋଗ ହେଲା ଯେ, ମହାରାଙ୍କ ସହ ତାଙ୍କ ପରିବାରର ପୂରୁଣା ବନ୍ଧୁତା ରହିଛି । ସେହି ଆଧାରରେ ମହାରା ତାଙ୍କ ଘରକୁ ବିଭିନ୍ନ ସମୟରେ ଯା ଆସ କରୁଥିଲେ । ତାଙ୍କ ସ୍ବାମୀଙ୍କ ସହ ମଧ୍ୟ ମହାରାଙ୍କ ସମ୍ପର୍କ ଥିଲା । ତେବେ ଘଟଣା ଘଟିଥିବା ରାତି ପ୍ରାୟ ୮ଟା ବେଳକୁ ମାହାରା ମହିଳାଙ୍କ କାଠମାଣ୍ଡୁ ତିନକୁନେସ୍ଥିତ ତାଙ୍କ ଭଡା ଫ୍ଲାଟକୁ ଆସିଥିଲେ । ସେତେବେଳେ ମହିଳାଙ୍କ ସ୍ବାମୀ ଘରେ ନଥିଲେ ।

ମହାରା ସେତେବେଳେ ନିଜ ହୋଶରେ ନଥିଲା ଭଳି ଲାଗୁଥିଲେ । ପ୍ରଥମେ ମହିଳାଙ୍କୁ ସେ ମାରପିଟ କରିଥିଲେ । ପରେ ପରେ ତାଙ୍କୁ ଦୁଷ୍କର୍ମ କରିଥିଲେ ବୋଲି ମହିଳା ଅଭିଯୋଗ କରିଥିଲେ । ଘଟଣା ସମ୍ପର୍କରେ ବିଧିବଦ୍ଧଭାବେ ପୋଲିସ ନିକଟରେ ଅଭିଯୋଗ ହୋଇନଥିଲେ ମଧ୍ୟ ମିଡିଆ ରିପୋର୍ଟ ଆଧାରରେ ପୋଲିସ ଘଟମାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଆଜି କାଠମାଣ୍ଡୁ ପୋଲିସ ମାହାରାଙ୍କୁ ଗିରଫ କରିଛି ।

ସୂଚନାଯୋଗ୍ୟ ଯେ, ମହାରା ୨୦୧୮ ମସିହାରେ ନେପାଳ ପାର୍ଲାମେଣ୍ଟର ଲୋକସଭା ବାଚସ୍ପତିବାବେ ନିର୍ବାଚିତ ହୋଇଥିଲେ । ୨୦୧୭ ମସିହାରେ ସେ ଦେଶର ଉପ-ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ ହେବା ସହ ବୈଦେଶିକ ବ୍ୟାପାର ଓ ଅର୍ଥ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ଥିଲେ ।୨୦୦୯ ମସିହାରେ ମାହାରା ଟେଲିଯୋଗାଯୋଗ ମନ୍ତ୍ରୀ ଥିବାବେଳେ ତାଙ୍କ ବିରୋଧରେ ଏକ ବଡଧରଣର ଦୁର୍ନୀତି ଅଭିଯୋଗ ଉଠିଥିଲା । ଜଣେ ଚୀନ ଟେଲିକମ ବ୍ୟବସାୟୀଙ୍କୁ ଲାଇସେନ୍ସ ପ୍ରଦାନ ଲାଗି ସେ ମୂଲଚାଲ କରୁଥିବା ଅଡିଓ ଲିକ୍‌ ହୋଇଥିଲା ।

   Related Posts