ନେପାଳରେ ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ଥିଲା ୪.୭

Published By : Prameya-News7 Bureau | May 17, 2019 IST

କାଠମାଣ୍ଡୁ ୧୭।୫ :  ନେପାଳରେ ଶୁକ୍ରବାର ଭୂମିକମ୍ପ ଅନୁଭୂତ ହୋଇଛି। ମଧ୍ୟାହ୍ନ ପରେ ଅନୁଭୂତ ହୋଇଥିବା ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ୪.୭ ମପା ଯାଇଛି । ନେପାଳ ରାଜଧାନୀ କାଠମାଣ୍ଡୁ ଠାରୁ ୬୬ କିଲୋମିଟର ଦୂର ଭୂ-ଗର୍ଭରେ ଭୂକମ୍ପର କେନ୍ଦ୍ର ଥିଲା । ତେବେ ଭୂମିକମ୍ପ ଯୋଗୁ କେଉଁଠାରେ ଧନଜୀବନ ହାନୀ ନେଇ ସୂଚନା ମିଳିନି।

ଏହା ପୂର୍ବରୁ ଗତ ଏପ୍ରିଲ ୨୪ ତାରିଖ ଦିନ ମଧ୍ୟ ନେପାଳରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ସେତେବେଳେ ଏହି କମ୍ପନର ତୀବ୍ରତା ରିକ୍ଟର ସ୍କେଲରେ ୪.୮ ମପାଯାଇଥିଲା। ତେବେ କମ୍ପନ ଯୋଗୁ ଲୋକେ ଆତଙ୍କିତ ହୋଇପଡିଥିଲେ। ୨୦୧୫ ମସିହା ନେପାଳ ଭୂମିକମ୍ପ ପରେ ଅନେକ ଛୋଟଛୋଟ କମ୍ପନ ଅନୁଭୂତ ହେଉଛି । ତେବେ ଏଥିଯୋଗୁ ଏପର୍ଯ୍ୟନ୍ତ ସେଭଳି କୌଣସି ବଡଧରଣର କ୍ଷୟକ୍ଷତି ହୋଇନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.