Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚୋରା ବାଲି କାରବାରରୁ ହତ୍ୟା, ଶ୍ରମିକଙ୍କ ଉପରେ ଚଢାଇଦେଲେ ଟ୍ରାକ୍ଟର !
  • ||
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

କାଲାପାନି ବିବାଦ ମଧ୍ୟରେ ଭାରତୀୟ ସୀମାରେ ସଡକ ନିର୍ମାଣ ଆରମ୍ଭ କଲା ନେପାଳ

24/05/2020 at 9:04 PM

ନୂଆଦିଲ୍ଲୀ ୨୪।୦୫: ଭାରତ ସହିତ ସୀମା ବିବାଦ ମଧ୍ୟରେ ନେପାଳ ଧାରଚୂଲା-ଟିଙ୍କର ରୋଡ୍ ପ୍ରକଳ୍ପ ଆଧାରରେ ୮୭ କିଲୋମିଟର ସଡକର ନିର୍ମାଣ ଆରମ୍ଭ କରି ଦେଇଛି। ଏହି କାମ ନେପାଳର ସେନାକୁ ଦିଆଯାଇଛି। ଧାରଚୂଲାରେ ଘଣ୍ଟିବାଗର ନିକଟରେ ସଡକ ନିର୍ମାଣରେ ସେକ୍ସନ ପ୍ଲସ ୟୁନିଟ୍‌କୁ ନେପାଳ ସରକାର ମୁତୟନ କରିଛନ୍ତି।

ସରକାର ଗତ ମାସରେ ନେପାଳ ସେନାକୁ ନିର୍ମାଣ ପ୍ରକଳ୍ପ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିଲା। ନେପାଳ ସେନା କହିଛନ୍ତି, ମନ୍ତ୍ରୀସମୂହ ଏପ୍ରିଲ ୨୬ ବୈଠକରେ ନେପାଳ ସେନାର ସେକ୍ସନ ପ୍ଲସ୍‌ ଫୋର୍ସକୁ ଜରୁରୀ ଉପକରଣ ସହିତ ୮୭ କିଲୋମିଟର ଲମ୍ବା ସଡକ ନିର୍ମାଣରେ ନିୟୋଜିତ କରିବାକୁ ନିଷ୍ପତ୍ତି ନେଇଥିଲେ।

ନେପାଳ ସରକାର ୨୦୦୮ରେ ଭାରତୀୟ ସୀମା ନିକଟରେ ରୋଡ୍‌ ପ୍ରୋଜେକ୍ଟ ପାଇଁ ଅନେକ ଠିକା ଦେଇଥିଲା। ପ୍ରାୟ ୫୦ କିଲୋମିଟର ସଡକ ଭାରତୀୟ ସୀମା ରହିଛି। ଏହା ପଶ୍ଚିମ ନେପାଳର ସୁଦୂର ଇଲାକାକୁ ସଂଯୋଗ କରୁଛି। ଏଥିରେ ଚୀନ ସହିତ କାରବାର ଯୋଜନା ମଧ୍ୟ ରହିଛି।

ସଂପ୍ରତି ଧାରଚୂଲା ଜିଲ୍ଲାର ଲୋକଙ୍କୁ ଜିଲ୍ଲାର ଅନ୍ୟ ଭାଗକୁ ଯିବାକୁ ହେଲେ ଭାରତ ଦେଇ ଯିବାକୁ ପଡୁଛି। ସେନା କହିଛି, ଥରୁଟିଏ ମାଉରିଭିରି ଓ ଘଣ୍ଟି ମଧ୍ୟରେ ୪୫୦ ମିଟରର ଲମ୍ବା ସେକ୍ସନ ଖୋଲିଯିବ ତେବେ ୧୮୨ ପରିବାରର ୧୨୦୦ ଲୋକଙ୍କୁ ନିଜ ଗାଁକୁ ଆସିବା ପାଇଁ ଭାରତୀୟ ସୀମା ଦେଇ ଯିବାକୁ ପଡିବ ନାହିଁ।

ଉଲ୍ଲେଖଯୋଗ୍ୟ, ଗତ ସପ୍ତାହରେ ନେପାଳ ସରକାର ରାଜନୈତିକ ଓ ଭୌଗୋଳିକ ନକ୍ସା ଜାରି କରିଛନ୍ତି। ଏଥିରେ କାଲାପାନି, ଲିପୁଲେଖ ଓ ଲିମ୍ପିୟାଧୁରାକୁ ନିଜ କ୍ଷେତ୍ର ରୂପେ ଦର୍ଶାଯାଇଛି। ଭାରତ ୨୦୧୯ ନଭେମ୍ଵରରେ ଜାରି ନକ୍ସାରେ ଟ୍ରାଇ ଜଙ୍କସନକୁ ନିଜର ଅଞ୍ଚଳ ଦର୍ଶାଇଥିଲା।

   Related Posts