Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||

ଚୀନ୍‌ ଜମି ଜବରଦଖଲ ପ୍ରସଙ୍ଗ: ନିଜ ଦଳରେ ଘେରିଲେ ଓଲି,ନେପାଳ ଶାସକ ଦଳ ଷ୍ଟାଣ୍ଡିଙ୍ଗ କମିଟି ସଦସ୍ୟ ମାଗିଲେ ଜବାବ

12/10/2020 at 9:40 PM

କାଠମାଣ୍ଡୁ : ନେପାଳ ସୀମାବର୍ତ୍ତି ଅଞ୍ଚଳକୁ ଚୀନ୍‌ ଜୋର ଜବରଦସ୍ତ ନିଜ ଅଧିନକୁ ନେବାରେ ଲାଗିଛି। ବିରୋଧୀ ଦଳ ନେତା ଏ ନେଇ ହଲ୍ଲାପଟା କରୁଥିବା ବେଳେ ପ୍ରଧାନମନ୍ତ୍ରୀ କେ.ପି.ଶର୍ମା ଓଲି ଏପରି କିଛି ହେଉନଥିବା କହି ମାମଲା ଟାଳିଚାଲିଥିଲେ। ହେଲେ ଏବେ ତାଙ୍କ ଦଳ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ଜବାବ ଚାହିଁବା ଓଲିଙ୍କ ଲାଗି ବିଷମ ପରିସ୍ଥିତି ସୃଷ୍ଟି କରିଛି।

ନେପାଳ-ଚୀନ୍ ସୀମା ବିବାଦର ସତ୍ୟତା ତୁରନ୍ତ ସରକାର ଦେଶକୁ ଜଣାନ୍ତୁ ବୋଲି ଶାସକ ଦଳ ଷ୍ଟାଣ୍ଡିଂ କମିଟି ସଦସ୍ୟ ଭୀମ ରାୱଲ ଦାବି କରିଛନ୍ତି। ସରକାର ନେପାଳ-ଚୀନ ସୀମା ବିବାଦ ତଥ୍ୟ ସାର୍ବଜନିକ କରନ୍ତୁ ଓ ହୁମଲାରେ ଚୀନ୍‌ ଦ୍ୱାରା ହୋଇଥିବା ଅତିକ୍ରମଣର ସରକାରୀ ଯାଞ୍ଚ ନିର୍ଦ୍ଦେଶ ଦିଅନ୍ତୁ ବୋଲି ରାୱଲ ସରକାରଙ୍କୁ କହିଛନ୍ତି। ହୁମଲାର ନାମଖା ରୁରାଲ ମ୍ୟୁନସିପାଲ୍ଟିରେ ଚୀନ୍‌ ନେପାଳର ଜମି ମାଡିବସିଛି। ମାମଲାର ତଦନ୍ତ ସରକାରୀ ଅଧିକାରୀ, ସର୍ଭେ ଡିପାର୍ଟମେଣ୍ଟ ଓ ବୈଦେଶିକ ମନ୍ତ୍ରାଳୟ ଅଧିକାରୀଙ୍କ ଟିମ୍‌ ଦ୍ୱାରା ଯାଞ୍ଚ କରାଇବା ଲାଗି ରାୱଲ ଦାବି କରିଛନ୍ତି।

ଏନେଇ ରାୱଲ ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ସୋମବାର ଏକ ପୋଷ୍ଟ କରିଥିବା ବେଳେ ଦେଶର ଭୌଗଳିକ ଅଖଣ୍ଡତା ସମ୍ପର୍କିତ ମାମଲାର ସମାଧାନ ନିରପେକ୍ଷ ହେବା ଆବଶ୍ୟକ ବୋଲି ଉଲ୍ଲେଖ କରିଛନ୍ତି। ଚୀନ୍‌ ନେପାଳର ସୀମାବର୍ତ୍ତି ହୁମଲା ଜିଲ୍ଲାରେ ଜମିମାଡିବସି ସେଠାରେ ନିର୍ମାଣ କାମ ଜାରି ରଖିଛି। ସୀମା ଖୁଣ୍ଟକୁ ମଧ୍ୟ ଚୀନ୍‌ ଏକତରଫା ଭାବେ ଘୁଞ୍ଚାଇଛି। ସୀମାବର୍ତ୍ତି ଜିଲ୍ଲାର ଲୋକଙ୍କୁ ଚୀନ୍‌ ସୈନିକମାନେ ଦୁର୍ବ୍ୟବହାର କରୁଛନ୍ତି। ଏ ନେଇ ଗତମାସରେ ଗଣମାଧ୍ୟମ ରିପୋର୍ଟ ପରେ କେ.ପି.ଶର୍ମା ଓଲି ସରକାର ଖବରକୁ ଖଣ୍ଡନ କରିଥିଲେ। ଚୀନ୍‌ ସହ କୌଣସି ସୀମା ବିବାଦ ନଥିବାର କହିଥିଲେ।

ତେବେ କଂଗ୍ରେସ କେନ୍ଦ୍ରିୟ କମିଟି ସଦସ୍ୟ ଓ କର୍ଣ୍ଣାଲୀ ମୁଖ୍ୟ ବିରୋଧୀ ଦଳ ନେତା ଘଟଣାସ୍ଥଳ ପରିଦର୍ଶନ କରିବା ପରେ ରିପୋର୍ଟ ସାର୍ବଜନିକ କରିଛନ୍ତି। ଏଥିରେ ସରକାରଙ୍କ ଉଦାସୀନତା ଯୋଗୁ ଚୀନ୍‌ ନେପାଳର ଜମି ଅପହରଣ କରିଥିବା ସେମାନେ କହିଛନ୍ତି। ଏବେ ନେପାଳ କମ୍ୟୁନିଷ୍ଟ ପାର୍ଟି ଷ୍ଟାଣ୍ଡିଂ କମିଟି ସଦସ୍ୟ ଅଭିଯୋଗ କରିବା ପରେ ଓଲି ନୂଆ ସମସ୍ୟାରେ ଫଶି ଯାଇଛନ୍ତି।

   Related Posts