Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ‘ଇତିହାସରେ ହୋଇଥିବା ଭୁଲଗୁଡିକୁ ଏବେ ସୁଧାରୁଛି ଭାରତ’, କଂଗ୍ରେସକୁ ଟାର୍ଗେଟ୍ କରି ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି
  • ||
  • ରବିବାର ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୫୩୨ ଜଣ ଡିସଚାର୍ଜ
  • ||
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

ସଂପର୍କ ବିଗାଡିବାରେ ଲାଗିଲା ନେପାଳ, ପ୍ରଥମ ଥର ଭାରତୀୟ ସୀମାରେ ମୁତୟନ କରିବ ସେନା

31/05/2020 at 5:56 PM

ନୂଆଦିଲ୍ଲୀ ୩୧।୦୫: ନେପାଳ ଓ ଭାରତ ମଧ୍ୟରେ ଚାଲିଥିବା ସୀମା ବିବାଦରେ ନେପାଳ ପକ୍ଷରୁ ପୁଣି ଥରେ ବିବାଦୀୟ ନିଷ୍ପତ୍ତି ନିଆଯାଇଛି। ନେପାଳ ସରକାର ନେପାଳରେ ପ୍ରବେଶ କରିବା ପାଇଁ ଖୋଲା ରହିଥିବା ସୀମାକୁ ବନ୍ଦ କରିବା ଓ ସରକାର ଦ୍ଵାରା ନିର୍ଦ୍ଧାରିତ ସୀମା କ୍ଷେତ୍ରରେ ହିଁ ନେପାଳରେ ପ୍ରବେଶ କରିବାକୁ ନିଷ୍ପତ୍ତି ନେଇଛି। ଭାରତ ସହିତ ଉତ୍ତେଜନାକୁ ଦୃଷ୍ଟିରେ ରଖି ନେପାଳ ନିଜର ସୀମାବର୍ତ୍ତୀ ଅଞ୍ଚଳରେ ସେନା ମୁତୟନ କରିବାକୁ ମଧ୍ୟ ମଞ୍ଜୁରୀ ଦେଇଛି।

ନେପାଳ ଓ ଭାରତ ମଧ୍ୟରେ ପ୍ରାୟ ୧୭୦୦ କିଲୋମିଟରର ଖୋଲା ସୀମା ରହିଛି। ଏ ପର୍ଯ୍ୟନ୍ତ ନେପାଳରୁ ଆସୁଥିବା ଭାରତୀୟ ନାଗରିକଙ୍କୁ ବିନା କୌଣସି ଅନୁମତିରେ ନିଜର ସୁବିଧା ଅନୁଯାୟୀ ଏହି ଖୋଲା ସୀମାରେ ପ୍ରବେଶ ମିଳୁଥିଲା। ନେପାଳ ସରକାରଙ୍କ ସଦ୍ୟତମ ନିଷ୍ପତ୍ତିରେ ଏବେ କେବଳ ନିର୍ଦ୍ଧାରିତ ସୀମାରେ ହିଁ ନେପାଳରେ ପ୍ରବେଶ କରିବାକୁ ଅନୁମତି ମିଳିବ।

ଯେଉଁ ଦିନ ନେପାଳ ସରକାର ଭାରତୀୟ କ୍ଷେତ୍ରକୁ ମିଶାଇ ନିଜର ନୂତନ ମାନଚିତ୍ର ଜାରି କରିଥିଲା, ସେହି ଦିନ ହିଁ ଏହି ନିର୍ଣ୍ଣୟ ନିଆଯାଇଥିଲା। ମାତ୍ର ନେପାଳ ସରକାର ଏହି ନିର୍ଣ୍ଣୟକୁ ଏକ ସପ୍ତାହ ପର୍ଯ୍ୟନ୍ତ ଲୁଚାଇ ରଖିଥିଲା। ରାଜପତ୍ର ପ୍ରକାଶିତ ହେବା ପରେ ଏହାକୁ ସାର୍ବଜନୀନ କରାଯାଇଛି।

ସୀମା ବିବାଦକୁ ନେଇ ଭାରତ ସହିତ  ତିକ୍ତତା ଆରମ୍ଭ କରିଥିବା ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ କ୍ୟାବିନେଟ୍‌ ସୀମା ନିର୍ଦ୍ଧାରଣ ଓ ସୁରକ୍ଷା ନାମରେ କଠୋରତା ଦେଖାଇ ଭାରତ ସହ ଲାଗିଥିବା ୨୦ ସୀମାକୁ ଛାଡି ବାକି ସବୁ ବନ୍ଦ କରିବାକୁ ନିର୍ଣ୍ଣୟ ନେଇଛି।

ସୀମାରେ ମୁତୟନ ହେବେ ସେନା

ଭାରତ ସହିତ ଉତ୍ତେଜନାକୁ ଦୃଷ୍ଟିରେ ରଖି ନେପାଳ ନିଜର ସୀମାବର୍ତ୍ତୀ କ୍ଷେତ୍ରରେ ସେନା ମୁତୟନକୁ ମଧ୍ୟ ମଞ୍ଜୁରୀ ଦେଇଛି। ପ୍ରଥମ ଥର ନେପାଳ-ଭାରତ ସୀମାରେ ସେନା ମୁତୟନ ହେବାକୁ ଯାଉଛି। ଏ ପର୍ଯ୍ୟନ୍ତ ଭାରତ ପକ୍ଷରୁ ସୀମାର ନୀରିକ୍ଷଣ ଏସଏସବି କରୁଥିଲା। ଅନ୍ୟପଟେ ନେପାଳ ପକ୍ଷରୁ ସଶସ୍ତ୍ର ପ୍ରହରୀ ବଳ(ଏପିଏଫ)କୁ ସୁରକ୍ଷା ଦାୟିତ୍ଵ ଦିଆଯାଇଥିଲା। ନେପାଳର ପ୍ରତି ସୀମାବର୍ତ୍ତୀ  ଜିଲ୍ଲାରେ ସୈନ୍ୟ ବ୍ୟାରେକ୍‌ ଥିବା ପରେ ମଧ୍ୟ ସୀମା ଉପରେ ନୀରିକ୍ଷଣ ରଖିବା ଓ ସୁରକ୍ଷା ନାମରେ ସେନାକୁ କେବେ ମଧ୍ୟ ସୀମାରେ ମୁତୟନ କରିନଥିଲା ନେପାଳ।

ନେପାଳ-ଭାରତ ମଧ୍ୟରେ ବର୍ଡରକୁ ନିୟନ୍ତ୍ରିତ କରିବା,  ବନ୍ଦ କରିବା ଓ ସେନା ମୁତୟନ କରିବା ଦୁଇ ଦେଶ ମଧ୍ୟରେ ୧୯୫୦ରେ ହୋଇଥିବା ମୈତ୍ରି ସନ୍ଧିର ବିରୋଧ ଅଟେ। ନେପାଳର କ୍ଷମତାଧାରୀ କମ୍ୟୁନିଷ୍ଟ ପାର୍ଟି ସର୍ବଦା ଏହି ସନ୍ଧିର ବିରୋଧରେ ରହି ଆସିଛି। ପାର୍ଟିର ନିର୍ବାଚନୀ ଘୋଷଣା ପତ୍ରଠୁ ନେଇ ପ୍ରତି ସଭା ସମ୍ମିଳନୀରେ ସ୍ଵାଧୀନ ଭାରତ ସହିତ ହୋଇଥିବା ପ୍ରଥମ ରାଜିନାମାକୁ ବିରୋଧ କରାଯାଉଛି। କମ୍ୟୁନିଷ୍ଟ ନେତାଙ୍କ ବଡ ଏଜେଣ୍ଡା ଭାରତ ସହିତ ଥିବା ସାଂସ୍କୃତିକ, ଧାର୍ମିକ, ପାରିବାରିକ ଓ ରାଜନୈତିକ ସମ୍ବନ୍ଧକୁ ସମାପ୍ତ କରିବା ରହିଛି।

   Related Posts