ନେପାଳର ନୂଆ ନକ୍ସା ପଛରେ ଚୀନ ! ପୂର୍ବତନ ବୈଦେଶିକ ସଚିବ କହିଲେ ଭାରତକୁ ସତର୍କ ରହିବାକୁ ହେବ

Published By : Prameya-News7 Bureau | May 19, 2020 IST

ନୂଆଦିଲ୍ଲୀ ୧୯/୦୫ : ନେପାଳର ନୂଆ ନକ୍ସା ପଛରେ କୂଟନୈତିକ ଚୀନର ଭୂମିକା ଥିବା ଜଣାପଡିଛି | ଚୀନ ପ୍ରଭାବରେ ନେପାଳ ଭାରତ ସହ ବହୁ ପୁରୁଣା ସହଯୋଗକୁ ଭୁଲି ଏହିଭଳି ପଦକ୍ଷେପ ନେଇଥିବା କୁହାଯାଉଛି | ଭାରତକୁ ନେପାଳ ଉପରେ ଅଧିକ ସୃଷ୍ଟି ଦେବାକୁ ହେବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି | ଡେଲିଭରି ସିଷ୍ଟମକୁ ସୁଦୃଢ କରି ପୁରୁଣା ମିତ୍ର ଦେଶର ଆଶଙ୍କା ଦୂର କରିବାକୁ ହେବ | ଆବଶ୍ୟକତାକୁ ପୁରା କରିବାକୁ ବଡ ଭାଇ ଭଳି ଭାରତକୁ ନିଜର କାମ କରିବାକୁ ହେବ |

{"id":272368,"sizeSlug":"large"}

ପୂର୍ବତନ ବୈଦେଶିକ ସଚିବ ଶଶାଙ୍କ କହିଛନ୍ତି ଯେ, ନେପାଳ ସହ ଦେଶକୁ ବଡ ଭାଇ ସାନ ଭାଇ ଭଳି ସମ୍ପର୍କ ବଜାୟ ରଖିବାକୁ ନେପାଳକୁ ଭରସା ଦେବାକୁ ପଡିବ ଯେ ଭାରତ ତାଙ୍କର ଆବଶ୍ୟକତା ପୁରା କରିବା କ୍ଷମତା ରଖିଛି | ନେପାଳରେ କମ୍ୟୁନିଷ୍ଟ ପାର୍ଟି ପ୍ରୋ ଚୀନ ନୀତିକୁ ଦେଶ ଠିକ ସମୟରେ ବୁଝି ପାରିନଥିଲା | ଭାରତ ଭାବିଲା ଯେ ନେପାଳରେ କମ୍ୟୁନିଷ୍ଟ ଗାନ୍ଧିବାଦୀ | କିନ୍ତୁ ନେପାଳରେ କମ୍ୟୁନିଷ୍ଟ ପାର୍ଟି ସରକାର ଲୋକଙ୍କ ମଧ୍ୟରେ ଧାରଣା ସୃଷ୍ଟି କରନ୍ତି ଯେ ତାଙ୍କ ଦେଶର ଆବଶ୍ୟକତା ପୁରା କରିବାକୁ ଚୀନ ସକ୍ଷମ | ଯଦି ଚୀନ ସେଠାକୁ ଏକ ରେଳ ଯୋଜନା ହିସାବରେ ସମ୍ପର୍କ ମଜବୁତ ରଖିବାକୁ ଚାହେଁ ତାହେଲେ ଭାରତ ଅନେକ ଯୋଜନା ନେଇ ନେପାଳ ସହ ସମ୍ପର୍କ ସୁଦୃଢ କରିପାରିବ ଏବଂ ନିର୍ଧାରିତ ସମୟରେ ପୁରା ମଧ୍ୟ କରିପାରିବ |

{"id":272370,"sizeSlug":"large"}

ପୂର୍ବତନ ବୈଦେଶିକ ସଚିବ କହିଛନ୍ତି ଯେ, ଡେଲିଭରିରେ ଭାରତର ଦୁର୍ବଳତା ଏବଂ ପଡୋଶୀ ଦେଶ ଚୀନ ଏହାର ଫାଇଦା ଉଠାଇବାକୁ ଉଦ୍ୟମ କରୁଛି | ଶଶାଙ୍କ କହିଛନ୍ତି, ଭାରତକୁ ସ୍ପଷ୍ଟ ମେକାନିଜିମ ଜରିଆରେ ନେପାଳ ସହ କଥା ହେବାକୁ ପଡିବ | ନେପାଳ ମଧ୍ୟ ବୁଝିବା ଦରକାର ଯେ କଳାପାଣି ଅଞ୍ଚଳରେ ଭାରତ କୌଣସି ସହଭାଗିତାକୁ ଭାଙ୍ଗି ନାହିଁ | କିଛି ବର୍ଷ ମଧ୍ୟରେ ନରମ-ଗରମ ସମ୍ପର୍କ ଠାରୁ ଟିକିଏ ଅଲଗା ଚିନ୍ତାଧାରା ସହ ନେପାଳ ସହ ବିଶ୍ୱାସ ବୃଦ୍ଧି କରିବା ପାଇଁ ଅନେକ ପଦକ୍ଷେପ ନେବାକୁ ହେବ | ଶଶାଙ୍କ କହିଛନ୍ତି ଯେ, କଳାପାଣି ନଦୀ କୂଳ ଅଞ୍ଚଳ ଭାରତର ପାଖରେ ଅଛି | ଉଭୟ ଦେଶ ଏ ସମ୍ପର୍କରେ ଲଗାତାର ଆଲୋଚନା କରୁଛନ୍ତି | ଚୀନ ଭାରତ ଉପରେ ଚାପ ସୃଷ୍ଟି କରିବାକୁ ନିଜ ଗୋ-ୱେଷ୍ଟ ନୀତିକୁ ମଧ୍ୟ ବ୍ୟବହାର କରୁଛି | ସେଥିପାଇଁ ଭାରତକୁ ଚୀନ ଠାରୁ ସତର୍କ ରହିବାକୁ ହେବ ବୋଲି କହିଛନ୍ତି ପୂର୍ବତନ ବୈଦେଶିକ ସଚିବ | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.