Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୦୪କରୋନା ସଂକ୍ରମିତ ଚିହ୍ନଟ
  • ||
  • ଚିତ୍ରକୋଣ୍ଡାରେ BSF ଜବାନଙ୍କ କମ୍ବିଂ ଅପରେସନ, ଟିଫିନ୍ ବୋମା ଉଦ୍ଧାର
  • ||
  • ଶ୍ରୀଜଗନ୍ନାଥ ଷ୍ଟାଡିୟମ ନିକଟରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ, ୨ ଫ୍ଲାଟୁନ ଫୋର୍ସ ମୃତୟନ
  • ||
  • ଭିଜିଲାନ୍ସ ଜାଲରେ ଜନସ୍ୱାସ୍ଥ୍ୟ ବିଭାଗ-୨ ସହକାରୀ କାର୍ଯ୍ୟକାରୀ ଯନ୍ତ୍ରୀ, ଏକକାଳୀନ ୬ଟି ସ୍ଥାନରେ ରେଡ୍
  • ||
  • ନୟାଗଡ଼ : ପୋଲିସ କବ୍‌ଜାରେ ୪ ଆନ୍ତଃ ଜିଲ୍ଲା ଡକାୟତ
  • ||

ନେପାଲ ସିନ୍ଧୁପାଲ ଚୌକ ଜିଲ୍ଲାରେ ଓଲଟିଲା ଯାତ୍ରୀବାହୀ ବସ୍, ୧୧ ମୃତ, ୩୦ରୁ ଊର୍ଦ୍ଧ୍ୱଯାତ୍ରୀ ଆହତ

11/10/2019 at 5:02 PM

କାଠମାଣ୍ଡୁ : ଭୋଟସିଆରୁ ରାଜଧାନୀ କାଠମାଣ୍ଡୁ ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ୍ ଓଲଟି ପଡିଛି। ଫଳରେ ବସ୍ ରେ ଯାତ୍ରା କରୁଥିବା ୧୧ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟରେ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଥିବା ବେଳେ ଯାତ୍ରୀଙ୍କୁ ଆମ୍ବୁଲାନ୍ସ ଓ ହେଲିକପ୍ଟର ଯୋଗେ ହସ୍ପିଟାଲ ସ୍ଥାନାନ୍ତର କରାଯାଉଛି। ଦୁର୍ଘଟଣା ବେଳେ ବସ୍ ରେ କେତେ ସଂଖ୍ୟକ ଯାତ୍ରୀ ଥିଲେ ଜଣାପଡିନି। ତେବେ ଗୁରୁତର ଆହତ ଯାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥାରୁ ମୃତ୍ୟୁ ସଂଖ୍ୟା ବଢିବ ବୋଲି ଆଶଙ୍କା କରାଯାଉଛି।

 ଡ୍ରାଇଭର ଅଚାନକ ବସ୍ ଉପରୁ ନିୟନ୍ତ୍ରଣ ହରାଇବାରୁ ରାସ୍ତା ଉପରେ ଓଲଟି ପଡିଥିଲା ବୋଲି  ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। କ୍ଷମତା ଠାରୁ ଅଧିକ ସଂଖ୍ୟକ ଯାତ୍ରୀ ବସରେ ଯାତ୍ରା କରୁଥିଲେ। ସୂଚନା ପାଇ ପୋଲିସ ଓ ଉଦ୍ଧାରକାରୀ ଦଳ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବସ୍ରୁ ଉଦ୍ଧାର କରିବା ସହ ନିକଟସ୍ଥ ହସ୍ପିଟାଲକୁ ସ୍ଥାନାନ୍ତରଣ କରିଛନ୍ତି। ଉଦ୍ଧାର କାର୍ଯ୍ୟ ଏବେବି ଜାରି ଥିବା ଡିଏସପି ମାଧବ କାଫଲେ କହିଛନ୍ତି। ଦୁର୍ଘଟଣାଗ୍ରସ୍ତ ବସ୍ ଟି ହେଲମ୍ବୁ ପରିବହନ କମ୍ପାନୀର ବୋଲି ଡିଏସପି କହିଛନ୍ତି।  

   Related Posts