୨ହଜାର ପରେ ଏବେ ନେପାଳରେ ଅଚଳ ହେଲା ୨ଶହ ଟଙ୍କିଆ ନୂଆ ଭାରତୀୟ ନୋଟ୍

Published By : Prameya-News7 Bureau | June 28, 2019 IST

କାଠମାଣ୍ଡୁ: ନେପାଳ ସରକାର ପୂର୍ବରୁ ଦେଶରେ ୨ହଜାର ଓ ୫ଶହ ଟଙ୍କାର ଭାରତୀୟ ମୁଦ୍ରାକୁ ନିଷିଦ୍ଧ ଘୋଷଣା କରିଥିଲେ। ଏବେ ପୁଣି ଏକ ବଡ ନୋଟକୁ ଅଚଳ ଘୋଷଣା କରିଛନ୍ତି। ଏଥିରେ ଭାରତର ୨ଶହ ଟଙ୍କିଆ ନୋଟ ଏବେ ନେପାଳ ବଜାରରେ ଚଳିବନି ବୋଲି ନେପାଳ ସୂଚନା ଓ ସଞ୍ଚାର ମନ୍ତ୍ରୀ ଗୋକୁଲ ବାସ୍କୋଟା ଘୋଷଣା କରିଛନ୍ତି। ରାଜଧାନୀ କାଠମାଣ୍ଡୁରେ ଅନୁଷ୍ଠିତ ମନ୍ତ୍ରୀପରିଷଦ ବୈଠକ ପରେ ନିଷିଧ ଭାରତୀୟ ନୋଟ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ବାସ୍କୋଟା।

{"id":128320}

ନେପାଳରେ ନକଲି ନୋଟ କାରବାର ବେଳକୁ ବେଳ ବଢିବାରେ ଲାଗିଛି। ଭାରତ ସରକାରଙ୍କ ନୂଆ ନୋଟରୁ ଅସଲି, ନକଲି ବାରି ହେଉନାହିଁ। ଏଣୁ ବଡବଡ ଭାରତୀୟ  ନୋଟ ନକଲ ହେବା ଯୋଗୁ  ଦେଶର ମୁଦ୍ରାବ୍ୟବସ୍ଥା ପ୍ରଭାବିତ ହେଉଛି। ଏଣୁ ନେପାଳର ଆର୍ଥିକ  ମଜଭୁତି ପାଇଁ ସରକାର ସମୟ ସମୟରେ ଏପରି ପଦକ୍ଷେପ ନେବାକୁ ବାଧ୍ୟ ହେଉଥିବା ସୂଚନା ମନ୍ତ୍ରୀ କହିଛନ୍ତି । ସେହିପରି ନେପାଳୀ ନାଗରିଙ୍କ ନିକଟରେ ଭାରତୀୟ ମୁଦ୍ରାର ଅସଲି ନକଲି ଜାଣିବା ପାଇଁ ମଧ୍ୟ କୌଣସି ମାନଦଣ୍ଡ ନାହିଁ। ଏଣୁ ଏଭଳି ନୋଟକୁ ଦେଶରେ ଅମାନ୍ୟ ଘୋଷଣା କରାଯାଇଛି।

{"id":128321}

ସରକାରୀ ହେଉ ଅଥବା ଅର୍ଦ୍ଧ ସରକାରୀ ଓ ବାଣିଜ୍ୟିକ ସଂସ୍ଥାନରେ ୨ହଜାର ଓ ୫ଶହ ଟଙ୍କା ଭଳି ୨ଶହ ଟଙ୍କା ଭାରତୀୟ ମୁଦ୍ରା ଏଣିକି ଅମାନ୍ୟ ହେବ ବୋଲି ମନ୍ତ୍ରୀ କହିଛନ୍ତି। ଦେଶରେ ଭାରତୀୟ ମୁଦ୍ରାର ନକଲିକରଣ ପ୍ରକ୍ରିୟା ଜାରି ରହିଛି। ଏଣୁ ପୋଲିସ ଚଢଉ ବେଳେ ଭାରି ମାତ୍ରାରେ ଭାରତୀୟ ବଡ ନୋଟ ଜବତ ହେଉଥିବା ଯୋଗୁ ଏଭଳି ନୋଟ ସବୁ ପ୍ରତିବନ୍ଧିତ ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.