Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ନା ତାମିଲନାଡୁ ମିଳିଲା-ନା କେରଳ, ବିଜେପି ପାଇଁ ଏବେ ମଧ୍ୟ ବହୁ ଦୂର ଦକ୍ଷିଣ

2/05/2021 at 9:15 PM

ନୂଆଦିଲ୍ଲୀ ୦୨।୦୫:  ପାଞ୍ଚ ରାଜ୍ୟର ନିର୍ବାଚନୀ ଫଳାଫଳ ସ୍ପଷ୍ଟ ହୋଇ ଯାଇଛି ଯେ, କେଉଁ ରାଜ୍ୟରେ କେଉଁ ରାଜନୈତିକ ଦଳ ସରକାର ଗଠନ କରିବାକୁ ଯାଉଛି। ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ପୁଣି ଥରେ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ଆସାମରେ ବିଜେପି ନିଜର ଗଢ ରକ୍ଷା କରି ପାରିଛି। ତାମିଲନାଡୁରେ ପରିବର୍ତ୍ତନର ଲହର ଦେଖିବାକୁ ମିଳିଛି। ଏହି ରାଜ୍ୟରେ ଏଆଇଏଡିଏମକେ ସରକାର ଗଠନ କରିବାକୁ ଯାଉଛି ଏବଂ ବିଜେପି ମେଣ୍ଟ ପଛେଇ ଯାଇଛି। ଅନ୍ୟପଟେ କେରଳରେ ବାମ ମେଣ୍ଟ ମଧ୍ୟ ସହଜରେ ପ୍ରତ୍ୟାବର୍ତ୍ତନ କରିଛି। କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ କଡା ମୁକାବିଲା ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ, ଦକ୍ଷିଣ ଭାରତରେ କେରଳ ଏମିତି ଏକ ରାଜ୍ୟ ଯେଉଁଠି ବିଜେପି ନିଜର ଅସ୍ଥିତ୍ଵ ସ୍ଥାପନ କରିବାକୁ ଦୀର୍ଘ ସମୟ ଧରି ପ୍ରୟାସ ଜାରି ରଖିଛି। ଏଠାରେ ବିଜେପି ଓ ଆରଏସଏସ କାର୍ଯ୍ୟକର୍ତ୍ତାଙ୍କ ରାଜନୈତିକ ହିଂସାରେ ମୃତ୍ୟୁ ଖବର ଅନେକ ଥର ଆସିଛି। ପାର୍ଟି ଲଗାତାର ରାଜ୍ୟରେ ନିଜର ଭୋଟ୍ ବ୍ୟାଙ୍କ ବଢାଇବା ପାଇଁ ସଂଘର୍ଷ ଜାରି ରଖିଛି। ଚଳିତ ନିର୍ବାଚନରେ ବିଜେପି ବିଜୟ ଯାତ୍ରା ସହିତ ନିର୍ବାଚନୀ ପ୍ରଚାର ଆରମ୍ଭ କରିଥିଲା। ମାତ୍ର ନିର୍ବାଚନ ପରିଣାମ ବହୁତ ନିରାଶଜନକ ରହିଛି।

ଗତ ବିଧାନସଭା ନିର୍ବାଚନରେ ପାର୍ଟିକୁ ୧୨ ପ୍ରତିଶତ ଭୋଟ୍ ମିଳିଥିଲା ଏବଂ ମାତ୍ର ଗୋଟିଏ ଆସନରେ ଦଳ ବିଜୟୀ ହୋଇଥିଲା। ଏଥର ମଧ୍ୟ ସ୍ଥିତି ପ୍ରାୟତଃ ସମାନ ରହିଛି। ପରିସ୍ଥିତି ଏମିତି ଯେ, ବିଜେପି କେରଳରେ ଏଥର ସାବରୀମାଳା ପ୍ରସଙ୍ଗ ସହ ଜନତାଙ୍କ ସମର୍ଥନ ଲୋଡିଥିଲା। ହେଲେ ଏସବୁ ପ୍ରଭାବହୀନ ସାବ୍ୟସ୍ତ  ହୋଇଛି। ଏହି ପରି ତାମିଲନାଡୁରେ ମଧ୍ୟ ବିଜେପି ନିରାଶ ହୋଇଛି। ଦଳ ଏଆଇଏଡିଏମକେ ସହ ମେଣ୍ଟ କରି ରାଜ୍ୟରେ ନିଜର ଜନାଧାର ବଢାଇବାକୁ ଉଦ୍ୟମ କରିଥିଲା। ବିଜେପି-ଏଆଇଏଡିଏମକେ ମେଣ୍ଟ ପ୍ରଚାରରେ ମୋଦୀଙ୍କୁ ପୋଷ୍ଟର ବୟ ଭାବେ ଉପସ୍ଥାପନ କରିଥିଲା। କିନ୍ତୁ ଦଳକୁ କେବଳ ନିରାଶ ହିଁ ମିଳିଛି। ପଶ୍ଚିମବଙ୍ଗରେ ବିଜେପିକୁ ପ୍ରୟାସ ଅନୁଯାୟୀ ଫଳ ମିଳିନାହିଁ। ଦଳ ପୂର୍ବୋତ୍ତର ରାଜ୍ୟ ଅସାମରେ ନିଜର ଗଡ ବଞ୍ଚାଇବାକୁ ସଫଳ ହୋଇଛି।

ବିଜେପି ପାଖରେ ଦକ୍ଷିଣରେ କେବଳ କର୍ଣ୍ଣାଟକ ଏମିତି ଏକ ରାଜ୍ୟ, ଯେଉଁଠି ଦଳର ଜନାଧାର କାଏମ ରହିଛି। ବର୍ତ୍ତମାନ ରାଜ୍ୟରେ ବିଜେପି କ୍ଷମତାସୀନ ରହିଛି। ୨୦୧୯ରେ ଲୋକସଭା ନିର୍ବାଚନରେ ତେଲଙ୍ଗାନା ଓ କର୍ଣ୍ଣାଟକକୁ ବାଦ୍ ଦେଲେ ବିଜେପି ଖାତା ମଧ୍ୟ ଖୋଲି ପାରିନଥିଲା। ଗୋଟିଏ ବାକ୍ୟରେ କହିବାକୁ ଗଲେ ବିଜେପି ପାଇଁ ଏବେ ମଧ୍ୟ ଦକ୍ଷିଣ ବହୁତ ଦୂର।

   Related Posts