ବିନା ପଣ୍ଡିତ ଏବଂ ମନ୍ତ୍ରରେ ସମ୍ବିଧାନକୁ ସାକ୍ଷୀ ରଖି ବିବାହ କଲେ ଏହି ଯୋଡ଼ି : କଲେ ରକ୍ତଦାନ

Published By : Prameya-News7 Bureau | October 23, 2019 IST

ଗଞ୍ଜାମ ୨୩/୧୦: ଓଡ଼ିଶାରେ ଜଣେ ଯୁବ ଯୋଡ଼ି ଭିନ୍ନ ଧରଣରେ ବିବାହ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି। ତାଙ୍କ ବିବାହ କୌଣସି ପୂଜାରୀ ସମ୍ପନ୍ନ କରି ନାହାନ୍ତି କି ତାଙ୍କ ବିବାହରେ କୌଣସି ମନ୍ତ୍ର ଜପ କରାଯାଇନାହିଁ। ବିପ୍ଳବ କୁମାର(୩୧) ଏବଂ ଅନିତା(୨୩)ସମ୍ବିଧାନକୁ ସାକ୍ଷୀ ରଖି ଉଭୟ ପରସ୍ପରର ଜୀବନସାଥୀ ହୋଇଥିଲେ। ଦୁହେଁ ଖୁବ୍ ସାଧାରଣ ଭାବେ ବିବାହ କରିଥିଲେ। ଏହା ବ୍ୟତୀତ ସେମାନେ ଏହି ଅବସରରେ ରକ୍ତଦାନ ଶିବିରର ଆୟୋଜନ କରିଥିଲେ।

ବିପ୍ଳବ ଏବଂ ଅନିତା ଅତିଥି ଏବଂ ସମ୍ପର୍କୀୟଙ୍କ ଉପସ୍ଥିତିରେ ବିବାହ କରିଥିଲେ। ଏହି ବିବାହ ଓଡ଼ିଶାର ବ୍ରହ୍ମପୁରର ହୋଇଛି। ଉଭୟଙ୍କ ବ୍ୟତୀତ ବିବାହକୁ ଆସିଥିବା ଅତିଥିମାନେ ନିଜ ଇଚ୍ଛାରେ ରକ୍ତଦାନ କରିଥିଲେ। ବିବାହରେ ୩୬ୟୁନିଟ୍ ରକ୍ତ ଜମା ହୋଇଥିଲା।

ବିପ୍ଳବଙ୍କ ବାପା ମୋହନ ରାଓ କହିଛନ୍ତି ଯେ,‘ ସେ ତର୍କବାଦୀ ଏବଂ ପୁରୁଣା ଧାର୍ମିକ ପ୍ରଥାକୁ ବିଶ୍ବାସ କରନ୍ତି ନାହିଁ। ସେମାନେ ଏହି ବିବାହକୁ ଏକ ନିଆରା ଢ଼ଙ୍ଗରେ ସଫଳ କରିଛନ୍ତି।

ବିପ୍ଳବ ଏକ ଫାର୍ମାସ୍ୟୁଟିକାଲ ଫର୍ମ ପାଇଁ କାମ କରୁଥିବାବେଳେ ଅନିତା ଏକ ସହାୟକ ନର୍ସ ଭାବେ କାମ କରନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.