Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ନା ମୋ ପିତା କାହାକୁ ଡରୁଥିଲେ, ନା ମୁଁ କାହାକୁ ଡରୁଛି, ଆମେ ପୁନର୍ବାର କାଶ୍ମୀର ଯିବୁ: ଅଜୟ ପଣ୍ଡିତଙ୍କ ଝିଅ

10/06/2020 at 8:25 PM

ଅନନ୍ତନାଗ ୧୦।୦୬: ଜାମ୍ମୁ-କାଶ୍ମୀରର ଆତଙ୍କବାଦୀଙ୍କ ଉପରେ ସେନା ଯମ ଭଳି ଛାଇ ରହିଛନ୍ତି। ସୋପିଆନରେ ଆତଙ୍କବାଦୀଙ୍କ ଜୋରଦାର ଏନକାଉଣ୍ଟରରେ ହିଜବୁଲ ମୁଜାହିଦ୍ଦିନ ହତାଶ ହୋଇ ପଡିଛି। ଏହି ହତାଶାପଣରେ ହିଜବୁଲ ମୁଜାହିଦ୍ଦିନ ଅନନ୍ତନାଗ ଜିଲ୍ଲାର ଲାରକିପୁରା ଅଞ୍ଚଳର ସରପଞ୍ଚ ଅଜୟ ପଣ୍ଡିତଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଏବେ ସଞ୍ଜୟ ପଣ୍ଡିତଙ୍କ ଝିଅ ଏକ ଘରୋଇ ନ୍ୟୁଜ୍ ଚ୍ୟାନେଲ୍‌ ସହ ଆଲୋଚନା ବେଳେ କହିଛନ୍ତି ନା ତାଙ୍କ ପିତା କାହାକୁ ଡରିଥିଲେ ନା ସେ କାହାକୁ ଡରିବେ। ଅଜୟ ପଣ୍ଡିତଙ୍କ ଝିଅ ଜୋର ଦେଇ କହିଛନ୍ତି ଯେ, ଆମେ କାଶ୍ମୀର ନିଶ୍ଚୟ ଯିବୁ।

ସରକାରଙ୍କ ଉପରେ ଅସନ୍ତୁଷ୍ଟ ଥିବା ଅଜୟ ପଣ୍ଡିତଙ୍କ ଝିଅ କହିଛନ୍ତି ମୋ ବାପା ସୁରକ୍ଷା ମାଗିଥିଲେ। କୌଣସି ବ୍ୟକ୍ତି ବିନା କାରଣରେ ସୁରକ୍ଷା ମାଗିନଥାନ୍ତି। ତାଙ୍କ ପିତା କୌଣସି କାରଣବଶତଃ ସୁରକ୍ଷା ମାଗିଥିଲେ। ସରକାରଙ୍କ ଦାୟିତ୍ଵ ତାଙ୍କୁ ସୁରକ୍ଷା ଦେବାର ଥିଲା। ତାଙ୍କୁ ଯାହା ଜରୁରୀ ଥିଲା ସେ ମାଗିଥିଲେ। ମାତ୍ର ଏହା ପରେ ବି ସରକାରଙ୍କ ପକ୍ଷରୁ ତାଙ୍କୁ ସୁରକ୍ଷା ମିଳିଲା ନାହିଁ। ଦେଶ ପାଇଁ କାମ କରୁଥିବା ଲୋକଙ୍କ ପ୍ରତି ମଧ୍ୟ ଧ୍ୟାନ ରଖାଯାଉନାହିଁ। ଯଦି ଆଜି ପିତାଙ୍କ ମୃତ୍ୟୁର ପ୍ରତିଶୋଧ ନିଆନଯାଏ ତେବେ ଦେଶ ଉପରେ ଏହାର କଣ ପ୍ରଭାବ ପଡିବ ?

ସେ କହିଛନ୍ତି ବାପା ତାଙ୍କ ନାମ ଆଗରେ ଭାରତୀ ଲଗାଇଥିଲେ, ସେ ଏମିତି ଦେଶକୁ ଭଲ ପାଉଥିଲେ। ସେ କହୁଥିଲେ ଯେ, ଯଦି ମୋର କେବେ କିଛି  ହୋଇଯାଏ ତେବେ ମୋର ପରିଚୟ ଭାରତୀୟ ହେବା ଉଚିତ୍। ମୋ ପିତା କେବଳ ଗାଁକୁ ନୁହେଁ ପୂରା ଦେଶକୁ ଭଲ ପାଉଥିଲେ। ସେ କୌଣସି ସୈନିକ ନଥିଲେ ମାତ୍ର ସେ ଦେଶ ପାଇଁ ବଞ୍ଚୁଥିଲେ ବୋଲି ଅଜୟ ପଣ୍ଡିତଙ୍କ ଝିଅ କହିଛନ୍ତି।

ସରକାର ହତ୍ୟାକାରୀଙ୍କୁ ଖୋଜନ୍ତୁ

ଅଜୟ ପଣ୍ଡିତଙ୍କ ଝିଅ କହିଛନ୍ତି କାଶ୍ମୀର ପଣ୍ଡିତ ଯିବା ପରେ ମଧ୍ୟ ତାଙ୍କ ପିତା ଏଠାରେ ରହି ସେବା କରିଥିଲେ। ସେ ଆହୁରି ସେବା କରିବାକୁ ଚାହୁଁଥିଲେ। ମୁଁ ସରକାରଙ୍କୁ ଅନୁରୋଧ କରୁଛି ଯେ, ମୋ ପିତାଙ୍କ ହତ୍ୟାକାରୀଙ୍କୁ ଧରନ୍ତୁ। ମୋ ବାପାଙ୍କୁ ଯିଏ ହତ୍ୟା କରିଛି ସେମାନଙ୍କ ମନରେ କୌଣସି ଭୟ ନାହିଁ।

ସରପଞ୍ଚଙ୍କ ଝିଅ କହିଛନ୍ତି ମୋ  ବାପା ଛୋଟ ଗାଁର ସରପଞ୍ଚ ଥିଲେ। ତାଙ୍କୁ ହତ୍ୟା କରିବାକୁ ଆତଙ୍କବାରୀଙ୍କ କଣ ଆବଶ୍ୟକତା ଥିଲା। ମୋ ପିତାଙ୍କୁ ଏହି କାରଣରୁ ହତ୍ୟା କରାଗଲା, କାରଣ ସେ ଜଣେ ପଣ୍ଡିତ ଥିଲେ। ଦେଶର ଦାୟିତ୍ଵ ଏହା ଯେ, ଏବେ ମୋ ପିତାଙ୍କ ହତ୍ୟାକାରୀଙ୍କୁ ଖୋଜି ଧରନ୍ତୁ।

ସେ କହିଛନ୍ତି ମୋ ପିତା ଧାରା ୩୭୦ ପ୍ରତ୍ୟାହାରକୁ ଅପେକ୍ଷା କରିନଥିଲେ। ସେ ବାହାଦୂର ଥିଲେ। ୩୭୦ ଯେବେ ପ୍ରତ୍ୟାହାର ହେଲା ମୁଁ ପିତାଙ୍କୁ ୩୭୦ ହଟିଯିବା କହିଥିଲି। ସେହି ସମୟରେ  ବାପା କହିଥିଲେ ଏହା ଗୋଟିଏ ଧାରା ହିଁ ତ ଥିଲା। ହଟିଗଲା ଭଲ ହେଲା। ଯଦି କିଛି ହୁଏ ତେବେ ଆମେ ବହୁତ ଖୁସି ହେବା। ସରପଞ୍ଚଙ୍କ ଝିଅ କହିଛନ୍ତି ଏହା ଆମର ମାତୃଭୂମୀ। ଆମେ ସେଠାକୁ କଣ ପାଇଁ ଯିବୁ ନାହିଁ। ଲୋକଙ୍କୁ ସୁରକ୍ଷା ଦେବା ସରକାରଙ୍କ ଦାୟିତ୍ଵ।

   Related Posts