Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଭାରସାମ୍ୟ ହରାଇ ବ୍ରିଜ୍ ଉପରୁ ୨୦ଫୁଟ ତଳକୁ ଖସିଲା ବାଇକ୍, ୨ ଗୁରୁତର
  • ||
  • ନୀଳଗିିରି : ବିଦ୍ୟୁତ ବିଲ୍ ବୃଦ୍ଧି ପ୍ରତିବାଦରେ ସିପିଆଇର ରାସ୍ତାରୋକ
  • ||
  • ଢେଙ୍କାନାଳ : ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି, ଚାଲିଗଲା ଜୀବନ
  • ||
  • ଭୁବନେଶ୍ବର : ଖରା ପାଇଁ ପାନୀୟ ଜଳ ବିଭାଗର ଛୁଟି ବାତିଲ
  • ||
  • ୨ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି, ରାଜଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ଭୁବନେଶ୍ବର : ଡାକ୍ତରଖାନା ପାଇଁ କୋଭିଡ୍ ଗାଇଡ୍‌ଲାଇନ୍, ଆବଶ୍ୟକତା ନଥିଲେ ସଂକ୍ରମିତଙ୍କୁ ଆଡମିଶନ ମନା
  • ||
  • ସରିଲା ରାଜ୍ୟ କ୍ୟାବିନେଟ୍‌ ବୈଠକ, ୯ଟି ପ୍ରସ୍ତାବ ଉପରେ ବାଜିଲା ମୋହର
  • ||
  • ଭୁବନେଶ୍ବର : BMCର ପେଡ୍ କ୍ବାରେଣ୍ଟାଇନ୍ ବ୍ୟବସ୍ଥା, ନନ୍ ଏସି ୧୦୯୯ ଓ ଏସି ରୁମ୍ ୧୪୯୯ ଟଙ୍କା
  • ||
  • ଭୁବନେଶ୍ବର : ପିପିଲି ହିଂସା ଘଟଣା, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡି
  • ||
  • କରଞ୍ଜିଆ : ବିଡିଓଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ, ବ୍ଲକ କାର୍ଯ୍ୟାଳୟରେ ତାଲା ପକାଇ ନିର୍ବାଚିତ ଜନ ପ୍ରତିନିଧିଙ୍କ ଧାରଣା ୪ର୍ଥ ଦିନରେ
  • ||

ଲକ୍ ଡାଉନ୍ ଅଥବା ବଜାର ବନ୍ଦ ହୋଇନି, କରୋନାକୁ ଅନାୟାସରେ ଆୟତ୍ତ କରିଛି ଦ.କୋରିଆ, ଜାଣନ୍ତୁ କେମିତି?

25/03/2020 at 6:51 PM

ସିଓଲ :  ବିନା କୌଣସି କଟକଣାରେ ଦକ୍ଷିଣ କୋରିଆ କରୋନାକୁ ଆୟତ୍ତ କରିବାରେ ବିଶ୍ୱର ପ୍ରଥମ ଦେଶ ପାଲଟିଛି। ଏଥିଲାଗି ଦେଶରେ ନା ବଜାର ଘାଟ ବନ୍ଦ କରାଯାଇଥିଲା ନା ଲକ୍ ଡାଉନ । ତେବେ ତୁରନ୍ତ  ସଂକ୍ରମିତଙ୍କ ଚିହ୍ନଟ ପକ୍ରିୟା ଲାଗି ସରକାର ଏହା ସମ୍ଭବ କରିପାରିଛନ୍ତି। ଫଳରେ ଦେଶରେ କରୋନା ମୃତ୍ୟୁହାର ରୋକା ଯାଇପାରିଥିବା ବେଳେ ଦେଶ ସଂକ୍ରମଣରୁ ସମ୍ପୂର୍ଣ୍ଣ ମୁକ୍ତ ହୋଇପାରିଛି।

ଚୀନ ଉହାନରେ କରୋନା ବ୍ୟାପିବା ସହ ତାଇୱାନ ଓ ଦକ୍ଷିଣ କୋରିଆକୁ ମଧ୍ୟ ସଂଚରି ଯାଇଥିଲା। ହେଲେ ଉଭୟ ଦେଶ କରୋନା ବିରୋଧରେ ଯେଉଁଭଳି ପଦକ୍ଷେପ ନେଲେ ତାହା ଆଜି ସାରା ବିଶ୍ୱ ଲାଗି ଉଦାହରଣ ପାଲଟିଛି। ଦକ୍ଷିଣ କୋରିଆ ଏବେ ସଂକ୍ରମିତ ଦେଶଙ୍କ ସୂଚୀର ଅଷ୍ଟମ ସ୍ଥାନରେ ରହିଛି। ସେହିପରି ନିୟମିତ ହେଉଥିବା ଅଭିଯୋଗ ମଧ୍ୟ ଢେର ହ୍ରାସ ହେଲାଣି। ଏପର୍ଯ୍ୟନ୍ତ ଦକ୍ଷିଣ କୋରିଆରେ ୯ ହଜାର ୩୭ ଜଣ ସଂକ୍ରମିତ ହୋଇଥିବା ବେଳେ ୩ହଜାର ୫୦୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଠାରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ମାତ୍ର ୧୨୯ ଥିବା ବେଳେ ଗୁରୁତରଙ୍କ ସଂଖ୍ୟା ମାତ୍ର ୫୯ରେ ସୀମିତ ରହିଛି।

ଜାଣନ୍ତୁ କେମିତି ହେଲା ସମ୍ଭବ
ଦକ୍ଷିଣ କୋରିଆ ବୈଦେଶିକ ମନ୍ତ୍ରୀ କାଙ୍ଗ ୟୁଙ୍ଗଙ୍କ ଅନୁସାରେ ଦେଶରେ ପ୍ରଥମ କରୋନା ସଂକ୍ରମଣର ଅଭିଯୋଗ ମିଳିବାମାତ୍ରେ ସରକାର ଏହାର ଦିଗନ୍ତ ବିସ୍ତାରୀ ପ୍ରଭାବକୁ ଆକଳନ କରିନେଇଥିଲେ। ଏଣୁ ଦେଶର ଏଣେତେଣେ କରୋନା ଟେଷ୍ଟିଂ ସେଣ୍ଟର ସବୁ ଖୋଲି ଦିଆଯାଇଥିଲା। ଏପରିକି ଟ୍ରାନ୍ସପାରେଣ୍ଟ ଟେଲିଫୋନ ବୁଥଗୁଡିକୁ ମଧ୍ୟ କରୋନା ଟେଷ୍ଟିଂ ସେଣ୍ଟରରେ ରୂପାନ୍ତରିତ କରିଦିଆଯାଇଥିଲା।

ଦେଶରେ ଖୋଲିଥିଲା ୬୦୦ ଟେଷ୍ଟିଂ ସେଣ୍ଟର
ସରକାରଙ୍କ ହିସାବ ଅନୁସାରେ ଏହି ସମୟରେ ଦେଶରେ ମୋଟ ୬୦୦ଟି କରୋନା ଟେଷ୍ଟିଂ ସେଣ୍ଟର ଖୋଲାଯାଇଥିବା ବେଳେ ୫୦ରୁ ଅଧିକ ଡ୍ରାଇଭିଂ ଷ୍ଟେସନରେ ସ୍କ୍ରିନିଂ ସୁବିଧା ଉପଲବ୍ଧ କରାଯାଇଥିଲା। ଏହା ଛଡା ରିମୋଟ ଟେମ୍ପରେଚର ସ୍କାନରରେ ମଧ୍ୟ ଦୂରରୁ ଲୋକଙ୍କ ଶରୀରର ତାପମାତ୍ରା ମପାଯାଇଥିଲା। ଏଥିଲାଗି ଲୋକଙ୍କ ପର୍ଯ୍ୟନ୍ତ ପହଞ୍ଚିବାର ଆବଶ୍ୟକତା ନଥିଲା କି କେହି ସଂକ୍ରମିତ ହେବାର ଭୟ ବି ନଥିଲା। ଫଳରେ ଯାହା ଦେହରେ ଜ୍ୱରର ଲକ୍ଷଣ ଦେଖାଯାଉଥିଲା ତାକୁ ତୁରନ୍ତ କ୍ୱାରେଣ୍ଟାଇନ ସେଣ୍ଟରକୁ ନେଇ ଚିକିତ୍ସା ସେବା ଉପଲବ୍ଧ କରାଯାଉଥିଲା।

ଲାଗିଥିଲା ଥର୍ମାଲ ଇମେଜିଂ କ୍ୟାମେରା
ଦେଶର ବଡବଡ ହୋଟେଲ , ପାର୍କିଂ ଓ ସାର୍ବଜନିକ ସ୍ଥଳମାନଙ୍କରେ ଥର୍ମାଲ ଇମେଜିଂ କ୍ୟାମେରା ଲବୁ ଲଗାଯାଇଥିଲା। ଫଳରେ ଆକ୍ରାନ୍ତଙ୍କର ତୁରନ୍ତ ଚିହ୍ନଟ ହୋଇପାରିଥିଲା। ରେଷ୍ଟୋରେଣ୍ଟମାନଙ୍କରେ ବି ଲାଗିଥିଲା କ୍ୟାମେରା। ଏଣୁ ଯେଉଁମାନେ ସୁସ୍ଥ କେବଳ ସେମାନଙ୍କୁ ପ୍ରବେଶ ଅନୁମତି ମିଳୁଥିଲା।

ଅଭ୍ୟାସ ବଦଳାଇବା ଲାଗି ଲୋକଙ୍କୁ ପରାମର୍ଶ ଦେଇଥିଲେ ସରକାର
କରୋନା ନେଇ ସଚେତନତା ହିଁ ଲୋକଙ୍କୁ ସଂକ୍ରମଣରୁ ରକ୍ଷା କରିପାରିବ ବୋଲି ଅନୁମାନ କରିନେଇଥିଲେ ସରକାର। ଏଣୁ ଲୋକଙ୍କୁ ସେମାନଙ୍କ ଅଭ୍ୟାସ ପରିବର୍ତ୍ତନ କରିବାକୁ ପରାମର୍ଶ ଦେଇଥିଲେ। ଯେଉଁମାନେ ଡାହାଣ ହାତରେ ସବୁ କାମ କରୁଥିଲେ ସେମାନଙ୍କୁ ବାମ ହାତରେ କରିବାକୁ କୁହାଯାଇଥିଲା। ସେହିପରି ବାମହାତୀମାନଙ୍କୁ ଡାହାଣ ହାତରେ କାମ କରିବାକୁ କୁହାଯାଇଥିଲା। ଏହା ଦ୍ୱାରା ଲୋକଙ୍କ ସଂକ୍ରମିତ ହାତ ସେମାନଙ୍କ ମୁହଁ, ନାକ,କାନ ଓ ପାଟିକୁ ଯାଉନଥିଲା। ଏଣୁ ସଂକ୍ରମଣ ଅଧିକ ହୋଇପାରିନଥିଲା।

ନୂଆବର୍ଷରେ ଦେଶକୁ ଆସିଥିଲା ସଂକ୍ରମଣ
ଦକ୍ଷିଣ କୋରିଆକୁ ୨୦୨୦ ମସିହା ଆଗମନର ପ୍ରଥମ ଦିନ ହିଁ ସଂକ୍ରମଣ ପହଞ୍ଚିଯାଇଥିଲା। ଏଣୁ ସରକାର ପ୍ରଥମେ ଔଷଧ କମ୍ପାନୀଙ୍କ ସହ ମିସି ଟେଷ୍ଟିଂ କିଟ୍ ଉତ୍ପାଦନ ବୃଦ୍ଧି କରିଥିଲେ। ୨ ସପ୍ତାହରେ ସଂକ୍ରମଣ ସଂଖ୍ୟା ବଢିବା ବେଳକୁ ଦେଶର ସବୁ ସ୍ଥାନକୁ ଟେଷ୍ଟିଂ କିଟ୍ ପହଞ୍ଚିସାରିଥିଲା। ଏବେ ଦକ୍ଷିଣ କୋରିଆରେ ଦୈନିକ ୧ଲକ୍ଷ କରୋନା ଟେଷ୍ଟିଂ କିଟ୍ ଉତ୍ପାଦିତ ହେଉଥିବା ବେଳେ ଏବେ ୧୭ଟି ଦେଶକୁ ରପ୍ତାନୀ ହେଉଛି। ତେବେ ଏଥିଲାଗି ଦକ୍ଷିଣ କୋରିଆରେ ଦିନଟେ ବି ବଜାର ବନ୍ଦ କରାଯାଇନଥିଲା କି ଲୋକଙ୍କୁ ଗୃହବନ୍ଦୀ ରହିବାକୁ କୁହାଯାଇନଥିଲା।

   Related Posts