ମୁକେଶ ପରିବାରରେ ଲାଗିଲା କରୋନା ଗ୍ରହଣ: ସମସ୍ତ ସଦସ୍ୟ ସଂକ୍ରମିତ, ବାଦ୍ ପଡିନି ୨ ବର୍ଷର ଝିଅ, କ୍ୱାରେଣ୍ଟାଇନରେ ସପରିବାର

Published By : Prameya-News7 Bureau | April 18, 2021 IST

ନୂଆଦିଲ୍ଲୀ ୧୮/୪: ବଲିଉଡରେ ଲାଗିଛି କରୋନା ଗ୍ରହଣ । ଦୈନିକ ଜଣେ ଜଣେ ସେଲିବ୍ରିଟି ମହାମାରୀର ଶିକାର ହେଉଛନ୍ତି । ଏବେ ମୁକେଶ ଏଣ୍ଡ ଫ୍ୟାମିଲିରେ ପଶିଛି କରୋନା । ବଲିଉଡର ନାମୀ ଦାମୀ କଳାକାର ପରିବାର ମଧ୍ୟରୁ ମୁକେଶ ପରିବାର ଅନ୍ୟତମ । ଅଭିନେତା ନିଲ ନୀତିନ ମୁକେଶ ପରିବାରର ସମସ୍ତ ସଦସ୍ୟ ସଂକ୍ରମିତ ହୋଇଛନ୍ତି । ଏପରିକି ସମସ୍ତଙ୍କ ମଧ୍ୟରେ ତାଙ୍କର ୨ ବର୍ଷର ଝିଅ ରହିଛି ।

wp:html
/wp:html

ସୋସିଆଲ ମିଡିଆରେ ଏକଥା ସ୍ପଷ୍ଟ କରିଛନ୍ତି ନିଲ୍ ମୁକେଶ । ସେ କହିଛନ୍ତି ସମସ୍ତ ସଦସ୍ୟ ସୁସ୍ଥ ଅଛନ୍ତି, କେବଳ ମାଆ କରୋନାରେ ସଂକ୍ରିମତ ହୋଇନାହାନ୍ତି । ଏବେ ଆମେ ସମସ୍ତ ଘରେ ସଂଗରୋଧରେ ରହିଛୁ ।ନୀଲ କହିଛନ୍ତି ସମସ୍ତ ଔପଚାରିକତା ସତ୍ୱେ ପରିବାର ଲୋକେ ପଜିଟିଭ ହୋଇଥିଲେ । ପ୍ରଥମେ ତାଙ୍କ ଛୋଟ ଝିଅକୁ ଜ୍ୱର ହୋଇଥିଲା । ୨ ଦିନ ଜ୍ୱର ନଛାଡିବାରେ ସମସ୍ତଙ୍କର କୋଭିଡ ଟେଷ୍ଟ କରାଯାଇଥିଲା  । ମୁଁ ମୋ ପତ୍ନୀ, ପିତା, ଝିଅର ରିପୋର୍ଟ ପଜିଟିଭ ଆସିଥିଲା । ତେବେ ସୌଭାଗ୍ୟବଶତଃ ମାଆଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା ।  

ନିଲ ଆହୁରି କହିଛନ୍ତି ଯେ, ଏମିତି କୌଣସି ନିୟମ ନାହିଁ କି ସମସ୍ତ ଅଲଗା ଅଲଗା ପ୍ରକାର ଭୂତାଣୁର ଶିକାର ହେବ । ଭଗବାନଙ୍କୁ ଧନ୍ୟବାଦ ଏହି କି ଆମ୍ଭମାନକ ଶରୀରରେ ସାମାନ୍ୟ ଲକ୍ଷଣ ଥିଲା । ସମସ୍ତଙ୍କୁ ଅନୁରୋଧ କି ମୋ ପରିବାର ପାଇଁ ପ୍ରାର୍ଥନା କରନ୍ତୁ କି ଆମେ ଯଥାଶୀଘ୍ର ସୁସ୍ଥ ହୋଇଯାଉ । ମୋ ପିତା ତଥା ପ୍ରଖ୍ୟାତ କଣ୍ଠଶିଳ୍ପୀ ମୁକେଶଙ୍କ ବୟସ ୭୦ ବର୍ଷ ହେବ । ବାପା ଓ ଭାଇ ଆମେ ସମସ୍ତେ ସୁସ୍ଥ ଅଛୁ । ତେବେ ଜନସାଧରଣଙ୍କୁ ଅନୁରୋଧ ସେ ସମସ୍ତ ଗାଇଡଲାଇନ ପାଳନ କରନ୍ତୁ । ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.