‘ଗୁମ୍ ହୈ କିସି କେ ପ୍ୟାର୍ ମେଁ’ ଫେମ୍ ନିଲ୍ ଭଟ୍ଟ ପ୍ରେମିକା ଐଶ୍ଵର୍ଯ୍ୟା ଶର୍ମାଙ୍କ ସହ କଲେ ରୋକା, ଫଟୋ ଭାଇରଲ୍

Published By : Prameya-News7 Bureau | January 28, 2021 IST

ମୁମ୍ବାଇ ୨୮।୧: ଟିଭି ସୋ ‘ଗୁମ୍ ହୈ କିସି କେ ପ୍ୟାର ମେଁ’ ଫେମ୍ ନିଲ ଭଟ୍ଟ ତାଙ୍କ ପ୍ରେମିକା ଐଶ୍ଵର୍ଯ୍ୟା ଶର୍ମାଙ୍କ ସହ ନିର୍ବନ୍ଧ କରିଛନ୍ତି । ଦୁଇ ଜଣଙ୍କର ସଂପର୍କକୁ ନେଇ ବେଶ ଚର୍ଚ୍ଚା ହୋଇଥିଲା । ବୁଧବାର ଦିନ ଦୁଇ ଜଣଙ୍କ ଏନଗେଜମେଣ୍ଟ ସେରିମନିର ଫଟୋ ଭାଇରାଲ୍ ହୋଇଥିଲା । ଫଟୋ ସେୟାର କରି ନିଲ୍ ଭଟ୍ଟ କହିଛନ୍ତି, ଐଶ୍ଵର୍ଯ୍ୟା ଶର୍ମାଙ୍କ ସହ ରିଲେସନସିପ୍ ରେ ରହିବା ତାଙ୍କ ପାଇଁ ବହୁତ ଭଲ ଥିଲା ଏବଂ ଦୁଇ ଜଣ ସାରାଜୀବନ ପାଇଁ ସାଥୀ ହେବାକୁ ଯାଉଛନ୍ତି ।

ନିଲ୍ ଭଚ୍ଚ ଫଟୋ ସେୟାର କରି ଲେଖିଛନ୍ତି, ‘ପାଗଳାମୀଠାରୁ ମଜା କରିବା ପର୍ଯ୍ୟନ୍ତ ଯାତ୍ରା ବେଶ୍ ଭଲ ଥିଲା । ଆମ ଦୁଇ ଜଣଙ୍କ ମଧ୍ୟରେ ଯେଉଁ ପ୍ରେମ ହୋଇଥିଲା ତାହା ସାରାଜୀବନ ସାଥୀ ହେବାକୁ ଯାଉଛି । ଆମେ ଏକାଠି ହେଉଛୁ ।’ ଫଟୋରେ ଐଶ୍ଵର୍ଯ୍ୟା ଶର୍ମା ଏବଂ ନିଲ୍ ଭଟ୍ଟ ରୋମାଣ୍ଟିକ୍ ପୋଜ ଦେଇଥିବା ନଜରକୁ ଆସିଛନ୍ତି ।

ସେପଟେ ଐଶ୍ଵର୍ଯ୍ୟା ଶର୍ମାଙ୍କ ବନ୍ଧୁ ଆଶନା କିଶୋର, ନିଲ୍ ଭଟ୍ଟଙ୍କର ଏନଗେଜମେଣ୍ଟ ସେରିମନିର ଫଟୋ ସେୟାର କରି ଲେଖିଛନ୍ତି, ‘ମୋର ବେଷ୍ଟଫ୍ରେଣ୍ଡ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛି । ମୁଁ କହିପାରୁନି ଏହି କଥା କହି ମୁଁ କେତେ ଖୁସି ହେଉଛି । ମୋର ଭଲ ପାଇବା ତୁମ ଜୀବନର ସବୁଠାରୁ ସୁନ୍ଦର ଏବଂ ତୁମକୁ ଭଲ ପାଉଥିବା ଲୋକମାନଙ୍କ ସହିତ ଅଛି । ମୁଁ ତୁମ ଦୁଇ ଜଣଙ୍କ ପାଇଁ ବହୁତ ଖୁସି ଅଛି । ମୁଁ ଅପେକ୍ଷା କରିପାରୁନି ତୁମକୁ ଜିଜୁ ଡାକିବା ପାଇଁ । ତୁମ ଦୁଇ ଜଣଙ୍କୁ ଅନେକ ଅନେକ ଶୁଭେଚ୍ଛା । ଲଭ୍, ଲଭ୍, ଲଭ୍ । ବିବାହର ପ୍ରସ୍ତୁତି ଆରମ୍ଭ କର ।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.