Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୧୨ କୋଭିଡ୍ ପଜିଟିଭ୍
  • ||
  • କରଞ୍ଜିଆରେ ମାତିଛନ୍ତି ଝାଡଖଣ୍ଡୀ ହାତୀ, ନଷ୍ଟ କରୁଛନ୍ତି ଏକର ଏକର ଫସଲ
  • ||
  • ସିରିଜ୍‌ ଦୁର୍ଘଟଣା, ପଛକୁ ପଛ ଧକ୍କା ହେଲେ ୮ ଗାଡ଼ି ; ୩ ମୃତ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

ହୃଦୟ ବିଦାରକ: ପ୍ରତିଶୋଧର ବଶବର୍ତ୍ତୀ ହୋଇ ୪ ମାସର ଶିଶୁକୁ ଏସିଡ୍ ପିଆଇଦେଲେ ପଡ଼ୋଶୀ ମହିଳା

24/06/2021 at 7:10 PM

ପାନିପତ ୨୪/୦୬ : ହରିୟାଣା ପାନିପତ ଜିଲ୍ଲାରୁ ଏକ ହୃଦୟ ବିଦାରକ ମାମଲା ସାମ୍ନାକୁ ଆସିଛି। ଜଣେ ମହିଳା ଏକ ୪ ମାସର ଶିଶୁକୁ ଏସିଡ ପିଆଇ ଦେଇଛନ୍ତି। ନିରୀହ ଶିଶୁର ମା ସେତେବେଳେ ପାଣି ନେବା ପାଇଁ ବାହାରକୁ ଯାଇଥିଲେ। ଏତିକିବେଳେ ପଡୋଶୀ ମହିଳା ଶିଶୁକୁ ଏସିଡ ପିଆଇ ଦେଇଥିଲେ। ପାନିପତର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶିଶୁର ମୃତ୍ୟୁ ହୋଇଛି। ଶିଶୁ ମୃତ୍ୟୁରେ ପିରିବାରରେ ଶୋକର ଛାୟା ଖେଳି ଯାଇଛି। ପରିବାରର ଅଭିଯୋଗ କ୍ରମେ ପୋଲିସ ଅଭିଯୁକ୍ତ ମହିଳା ବିରୋଧରେ ମାମଲା ରୁଜ୍ଜୁ କରିଛି। ପାନିପତ ହସ୍ପିଟାଲରେ ଶିଶୁର ପୋଷ୍ଟ ମର୍ଟମ କରାଯାଇଛି।

ପୋଲିସକୁ ପରିବାର ଲୋକ କହିଛନ୍ତି ଯେ ୮ ଦିନ ପୂର୍ବରୁ ଅଭିଯୁକ୍ତ ମହିଳାଙ୍କ ଝିଅ ସହ ପୀଡିତା ମା’ଙ୍କ ବଡ ଝିଅର ଝଗଡା ହୋଇଥିଲା। ଏହାର ରାଗ ରଖି ପଡୋଶୀ ମହିଳା ମଙ୍ଗଳବାର ଦିନ ସକାଳେ ୮ଟା ସମୟରେ ଶିଶୁକୁ ଏସିଡ ପିଆଇ ଦେଇଥିଲେ ଓ ସେଠାରୁ ଫେରାର ହୋଇଯାଇଥିଲେ। ପିଜିଆଇ ରୋହତକରେ ଭେଣ୍ଟିଲେଟର ନ ମିଳିବାରୁ ପରିବାର ଲୋକେ ଶିଶୁ ଚିକିତ୍ସା ପାଇଁ ପୁଣି ପାନିପତ ନେଇ ଆସୁଥିବା ସମୟରେ ରାସ୍ତାରେ ତାର ମୃତ୍ୟୁ ହୋଇଥିଲା।

ଉତ୍ତର ପ୍ରଦେଶ ସାହାଜାହାନପୁର ବାସିନ୍ଦା ବିନୋଦ କୁମାର କହିଛନ୍ତି ଯେ ସେମାନେ ନିକଟରେ ପାନିପତ ବରସତ ରୋଡ଼ ଚୁଙ୍ଗୀ ନିକଟରେ ଭଡା ଘରେ ନେଇ ରହିବାକୁ ଆସିଥିଲେ। ସେ ଶ୍ରମିକ ଭାବେ କାମ କରନ୍ତି। ତାଙ୍କର ଦୁଇ ଝିଅ। ବଡ ଝିଅ ୫ ରାକ୍ଷୀ ବର୍ଷ ବୟସର ଓ ସାନ ଝିଅ ୪ ମାସର। ପଡିଶା ଘରେ ଜଣେ ମହିଳା ନିଜର ୬ ବର୍ଷର ଝିଅ ସହ ରୁହନ୍ତି। ୮ ଦିନ ପୂର୍ବରୁ ତାଙ୍କ ବଡ ଝିଅ ଓ ପଡୋଶୀ ମହିଳାଙ୍କ ଝିଅ ମଧ୍ୟରେ ଝଗଡା ହୋଇଥିଲା। ଏଥିରେ ରାଗିଯାଇ ପଡିଶା ମହିଳା ରାକ୍ଷୀକୁ ଚାପୁଡ଼ା ମାରିଥିଲେ।

ମଙ୍ଗଳବାର ସକାଳେ ୮ଟା ସମୟରେ ଘର ମାଲିକ ପାଣି ନେବାକୁ ଡାକିଥିଲେ। ପୀଡିତା ମହିଳା ତଳକୁ ପାଣି ନେବାକୁ ଯାଇଥିଲେ। ପାଣି ଆଣି ସେ ଉପରକୁ ଆସିଲାବେଳେ ଅଭିଯୁକ୍ତ ମହିଳା ତାଙ୍କ କୋଠରୀରୁ ଦୌଡ଼ି ପଳାଇଲେ। ସେ ଭିତରକୁ ଯାଇ ଦେଖିଲା ବେଳକୁ ୪ ମାସର ଶିଶୁ ମୁହଁରୁ ଫେଣ ବାହାରୁଥିଲା ଓ ତଳେ ଏସିଡ ପଡିଥିଲା। ଘର ଲୋକ ତାକୁ ତୁରନ୍ତ ହାସିତଲ ନେଇଯାଇଥିଲେ। କିନ୍ତୁ ଶିଶୁର ଜୀବନ ବଞ୍ଚାଇ ପାରିଲେନି। ସାମାନ୍ୟ ଝଗଡାରୁ ନିରୀହ ଶିଶୁର ଜୀବନ ଚାଲିଗଲା।

   Related Posts