Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉପର ମୁଣ୍ଡରେ ନାହିଁ ବଡ ବର୍ଷା, ରେଙ୍ଗାଳିରୁ ଗୋଟିଏ ଗେଟ୍ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ
  • ||
  • ସାଲେପୁର : AC ମେକାନିକ୍‌ଙ୍କ କାରନାମା, ମହିଳାଙ୍କ ଗାଧୁଆ ଘରେ ରେକର୍ଡିଂ ମୋଡ୍‌ରେ ମୋବାଇଲ୍ ରଖି ହେଲେ ଗିରଫ
  • ||
  • ଦେଶରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୪୨ହଜାରରୁ ଅଧିକ ପଜିଟିଭ୍
  • ||
  • ଦେଶରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୪୨ହଜାରରୁ ଅଧିକ ପଜିଟିଭ୍
  • ||
  • ବାରିପଦା : ଆଜିଠୁ ଖୋଲିଲା ଦ୍ବିତୀୟ ଶ୍ରୀକ୍ଷେତ୍ର, ମୟୂରଭଞ୍ଜର ସମସ୍ତ ମଠ ମନ୍ଦିରରେ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ
  • ||
  • ମହାକାଳପଡା : ଆଜିଠୁ ଖୋଲିଲା ଐତିହାସିକସ୍ଥଳୀ ହୁକିଟୋଲା, ଜଳଯାତ୍ରାର ମଜା ଉଠାଉଛନ୍ତି ପର୍ଯ୍ୟଟକ
  • ||
  • ବୌଦ୍ଧ : ଚୋରା ଚାଲାଣ ବେଳେ ୧୬ପେଟି କଫ୍ ସିରପ୍ ଜବତ, ସ୍କର୍ପିଓ ସହ ଜଣେ ଗିରଫ
  • ||
  • ଇତିହାସ ରଚିଲା ଭାରତୀୟ ହକି ଟିମ୍, ୪୧ ବର୍ଷ ପରେ ଅଲିମ୍ପିକ୍ସରେ ଜିତିଲା ପଦକ
  • ||
  • ଇତିହାସ ରଚିଲା ଭାରତୀୟ ହକି ଟିମ୍, ୪୧ ବର୍ଷ ପରେ ଅଲିମ୍ପିକ୍ସରେ ଜିତିଲା ପଦକ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା, ରାଜ୍ୟରେ କରୋନା ନେଲା ୬୮ ଜଣଙ୍କ ଜୀବନ
  • ||

ଡବଲ୍ ମର୍ଡ଼ର ପରେ ସୁଇସାଇଡ୍ : ପଡ଼ୋଶୀ ଦମ୍ପତ୍ତିଙ୍କୁ ହତ୍ୟା କରିବା ପରେ ହତ୍ୟାକାରୀ ପିଇ ଦେଲା ବିଷ

5/08/2020 at 12:50 PM

ନୂଆଦିଲ୍ଲୀ ୫/୮: ମୂଳଭାବେ ବିହାରରେ ରହୁଥିବା ଦୁଇ ପରିବାର ଦିଲ୍ଲୀରେ ମଧ୍ୟ ପରସ୍ପରର ପଡ଼ୋଶୀ ଥିଲେ। ମଙ୍ଗଳବାର ଦୁଇ ପରିବାରରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ୨ଜଣଙ୍କ ଗଳା କାଟି ହତ୍ୟା କରାଯାଇଥିଲା ଏବଂ ଅଭିଯୁକ୍ତ ମଧ୍ୟ ବିଷ ଖାଇ ଆତ୍ମହତ୍ୟା କରିଛି। ଏହି ଅଭାବନୀୟ ଘଟଣାଟି ଘଟିଛି ଦିଲ୍ଲୀର ନରେଲା ଥାନା ଅଞ୍ଚଳରେ।

 ଦିଲ୍ଲୀର ନରେଲା ଥାନା ଅଞ୍ଚଳର ବାଙ୍କନେର ଗାଁରେ ସ୍ବାମୀ-ସ୍ତ୍ରୀଙ୍କ ଗଳା କାଟି ହତ୍ୟା କରି ଦିଆଯାଇଛି। ଅଭିଯୁକ୍ତ ହତ୍ୟା ପରେ ନିଜ ଘରେ ଯାଇ ଆତ୍ମହତ୍ୟା କରି ଦେଇଛି। ଉଭୟ ମୂଳ ଭାବେ ବିହାରର ବାସିନ୍ଦା ଏବଂ ଦିଲ୍ଲୀରେ ମଧ୍ୟ ଦୁହେଁ ପରସ୍ପରର ପଡ଼ୋଶୀ ଥିଲେ। ଦୁଇ ପଡ଼ୋଶୀ ପରସ୍ପରର ସାମନା ଘରେ ରହୁଥିଲେ। ଉଭୟଙ୍କ ପରିବାର ଏଠାରେ ଭଡ଼ାରେ ରହୁଥିଲେ।

ମହମ୍ମଦ ହାଶିମ୍ ଏବଂ ମିନ୍ନତ ଖାତୁନ ମଙ୍ଗଳବାର ବିଳମ୍ବିତ ସନ୍ଧ୍ୟାରେ ନିଜ ଘରେ ଶୋଇଥିଲେ। ହଠାତ୍ ତାଙ୍କ ପଡ଼ୋଶୀ ମହମ୍ମଦ ମୁସ୍ତାକ ଜୋର-ଜୋରରେ ତାଙ୍କ କବାଟ ବାଡ଼େଇଥିଲେ। ଗେଟ୍ ନ ଖୋଲିବାରୁ ସେ ଗେଟ୍ ଭାଙ୍ଗି ଦେଇଥିଲେ ଏବଂ ଘର ଭିତରେ ପଶି ସ୍ବାମୀ-ସ୍ତ୍ରୀଙ୍କ ହତ୍ୟା କରି ଦେଇଥିଲେ।

ମୁସ୍ତାକ,ମହମ୍ମଦ ହାଶିମ ଏବଂ ମିନ୍ନତ ଖାତୁନଙ୍କୁ ହତ୍ୟା କରିବା ପରେ ନିଜ ଘରକୁ ଯାଇ ବିଷ ଖାଇ ଦେଇଥିଲେ। ହସ୍ପିଟାଲ ନିଆଯିବା ସମୟରେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ମହମ୍ମଦ ମୁସ୍ତାକ ଇ-ରିକ୍ସା ଚଲାଉଥିଲା ଏବଂ ଯାହାଙ୍କ ବୟସ ପାଖାପାଖି ୫୦ବର୍ଷ ଥିଲା। ମହମ୍ମଦ ହାଶିମ୍ ମେକାନିକ୍ କାମ କରୁଥିଲେ । ହତ୍ୟାକାରୀ ମୁସ୍ତାକ ମଧ୍ୟ ବିବାହିତ ଥିଲେ। ତାଙ୍କ ପିଲାମାନେ ମଧ୍ୟ ଏଠାରେ ରୁହନ୍ତି। ସେତେବେଳେ ମହମ୍ମଦ ହାଶିମଙ୍କ ଘରେ ମଧ୍ୟ ତାଙ୍କ ପିଲାମାନେ ଥିଲେ।

ପିଲାମାନେ ମଧ୍ୟ ତାଙ୍କ ବାପା-ମାଆଙ୍କୁ ବଞ୍ଚାଇବା ପାଇଁ ଚିତ୍କାର କରିଥିଲେ କିନ୍ତୁ ମୁସ୍ତାକ ଧାରୁଆ ଅସ୍ତ୍ରରେ ତାଙ୍କ ବାପା-ମାଆଙ୍କ ଗଳା କାଟି ହତ୍ୟା କରି ଦେଇଥିଲେ। ବର୍ତ୍ତମାନ ନରେଲା ଥାନା ପୋଲିସ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇ ମାମଲାର ତଦନ୍ତ ଆରମ୍ଭ କରି ଦେଇଛି।

   Related Posts