Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଜମିବାଡି ବିବାଦକୁ କେନ୍ଦ୍ରକରି ଯୁବକଙ୍କୁ ପଡୋଶୀଙ୍କ ଆକ୍ରମଣ, ବାଦ୍ ପଡିଲେନି ଗର୍ଭବତୀ ପତ୍ନୀ ଓ ମା’

7/01/2020 at 3:43 PM

ସୋର ୭।୧: ଜମିବାଡି ବିବାଦକୁ କେନ୍ଦ୍ରକରି ଯୁବକ ଏବଂ ତାଙ୍କ ଗର୍ଭବତୀ ପତ୍ନୀ ଓ ମା’ଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ । ଏହାସହ ପଡୋଶୀମାନେ ସେମାନଙ୍କୁ ମାଡ ମାରିଥିବା ନେଇ ଅଭିଯୋଗ ହୋଇଛି । ଏ ନେଇ ଥାନାରେ ଅଭିଯୋଗ କରିଛନ୍ତି ପରିବାରଲୋକ ।

ସୂଚନାଯୋଗ୍ୟ ଯେ, ଅନନ୍ତପୁର ଫାଣ୍ଡି ପୁରୁଷତ୍ତୋମପୁର ଗ୍ରାମରେ ଜମିବାଡି ବିବାଦକୁ କେନ୍ଦ୍ରକରି ବିଜୟ ମଲିକଙ୍କ ପୁଅଙ୍କ ସହିତ ପଡୋଶୀଙ୍କର ପାଟିତୁଣ୍ଡ ହୋଇଥିଲା । ବିଜୟଙ୍କ ପୁଅ ପୁରୁଷତ୍ତୋମପୁର ଗ୍ରାମରୁ ପୈତୃକ ଘର ଛାଡି ଏକ କିଲୋମିଟର ଦୂର ଘାଟଛକରେ ରହୁଛନ୍ତି । ଉତ୍ତ୍ୟକ୍ତ ପଡୋଶୀମାନେ ଘାଟଛକକୁ ଆସି ବିଜୟଙ୍କ ସହ ତାଙ୍କ ଗର୍ଭବତୀ ସ୍ତ୍ରୀ ଶାନ୍ତିଲତା ଓ ମା’ ରେବତୀଙ୍କୁ ବାଡି, ଭୁଜାଲି ଓ ଟାଙ୍ଗିଆରେ ଆକ୍ରମଣ କରିଥିଲେ । ଫଳରେ ବିଜୟ ଗୁରୁତର ହୋଇଥିବାବେଳେ ସ୍ତ୍ରୀ ଶାନ୍ତିଲତା ଓ ମା’ ପାର୍ବତୀ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏନେଇ ସୋର ଥାନାରେ ଅଭିଯୋଗ ହୋଇଛି ।

   Related Posts