ବିଧାୟକଙ୍କ ଝିଅ ସାକ୍ଷୀଙ୍କ ପଡ଼ୋଶୀ ଖୋଲିଲେ ଗୁମର : କହିଲେ ଅନେକ ମହିଳାଙ୍କ ସହ ଅନୈତିକ ସମ୍ପର୍କ ରହିଛି ଅଜିତେଶଙ୍କର

Published By : Prameya-News7 Bureau | July 14, 2019 IST

ବରେଲି ୧୪/୭: ଉତ୍ତରପ୍ରଦେଶର ବିଜେପି ବିଧାୟକ ରାଜେଶ ମିଶ୍ରାଙ୍କ ଝିଅ ସାକ୍ଷୀଙ୍କ ପ୍ରେମ ବିବାହର ମାମଲା ଜୋର ଧରିଛି। ଏହି ମାମଲାରେ ସାକ୍ଷୀଙ୍କ ସ୍ବାମୀ ଅଜିତେଶଙ୍କୁ ନେଇ ଏକ ବଡ଼ ଖୁଲାସା ହୋଇଛି। ଏହା ଶୁଣିବାକୁ ମିଳିଛି ଯେ ସାକ୍ଷୀଙ୍କୁ ନେଇ ଫେରାର ହେବା ପୂର୍ବରୁ ଭୋପାଳର ଜଣେ ଝିଅଙ୍କ ଅଜିତେଶଙ୍କ ବିବାହ ପାଇଁ  ନିର୍ବନ୍ଧ ସରିଥିଲା।

ଅଜିତେଶଙ୍କ ପଡ଼ୋଶୀଙ୍କୁ ପଚରାଉଚୁରା କରିବାରୁ ସେମାନେ ଅଜିତେଶଙ୍କ ଚରିତ୍ର ଅତ୍ୟନ୍ତ ଖରାପ ବୋଲି କହିଥିଲେ। ବରେଲିର ବୀର ସଭରକର ନଗର କଲୋନୀରେ ରହୁଥିବା ଅଜିତେଶଙ୍କ ଘର ପାଖରେ ରହୁଥିବା ସ୍ଥାନୀୟ ଲୋକେ କହିଛନ୍ତି ଅଜିତେଶ ଜଣେ ଅୟାସୀ ଯୁବକ ଏବଂ କଲୋନୀରେ ସବୁବେଳେ ଝିଅମାନଙ୍କ ସହ ଅସଦାଚରଣ କରିଥାଆନ୍ତି।

ଅଜିତେଶଙ୍କ ବିରୋଧରେ ଅଭିଯୋଗ ହୋଇଛି ଯେ ତାଙ୍କର ଅନେକ ବିବାହିତା ମହିଳାଙ୍କ ସହ ଅନୈତିକ ସମ୍ପର୍କ ରହିଛି।

କଲୋନୀ ବାସିନ୍ଦାଙ୍କ କହିବାନୁଯାୟୀ ଅଜିତେଶଙ୍କ ଗାଡ଼ିରେ ଏବେ ଯାଏଁ ଠାକୁର ଲେଖା ହେଉଥିଲା ସେଥିପାଇଁ ସମସ୍ତେ ତାଙ୍କୁ ଠାକୁର ଭାବୁଥିଲେ। କିନ୍ତୁ ଅଜିତେଶଙ୍କ ଗାଡ଼ି ବହୁତ ଖୋଜାଖୋଜି ପରେ ମଧ୍ୟ ଏବେ ମିଳୁନାହିଁ।

ପଡ଼ୋଶୀଙ୍କ କହିବାନୁସାରେ ଏହି ଘଟଣା ଦଳିତ- ବ୍ରାହ୍ମଣ ବା ଜାତିଗତ ପ୍ରସଂଗ କି ମୁଦ୍ଦା ନୁହଁ, ବରଂ ଏହା ଜଣେ ଯୁବତୀ ଏବଂ ତାଙ୍କ ବାପାଙ୍କ ମାମଲା। ଅଜିତେଶ କଲୋନୀର ସବୁଠୁ ଖରାପ ଚରିତ୍ରର ପୁଅ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.