ବାଲକୋନିରେ ଛିଡା ହୋଇ ସ୍ବାମୀ ଓ ସ୍ତ୍ରୀଙ୍କ ଝଗଡା ଦେଖୁଥିବା ପଡୋଶୀ ମହିଳାଙ୍କ ପେଟରେ ଅଚାନକ ବାଜିଲା ଗୁଳି, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

Published By : Prameya-News7 Bureau | September 14, 2019 IST

ନୂଆଦିଲ୍ଲୀ୧୩|୯: ସ୍ବାମୀ ଓ ସ୍ତ୍ରୀଙ୍କ ଝଗଡ଼ାରେ ପଡ଼ୋଶୀ ମହିଳା ଗୁରୁତର ଆଘାତ ହୋଇଛନ୍ତି । କୌଣସି ଏକ କଥାକୁ ନେଇ ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଚାଳିଥିଲା। ସ୍ତ୍ରୀଙ୍କ ଉପରେ ରାଗିଯାଇ ସ୍ବାମୀ  ଗୁଳି ଚଳାଇ ଥିଲେ। ହେଲେ ସେହି ଗୁଳି ପତ୍ନୀଙ୍କ ଦେହରେ ନବାଜି ଅନ୍ୟ ବାଲକୋନିରେ ଛିଡ଼ା ହୋଇ ଝଗଡା ଦେଖୁଥିବା ପଡୋଶୀ ମହିଳାଙ୍କ ପେଟରେ ଗୁଳି ବାଜିଥିଲା। ଦିଲ୍ଲୀର ନରେଲା ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।

{"id":157577}

ସୂଚନାଯୋଗ୍ୟ ଯେ, ଗତ ଶୁକ୍ରବାର ରାତିରେ ନରେଲାର ବି-୨ରେ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା।  ଗଡା ବେଳେ ପଡୋଶୀ ମହିଳା ତାଙ୍କ ବାଲକୋନିରେ ଛିଡ଼ା ହୋଇ ଦେଖୁଥିଲେ। ଉଭୟଙ୍କ ମଧ୍ୟରେ ଝଗଡା ବଢ଼ିବାରୁ ସ୍ତ୍ରୀଙ୍କୁ ଡ଼ରାଇବା ପାଇଁ ଉପରକୁ ସ୍ବାମୀ ଫାୟାରିଂ କରିଥିଲେ। ହେଲେ ଭୁଲ ବଶତଃ ଗୁଳିଟିର ଦିଗ ବଦଳିଯାଇ ବାଲକୋନି ଛିଡ଼ା ହୋଇ ଝଗଡ଼ା ଦେଖୁ୍‌ଥିବା ମହିଳାଙ୍କ ପେଟରେ ଲାଗି ଥିଲା। ସେହି ସ୍ଥାନରେ ମହିଳା ବେହୋସ ହୋଇ ପଡିଯାଇଥିଲେ।

{"id":157578}

ଏହି ଘଟଣା ପରେ ସେହି ସ୍ଥାନରେ ଲୋକ ରୁଣ୍ଡ ହୋଇଯାଇଥିଲେ। ସ୍ଥାନୀୟ ଲୋକ ମହିଳାଙ୍କୁ ଏକ ପ୍ରାଇଭେଟ୍ ହସ୍ପିଟାଲକୁ ନେଇ ଯାଇଥିଲେ। ଏବେ ମହିଳାଙ୍କ ଚିକିତ୍ସା ଚାଲିଛି। ମହିଳାଙ୍କ ପେଟରେ ଗୁଳି ବାଜିଥିବାରୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଅଛି ବୋଲି ଡାକ୍ତର କହିଛନ୍ତି।

{"id":157579}

ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ପ୍ରତ୍ୟେକ ଦିନ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗନ୍ତି। ହଠାତ୍‌ ଶୁକ୍ରବାର ରାତିରେ ପତ୍ନୀଙ୍କୁ ଜୋର ଜବରଦସ୍ତ ଗାଡି ବସିବା ପାଇଁ ସ୍ବାମୀ ବାଧ୍ୟ କରିଥିଲେ। କିନ୍ତୁ ସ୍ତ୍ରୀ ରାଜି ନହେବାରୁ ସ୍ବାମୀ ଗାଡିରୁ ଓହ୍ଲାଇ ଉପରକୁ ଫାୟାରିଂ କରିଥିଲେ। ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣା ସଂପର୍କରେ ସ୍ଥାନୀୟ ଲୋକଙ୍କ ପାଖରୁ ବୁଝିଥିଲେ। ସୂଚନା ଅନୁସାରେ ଏବେ ସୁଦ୍ଧା ପୋଲିସ କାହାକୁ ଗିରଫ କରି ନାହିଁ। ଅଧିକ ତଥ୍ୟ ପାଇଁ ପୋଲିସ ତଦନ୍ତ ଜାରି ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.