ଗାଁରେ ରାସ୍ତା ନିର୍ମାଣକୁ କେନ୍ଦ୍ରକରି ଗଣ୍ଡଗୋଳ, ଦୁଇ ଭାଇଙ୍କୁ କୋଦାଳରେ ହାଣିଲା ପଡୋଶୀ

Published By : Prameya-News7 Bureau | April 27, 2019 IST

ବାଲିଆପାଳ ୨୭|୪: ବାଲିଆପାଳରେ କଚୁଆପଡା ଗାଁରେ ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ଆକ୍ରମଣ ହୋଇଛି । ଦୁଇ ଭାଇଙ୍କୁ ତାଙ୍କ ପଡୋଶୀ କୋଦାଳରେ ହାଣି ଦେଇଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ଉଭୟଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

{"id":107810}

ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ୍ କଚୁଆପଡା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗାଁରେ ରାସ୍ତା ନିର୍ମାଣକୁ କେନ୍ଦ୍ରକରି ଦୁଇ ପରିବାରର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଗଣ୍ଡଗୋଳ ଯୋଗୁଁ ପଡୋଶୀ ପ୍ରଶାନ୍ତ ବେହେରା ଉତକ୍ଷିପ୍ତ ହୋଇ ଦୁଇ ଭାଇ ଶ୍ରୀକାନ୍ତ ରଣା ଓ ପ୍ରଶାନ୍ତ ରଣା ଙ୍କୁ କୋଦାଳରେ ଆକ୍ରମଣ କରିଥିଲେ । ଫଳରେ ଦୁଇ ଭାଇ ଗୁରୁତର ହୋଇଥିଲେ । ଉଭୟଙ୍କୁ ଗୁରୁତର ଅବସ୍ଥାରେ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଘଟଣା ପରେ ପଡୋଶୀ ପ୍ରଶାନ୍ତ ବେହେରା ଫେରାର ହୋଇଯାଇଛନ୍ତି । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ । ପୂର୍ବରୁ ମଧ୍ୟ ଉଭୟ ପରିବାର ମଧ୍ୟରେ ଜମିଜମା ବିବାଦକୁ ନେଇ ଗଣ୍ଡଗୋଳ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.