Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏମସିଡି ଉପ ନିର୍ବାଚନ : ଚୌକା ମାରିଲା ଆପ୍, କଂଗ୍ରେସର ଗୋଟିଏରେ ବଡ ବିଜୟ, କିନ୍ତୁ ଖାତା ଖୋଲି ପାରିଲାନି ବିଜେପି
  • ||
  • ମଦ୍ରାସାରେ ପଢାଯିବ ଗୀତା, ଯୋଗ ଓ ରାମାୟଣ : ପାଠ୍ୟକ୍ରମରେ ସାମିଲ କଲା ଏନଆଇଓଏସ
  • ||
  • ଗଜପତି : ଜେଇଙ୍କ ଘରେ ଭିଜିଲାନ୍ସ ଚଢାଉ, ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ
  • ||
  • ସମ୍ବଲପୁର : ଯୁଜୁମୁରା ରେଞ୍ଜରେ ବାରମ୍ବାର ହାତୀ ମୃତ୍ୟୁ ଘଟଣା : ନିଲମ୍ବିତ ହେଲେ ସଦର ରେଞ୍ଜର
  • ||
  • ସମ୍ବଲପୁର : ଦୁଇ ବାଇକ୍ ଉପରେ ଚଢିଗଲା ଟ୍ରକ୍, ୩ ମୃତ, ଜଣେ ଗୁରୁତର
  • ||
  • ସୋର : ୮ଲକ୍ଷ ଟଙ୍କା ପାଇଁ କିଡ୍‌ନାପ୍ ! ବନ୍ଧୁକ ମୁନରେ ହତ୍ୟା ଧମକର ଭିଡିଓ ଭାଇରାଲ୍
  • ||
  • ସୋନପୁର : ଭିଜିଲାନ୍ସ ଜାଲରେ ଶିକ୍ଷକ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ମାର୍ଚ୍ଚ ୫ରେ ‘ଓମେନ୍ ଆଚିଭର୍ସ ଅଫ୍ ଓଡ଼ିଶା’ ପୁରସ୍କାର ସମାରୋହ
  • ||
  • କରଞ୍ଜିଆ : କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ଜଳୁଛି ଜଙ୍ଗଲ, ଫେଲ୍ ମାରିଛି ବନ ବିଭାଗର ନିଆଁ ଲିଭା ଅଭିଯାନ
  • ||
  • ଚିନ୍ତା ବଢାଉଛି କରୋନାର ବ୍ରାଜିଲ ଭାରିଏଣ୍ଟ, ରହିଛି ପୁନଃ ସଂକ୍ରମଣ କ୍ଷମତା
  • ||

କାଶ୍ମୀର ପ୍ରସଙ୍ଗରେ ନେହରୁଙ୍କ ଏହି ୩ଟି ଭୁଲ ନିଷ୍ପତ୍ତିର ପରିଣାମ ଆଜି ଯାଏଁ ଭୋଗୁଛି ଭାରତ

20/02/2019 at 11:37 AM

ଦିଲ୍ଲୀ ୨୦/୨ : ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହରୁଙ୍କ ଦ୍ୱାରା ନିଆଯାଇଥିବା ୩ଟି ନିଷ୍ପତ୍ତିର ପରିଣାମ କାଶ୍ମୀର ଆଜି ଯାଏଁ ଭୋଗୁଛି | କାଶ୍ମୀରକୁ ନେଇ ଦେଶରେ ଆଜି ଯେଉଁ ସବୁ ସମସ୍ୟା ଦେଖା ଦେଇଛି ତାହା ନେହରୁଙ୍କ ସମୟରୁ ଆରମ୍ଭ ହୋଇଛି | ସ୍ୱାଧୀନତା ସମୟରେ ଭାରତରେ ରାଜାମାନଙ୍କ ଶାସନ ଚାଲିଥିଲା | ପ୍ରାୟ ୬୦୦ ରୁ ଅଧିକ ରାଜକୀୟ ନିୟମ ତିଆରି ହୋଇଥିଲା | କାଶ୍ମୀର ଶାସନ ଦାୟିତ୍ୱ ନେହରୁ ନିଜେ ନେଇଥିଲେ | କିନ୍ତୁ କାଶ୍ମୀର ନେହରୁଙ୍କ ଅଧିକାର କ୍ଷେତ୍ରରେ ଆସୁନଥିଲା | ପ୍ରଧାନମନ୍ତ୍ରୀ ଭାବେ ନେହରୁଙ୍କ ୩ଟି ନିଷ୍ପତ୍ତି ସଙ୍କଟ ସୃଷ୍ଟି କରିଥିଲା | ସେହି ୩ଟି ନିଷ୍ପତ୍ତି ହେଲା :


କାଶ୍ମୀର ମାମଲାକୁ ଜାତିସଂଘରେ ସାମିଲ କରିବା |
୧୯୪୮ ମସିହାରେ ଭାରତ ପାକିସ୍ତାନ ମଧ୍ୟରେ ହଠାତ ସିଜଫାୟାର ଘୋଷଣା କରିବା |
ଧାରା ୩୭୦ ଅନୁସାରେ କାଶ୍ମୀରକୁ ରାଜ୍ୟର ମାନ୍ୟତା ଦେବା |


୧୯୪୭ ମସିହା ନଭେମ୍ବର ୨ ତାରିଖରେ ନେହରୁ କହିଥିଲେ ଯେ, କାଶ୍ମୀରରେ ଶାନ୍ତି ବ୍ୟବସ୍ଥା ଓ କାନୁନ ବ୍ୟବସ୍ଥା ସ୍ଥାପନ ହେଲେ ଜାତିସଂଘରେ ଜନମତ ସଂଗ୍ରହ କରାଯିବ | ଯେଉଁ ଦିନ ନେହରୁ ଅଲ ଇଣ୍ଡିଆ ରେଡ଼ିଓରେ ଘୋଷଣା କଲେ ସେତେବେଳେ ଭାରତୀୟ ସେନା ଏବଂ ପାକିସ୍ତାନୀ ସେନା ମଧ୍ୟରେ ଯୁଦ୍ଧ ଚାଲିଥିଲା | ସେତେବେଳେ ଦେଶ ସ୍ୱାଧୀନ ହୋଇ ୨ ମାସ ହୋଇଥିଲା | ସ୍ୱାଧୀନତା ପରେ ଦେଶ ପ୍ରଥମଥର ପାଇଁ ଅନ୍ୟ ଦେଶ ସହ ଯୁଦ୍ଧ କରିଥିଲା | ନେହରୁଙ୍କ ଘୋଷଣାରେ ଭାରତୀୟ ସେନାଙ୍କ ମନୋବଳ ଦୁର୍ବଳ ହୋଇଯାଇଥିଲା | ନେହରୁଙ୍କ ଏହି ଘୋଷଣା ପରେ ତାଙ୍କୁ ବହୁତ ସମାଲୋଚନା ମଧ୍ୟ କରାଯାଇଥିଲା |


ମହାତ୍ମା ଗାନ୍ଧୀ ମଧ୍ୟ ପୂର୍ବରୁ କହି ସାରିଥିଲେ ଯେ, କାଶ୍ମୀର ପାକିସ୍ତାନର ଅଂଶ ହେବ ଦରକାର | ମାଉନ୍ଟବେଟେନଙ୍କ ମଧ୍ୟ ଏହା ଇଛା ଥିଲା | କାଶ୍ମୀରକୁ ପାକିସ୍ତାନ ଅନ୍ତର୍ଭୁକ୍ତ କରିବା ପ୍ରସ୍ତାବ ମାଉନ୍ଟବେଟେନଙ୍କର ହିଁ ଥିଲା | ମାଉନ୍ଟବେଟେନ ୧୯୪୭ ମସିହା ଅକ୍ଟୋବର ୨୬ ତାରିଖରେ କାଶ୍ମୀରର ମହାରାଜା ହରି ସିଂଙ୍କ ଦସ୍ତଖତ ହୋଇଥିବା ପତ୍ର ସ୍ୱୀକାର କରିବା ସହ ଜନମତ ସଂଗ୍ରହ କରିବା କଥା କହିଥିଲେ | କାଶ୍ମୀରକୁ ପାକିସ୍ତାନରେ ଯୋଡି ମାଉନ୍ଟବେଟେନ କାଶ୍ମୀର ଉପରେ ରାଜତ୍ୱ କରିବାକୁ ଚାହୁଁଥିଲେ | ୧୯୪୭ ମସିହା ଡିସେମ୍ବର ୩୧ ତାରିଖରେ ନେହରୁ ମାଉନ୍ଟବେଟେନଙ୍କ ନିର୍ଦେଶ ଅନୁସାରେ, ଜାତିସଂଘରେ ପାକିସ୍ତାନ ବିରୋଧରେ ଅଭିଯୋଗ କରିଥିଲେ | ଏହାପରେ କାଶ୍ମୀର ଆନ୍ତର୍ଜାତିକ ସ୍ଥରର ପ୍ରସଙ୍ଗ ହୋଇଯାଇଥିଲା | ଏହା ନେହରୁଙ୍କ ସବୁଠାରୁ ବଡ ଭୁଲ ଥିଲା | ସେହି ଭୁଲ ପାଇଁ ଆଜି ପର୍ଯ୍ୟନ୍ତ କାଶ୍ମୀର ସମସ୍ୟାର କୌଣସି ସମାଧାନ ହୋଇପାରୁନାହିଁ |


ନେହରୁ ନିଜେ କାଶ୍ମିରୀ ଥିଲେ ସେଥିପାଇଁ ସେ କାଶ୍ମୀର ମାମଲାରେ ଦଖଲ ଦେଉଥିଲେ |
୧୯୪୮ ମସିହାରେ ଜାତିସଂଘ ଭାରତ ଏବଂ ପାକିସ୍ତାନକୁ କାଶ୍ମୀରରୁ ନିଜ ନିଜ ସେନା ଫେରାଇ ଆଣି ସିଜଫାୟାର ଲାଗୁ କରିବା ପାଇଁ ପ୍ରସ୍ତାବ ଦେଇଥିଲେ | ନେହରୁ ଏହି ପ୍ରସ୍ତାବକୁ ଗ୍ରହଣ କରି ୧୯୪୯ ମସିହା ଜାନୁଆରୀ ୧ ତାରିଖରେ ସିଜଫାୟାର ଲାଗୁ କରିଥିଲେ | ଭାରତ ନିଜ ସେନା ଫେରାଇ ଆଣିଥିଲା | କିନ୍ତୁ ପାକିସ୍ତାନ ନିଜ ସେନା ଫେରାଇ ନେଇନଥିଲା | ଯାହାକୁ ନେଇ ଭାରତ ବିରୋଧ କରିଥିଲା | ସିଜଫାୟାର ବେଳେ ଭାରତୀୟ ସେନା ପଶ୍ଚିମର ପୁଞ୍ଛ ଅଂଚଳ, ଉତ୍ତରରେ କାର୍ଗିଲ ଏବଂ ଡ୍ରାସ ଅଂଚଳରୁ ଜନଜାତିଙ୍କୁ ବାହାର କରିସାରିଥିଲେ | ବାକିତକ ଅଂଶ ପାକିସ୍ତାନ ଅଧୀନରେ ଥିଲା | ଫଳସ୍ୱରୂପ କାଶ୍ମୀରର ଏକ ତୃତୀୟାଂଶ ଆଜି ମଧ୍ୟ ପାକିସ୍ତାନ ଅଧୀନରେ ରହିଛି |


ପାକିସ୍ତାନ ଅଧୀନରେ ଥିବା କାଶ୍ମୀରର ଅଂଶ ବିଶେଷକୁ ଆଜି ମଧ୍ୟ ପାକିସ୍ତାନ ଅଧିକୃତ କାଶ୍ମୀର ବୋଲି କୁହାଯାଏ | ଭାରତ ଅଧୀନରେ ଥିବା କାଶ୍ମୀରର ଅଂଶ ବିଶେଷକୁ ଭାରତ ଅଧିକୃତ କାଶ୍ମୀର ବୋଲି କୁହାଯାଏ | ସିଜଫାୟାର ଲାଇନକୁ ଲାଇନ ଅଫ କଣ୍ଟ୍ରିଲ ବୋଲି କୁହାଯାଏ | ଏହି ସୀମାରେ ଆଜି ପର୍ଯ୍ୟନ୍ତ ଭାରତ ପାକିସ୍ତାନ ସେନା ମଧ୍ୟରେ ଏନକାଉଣ୍ଟର ଚାଲିଥାଏ | ଉଭୟ ଦେଶ ମଧ୍ୟରେ ୩ଟି ବଡ ଯୁଦ୍ଧ ମଧ୍ୟ ହୋଇସାରିଛି | ତଥାପି କାଶ୍ମୀର ସମସ୍ୟାର କୌଣସି ସମାଧାନ ହୋଇପାରୁନାହିଁ |

   Related Posts