Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଶିଷ୍ଟ ଲେଖିକା ମନୋରମା ମହାପାତ୍ରଙ୍କ ପରଲୋକ
  • ||
  • ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ, ରାଜ୍ୟପାଳଙ୍କୁ ଭେଟି ଦେଲେ ରିଜାଇନ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩୫ ହଜାରରୁ ଅଧିକ କରୋନା ପଜିଟିଭ୍, ୨୮୧ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୬ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୯୫ କୋଭିଡ୍ ପଜିଟିଭ୍
  • ||
  • ଉପରୁ ମୁଣ୍ଡରେ କମୁଛି ବନ୍ୟାଜଳ ପ୍ରବାହ, ବନ୍ଦ ହେଲା ହୀରାକୁଦର ୪ ଗେଟ୍
  • ||
  • ବିଲକୁ ଯାଇଥିଲେ ଚାଷୀ, ଦଳି ମାରିଦେଲା ଦନ୍ତା
  • ||
  • ଗୋଟିଏ ଟ୍ରକ୍ ଧକ୍କା ଦେଲା, ଆଉ ଏକ ଟ୍ରକ୍ ଚାପିଦେଲା : ରାସ୍ତା ପାର୍ ବେଳେ ଜୀବନ ହାରିଲେ ସୁବାଷ
  • ||
  • ରାତିରେ ହଠାତ ଘରେ ପଶିଗଲା ଦନ୍ତା, ନାବାଳକକୁ ଆକ୍ରମଣ କରି ମାରିଦେଲା…
  • ||
  • ଦେବୀଗଡା ଘାଟ ନିକଟରୁ ବିଶାଳ ଅଜଗର ଉଦ୍ଧାର, ବନ୍ୟା ଜଳରେ ଭାସି ଆସିଥିବା ସନ୍ଦେହ
  • ||

ଚୀନ ପ୍ରତି କାହିଁକି ନରମ ଥିଲେ ନେହେରୁ ? ଡ୍ରାଗନକୁ ନେଇ କ’ଣ ଥିଲା ପ୍ରଧାନମନ୍ତ୍ରୀଙ୍କ ଭୁଲ୍ ? ନୂତନ ପୁସ୍ତକରେ ଖୁଲାସା

2/08/2021 at 6:35 PM

ନୂଦିଲ୍ଲୀ ୦୨।୦୮: କଣ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଚୀନ ପ୍ରତି ଅଧିକ ଆସକ୍ତ ଥିଲେ, ଯେଉଁ କାରଣରୁ ତିବତ ସୀମା ମାମଲାରେ ସଠିକ୍ ରଣନୀତି କରି ପାରିନଥିଲା ଭାରତ ? କଣ ତାଙ୍କୁ ଭ୍ରମିତ କରାଯାଇଥିଲା ? କଣ ଭାରତୀୟ ରାଷ୍ଟ୍ରଦୂତଙ୍କ ପ୍ରସ୍ତୁତି ବହୁତ ଖରାପ ଥିଲା, ଯେଉଁ କାରଣରୁ ସୀମା ବିବାଦ ଓ ଚୀନ ସହିତ ଯୁଦ୍ଧ  ହୋଇଥିଲା ? ବୈଦେଶିକ ମନ୍ତ୍ରଣାଳୟର ଦୁଇ ଅଧିକାରୀ ଅବତାର ସିଂହ ଭସିନ ଓ ପୂର୍ବତନ ବୈଦେଶିକ ସଚିବ ବିଜୟ ଗୋଖଲେଙ୍କ ପୁସ୍ତକରେ ସେହି ସମୟରେ ଚୀନ ପ୍ରତି ଭାରତର ନୀତି କଣ ଥିଲା ତାହା ଉଲ୍ଲେଖ ରହିଛି।

ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ଭସିନଙ୍କ ନୂତନ ପୁସ୍ତକ ‘ନେହେରୁ, ତିବତ ଆଣ୍ଡ ଚାଇନା’,ରେ ଉଲ୍ଲେଖ କରାଯାଇଛି ଯେ, କେଉଁଭଳି ୧୯୬୨ ପୂର୍ବରୁ ଚୀନ ଓ ତିବତ ପ୍ରତି କୋହଳ ନୀତି ଆପଣା ଯାଇଥିଲା।  ଚୀନକୁ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ସଦସ୍ୟତା ଦେବା ପାଇଁ ନେହେରୁଙ୍କ କ୍ୟାମ୍ପନକୁ ନେଇ ଅବତାର ସିଂହ ଭସିନ କହିଛନ୍ତି, ପ୍ରାରମ୍ଭିକ ବର୍ଷରେ ଭାରତ ଏସିଆର ଏକଜୁଟତା ଉଦ୍ଦେଶ୍ୟକୁ ପୂରା କରିବା ପାଇଁ ଚୀନକୁ ଖୁସି କରିବାକୁ ଚାହିଁଥିଲା। ସେହି ସମୟରେ ଚୀନ ପଟୁ କୌଣସି ବିପଦ ଥାଇପାରେ ବୋଲି ଭାରତ ଅନୁଭବ କରି ପାରିନଥିଲା। ମିଳିତ ଜାତିସଂଘରେ ଚୀନକୁ ସ୍ଥାନ ଦେବା ନେହେରୁଙ୍କ ଇଚ୍ଛା ତାଙ୍କ ନିରପେକ୍ଷ  ଭାବନାକୁ ଦର୍ଶାଇଥିଲା। ସେହି ସମୟରେ ମିଳିତ ଜାତିସଂଘରେ ଚୀନ ଯାହା ସବୁ ମାନ୍ୟତା ପାଇଲା ଭାରତ ତାକୁ ସମର୍ଥନ କରିଥିଲା।

ମିଳିତ ଜାତିସଂଘରେ ନେହେରୁ ଚୀନକୁ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ସ୍ଥାନ ଦେବାକୁ ଚାହୁଁଥିଲେ। ଅନ୍ୟପଟେ ଚୀନ ସହିତ ସୀମା ପ୍ରସଙ୍ଗରେ ଆଲୋଚନା ନେଇ  ଭାରତ ଅନିଚ୍ଛା ପ୍ରକାଶ କରିଥିଲା ଏବଂ କୌଣସି ପ୍ରସ୍ତୁତି ମଧ୍ୟ କରିନଥିଲା। ଭସିନ କହିଛନ୍ତି, ଭାରତକୁ କୌଣସି କାରଣରୁ ଲାଗୁଥିଲା ଯେ, ଆଲୋଚନାରେ କୌଣସି ସମାଧାନ ବାହାରିବ ନାହିଁ। ନେହେରୁ କହିଥିଲେ ଯେ, ଦୁଇ ଦେଶର ସରକାର ମଧ୍ୟରେ ଦୃଷ୍ଟିକୋଣ ଏତେ ଫରକ ରହିଛି ଯେ, ସାଥର୍କ ଆଲୋଚନାର ସମ୍ଭାବନା ଖୁବ୍ କମ ରହିଛି।

ଆଲୋଚନା ଆରମ୍ଭ  ହେବାର ଏକ ସପ୍ତାହ ପୂର୍ବରୁ ନେହେରୁ ନେପାଳର ପ୍ରଧାନମନ୍ତ୍ରୀଙ୍କୁ ବିଶ୍ଵାସର ସହ କହିଥିଲେ ଯେ, ଚୀନ ପ୍ରତିପକ୍ଷ ଚାଉ ଏନ ଲାଇଙ୍କଠୁ କୌଣସି ପ୍ରକାରର ରାଜିନାମାର ଆଶା ଲାଗୁ ନାହିଁ। ଏହି ପରି ଭାବେ ଉଭୟ ପକ୍ଷ  ସୀମା ବିବାଦକୁ ଗମ୍ଭୀରତାର ସହ ବିଚାର କରିନଥିଲେ। ତେଣୁ ସମୟ କ୍ରମେ ଏହି ବିବାଦ ଅଧିକ ଘନୀଭୂତ ହେବାରେ ଲାଗିଥିଲା।

ପୂର୍ବତନ ବୈଦେଶିକ ସଚିବ ବିଜୟ ଗୋଖଲେ ଲେଖିଛନ୍ତି, ନେହେରୁ ହାଲ୍‌ସାରେ ଭାରତୀୟ ଦୂତାବାସକୁ ବାଣିଜ୍ୟିକ ଦୂତାବାସରେ ବଦଳାଇବାକୁ ଚାଉ ଏନ ଲାଇଙ୍କ ପ୍ରସ୍ତାବକୁ ସ୍ଵୀକାର କରି ନେଇଥିଲେ। ସେହି ସମୟରେ ଭାରତ ଏହାର ଆଇନ ଏବଂ ରାଜନୈତି ପ୍ରଭାବ ଉପରେ ବିଚାର କରିନଥିଲା। ଦୁଇ ଦେଶର ଆଲୋଚନା ସମୟରେ ଭାରତ ପକ୍ଷରୁ ଘୋର ଆନ୍ତରିକତା ଦେଖା ଯାଇଥିଲା। ଅନ୍ୟପଟେ ଚୀନର ରଣନୀତି ବ୍ୟବସ୍ଥିତ ଏବଂ ବ୍ୟବହାରିକ ଥିଲା। ଚୀନ ନିଜର କୁଟିଳ ବୁଦ୍ଧି ଜରିଆରେ ଭାରତକୁ ଙ୍ଗ୍ୟାତସେ ଓ ୟାଦୋଙ୍ଗରୁ ସେନା ହଟାଇବା ପାଇଁ ଭାରତକୁ ରାଜି କରାଇବାରେ ସଫଳ ହୋଇଥିଲା। ପୁସ୍ତକରେ ଏହା ମଧ୍ୟ ଲେଖା ହୋଇଛି ଯେ, ଭାରତ ଚୀନ ସୀମାର ଦସ୍ତାବିଜକୁ ଅଧ୍ୟୟନ କରୁଥିବା କହି ସୀମା ବିବାଦକୁ ଅଣଦେଖା କରିଥିଲା। ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ୧୯୫୩ ଡିସେମ୍ବର ୩ର ଏକ ନୀତି ପତ୍ରରେ ସବୁ ଦିନ ପାଇଁ ଏହା ସ୍ଥିର କରି ଦେଇଥିଲେ ଯେ,  ଭାରତ-ଚୀନର ଆଗାମୀ ବୈଠକରେ ତିବତ ସୀମା ପ୍ରସଙ୍ଗ ପ୍ରଶ୍ନ ଉଠାଯିବ ନାହିଁ।

ଭସିନ ଲେଖିଛନ୍ତି, ୧୯୫୪ରୁ ଆରମ୍ଭ ହୋଇଥିବା ଜେନେଭା କନଫରେନ୍ସ ପୂର୍ବରୁ ଅଧିକ ଉତ୍ସାହିତ ହୋଇ ଭାରତ ନିଜ ଉପରେ ଆହୁରି ଚାପ ପକାଇଥିଲା। ଭାରତ ପାଇଁ ପ୍ରଥମ ପ୍ରାଥମିକତା ଆଭ୍ୟନ୍ତରୀଣ ସୁରକ୍ଷା  ନୁହେଁ ବରଂ ଅନ୍ତର୍ଜାତୀୟ ଛବି ଥିଲା। ଭାରତଠୁ ଅଧିକ କୋହଳ ପାଇଁ ଚୀନ ଜାଣିଶୁଣି ଆଲୋଚନାକୁ ଗଡାଇ ଚାଲିଥିଲା।

୧୯୫୦ରେ ଚୀନ ପକ୍ଷରୁ ଅକ୍ସାଇ ଚୀନରେ ସଡକ ନିର୍ମାଣକୁ ନେଇ ଭାରତର ଟିପ୍ପଣୀ ବିଷୟରେ ଭସିନ ଲେଖିଛନ୍ତି, ଯଦି ସେହି ସମୟରେ ଚୀନ ପ୍ରତି ନେହେରୁଙ୍କ ଆଭିମୁଖ୍ୟକୁ କଣ ଥିବା ଦେଖାଯିବ, ତେବେ ଏହା ପ୍ରତୀତ ହେଉଛି ଯେ, ଡ୍ରାଗନ ପ୍ରତି ନେହେରୁ ଅଧିକ ଆସକ୍ତ ଥିଲେ। ପୁଣି ୧୯୫୬ ଜୁଲାଇ ୨୮ରେ ପ୍ରତିରକ୍ଷା ମନ୍ତ୍ରୀ କେଏନ କାଟଜୁଙ୍କ ଟିପ୍ପଣୀ ଚୀନ ପ୍ରତି ଭାରତର ଆଭିମୁଖ୍ୟ କଣ ରହିଛି ସବୁ କିଛି ଦର୍ଶାଇ ଦେଇଥିଲା। ପ୍ରତିରକ୍ଷା ମନ୍ତ୍ରୀଙ୍କ ଅନୁସାରେ ଚୀନ ଆମର ବନ୍ଧୁ ଏବଂ ସେ ଆମ ପାଇଁ କୌଣସି ବିପଦ ସୃଷ୍ଟି କରିବ ନାହିଁ।

   Related Posts