ରଣକ୍ଷେତ୍ର ପାଲଟିଲା ହକି ଫିଲ୍ଡ – ହକି ଷ୍ଟିକରେ ପିଟାପିଟି ହେଲେ ଖେଳାଳୀ
26/11/2019 at 6:21 PM

ନୂଆଦିଲ୍ଲୀ ୨୬।୧୧ – ରଣକ୍ଷେତ୍ର ପାଲଟିଲା ହକି ଫିଲ୍ଡ । ଦିଲ୍ଲୀରେ ନେହରୁ କପ୍ ହକି ଫାଇନାଲ୍ରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ । ସୋମବାର ଦିନ ପଞ୍ଜାବ ପୋଲିସ ଏବଂ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଟିମ୍ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଚାଲିଥିବା ବେଳେ ହଠାତ୍ ଦୁଇ ଦଳର ଖେଳାଳିଙ୍କ ଭିତରେ ସଂଘର୍ଷ ହୋଇଥିଲା । ଏଥିରେ ଜଣେ ଓଡ଼ିଆ ଖେଳାଳି ସୁମିତ ଟପ୍ପୋ ଆହତ ହୋଇଛନ୍ତି । ତାଙ୍କ ମୁଣ୍ଡରେ ଆଘାତ ଲାଗିଛି ।…

ହକି ମ୍ୟାଚ୍ରେ ହାତାହାତି । ମୁହାଁମୁହିଁ ହୋଇଥିଲେ ୨ ଟିମ୍ର ଖେଳାଳି । ପରିସ୍ଥିତି ଏମିତି ହୋଇଥିଲା ଯେ ଉଭୟ ଟିମ୍ ଖେଳାଳି ପରସ୍ପରକୁ ଧକ୍କା ମାରିବା ସହିତ ଆକ୍ରମଣ କରିଥିଲେ । ୫୬ ତମ ନେହରୁ କପ୍ ହକି ଫାଇନାଲ୍ର । ମୁହାଁମୁହିଁ ହୋଇଥିଲେ ପଞ୍ଜାବ ପୋଲିସ ଓ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ହକି ଟିମ୍ । ଫାଇନାଲ୍ ମ୍ୟାଚ୍ ହୋଇଥିବାରୁ ୨ ଟିମ୍ର ଖେଳାଳି ବେଶ୍ ଉତ୍ସାହିତ ଥିଲେ । ମ୍ୟାଚ୍ର ୪୩ ତମ ମିନିଟ୍ରେ ସ୍କୋର ଲାଇନ୍ ଥିଲା ୩-୩ ।

ଏହି ସମୟରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଟିମ୍ ବଲ୍କୁ ପୋଜେସନ୍ରେ ରଖି ଆଟାକ୍ କରୁଥିଲା । ପଞ୍ଜାବ ପୋଲିସ ଟିମ୍ର ସର୍କଲ ଭିତରେ ଏହାର ହରଦୀପ ସିଂହ ଓ ପିଏନ୍ବିର ସୁମିତ ଟପ୍ପୋଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା । ଏହାପରେ ହରଦୀପ ସିଂହ ତାଙ୍କ ଷ୍ଟିକରେ ସୁମିତ ଟପ୍ପୋଙ୍କ ଗୋଡ଼କୁ ପିଟି ଦେଇଥିଲେ । ଆଉ ସୁମିତ ଟପ୍ପୋ ଜବାବରେ ହରଦୀପ ସିଂହଙ୍କ ମୁହଁକୁ ମୁଥ ମାରିଥିଲେ । ଆଉ ଏହାପରେ ଉଭୟ ଟିମ୍ର ଖେଳାଳି ପରସ୍ପରକୁ ଧକ୍କା ମାରିବା ସହିତ ଆକ୍ରମଣ ମୋଡ୍କୁ ଆସିଯାଇଥିଲେ । ଏହାପରେ ଅମ୍ପାୟାର ଉଭୟ ଟିମ୍ର ୩ ଜଣ ଲେଖାଏଁ ଖେଳାଳିଙ୍କୁ ରେଡ୍ କାର୍ଡ ଦେଇ ପଡ଼ିଆରୁ ବାହାର କରିଦେଇଥିଲେ ।

ପଞ୍ଜାବ ପୋଲିସ ଟିମ୍ର ମ୍ୟାନେଜରଙ୍କୁ ରେଡ୍ କାର୍ଡ ଦେଖାଇ ମଧ୍ୟ ପଡ଼ିଆରୁ ବାହାର କରାଯାଇଥିଲା । ତେବେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଟିମ୍ ୬-୩ରେ ମ୍ୟାଚ୍ ଜିତିଥିଲା । ହକି ଇଣ୍ଡିଆ ଏହି ଘଟଣାରେ ଗଭୀର ଅସନ୍ତୋଷ ପ୍ରକାଶ କରିବା ସହିତ ମ୍ୟାଚ୍ର ବିସ୍ତୃତ ବିବରଣୀ ମାଗିଛି । ଗଣ୍ଡଗୋଳର ସଂପୃକ୍ତ ଖେଳାଳି ଓ ଅଫିସିଆଲ୍ଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ର ସଭାପତି ନରିନ୍ଦର ବାତ୍ରା କହିଛନ୍ତି ।…
