Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶଙ୍ଖ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ, ୪ ଜଣ ହସ୍ପିଟାଲରେ ଭର୍ତ୍ତି
  • ||
  • ତାଳପଦର ବିଜୁ ସେତୁ ଭୁଶୁଡିବା ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ଅସିତ ପାତ୍ର ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ଲୋକପ୍ରିୟ ଟିଭି ଶୋ’ ‘ଭାବିଜୀ ଘର ପର ହେ’ରେ ଅନିତା ଭାବୀଙ୍କୁ ରିପ୍ଲେସ୍ କରିବା ନେଇ ଏହିଭଳି ପ୍ରତିକ୍ରିୟା ରଖିଲେ ନେହା

6/01/2021 at 1:59 PM

ମୁମ୍ବାଇ ୦୬/୦୧: ଅଭିନେତ୍ରୀ ନେହା ପେଂଡ୍ସେ ଖୁବ ଶୀଘ୍ର ଟି.ଭି ସୋ ‘ଭାବିଜି ଘର ପର ହେ’ର ସୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି। ଏହି ଶୋ’ ରେ ନେହା , ସୋମ୍ୟା ଟଣ୍ଡନଙ୍କ ବଦଳରେ ଅନିତା ଭାଵୀଙ୍କ ଚରିତ୍ରରେ ନଜରକୁ ଆସିବେ। ଫ୍ୟାନ୍ସ ମାନେ ଟିଭିରେ ଏହି ଚରିତ୍ରକୁ ଦେଖିବା ଲାଗି ବହୁ ସମୟ ଧରି ଅପେକ୍ଷା କରି ରହିଥିଲେ। କାମକୁ ପୁଣି ଥରେ କରିବା ଏବଂ ଅନିତା ଭାବୀ ର ଚରିତ୍ର କରିବାକୁ ନେଇ ନେହା କଣ ପ୍ରତିକ୍ରିୟା ରଖିଛନ୍ତି , ତାହା ସେ ଖୋଲିକି କହିଛନ୍ତି।


ନେହା କହିଛନ୍ତି କି , ହଁ, ମୁଁ ଭାବୀଜୀ ଘର ପର ଧାରାବାହିକ କରିବାକୁ ଯାଉଛି। ପୂର୍ବ ଅପେକ୍ଷା ବର୍ତ୍ତମାନ ମହାମାରୀର ବିପଦ କମ୍ ଅଛି। ସେପ୍ଟେମ୍ବର ପର୍ଯ୍ୟନ୍ତ ଏହାର ବିପଦ ଅଧିକ ରହିଥିଲା। ଆମମାନଙ୍କ ମଧ୍ୟରୁ କେହି ବି ଜାଣି ନଥିଲେ ଏହାକୁ କେମିତି ପରିଚାଳନା କରାଯିବ। ଆଜି ଭାରତରେ ଏହି ମହାମାରୀର ମୁକାବିଲା କରୁଥିବା ଲୋକଙ୍କ ସଂଖ୍ୟା କମିଛି,ଲୋକଙ୍କ ଇମ୍ୟୁନିଟି ମଧ୍ୟ ଧୀରେ ଧୀରେ ବଢୁଛି। ଏହାପରେ ଯଦି ମୁଁ ଏହାକୁ ଡରିବି ଏବଂ ଘରେ ବସି ରହିବି, ମତେ ସମସ୍ତେ ଡରୁଆ ବୋଲି କହିବେ। ଏମିତିରେ ବି ଏହାର ଭ୍ୟାକସିନ ମଧ୍ୟ ବାହାରିବାର ଅଛି।


ନେହାଙ୍କ କହିବା କଥା , ସେ ଗୋଟିଏ ଦିନ ସେଟ କୁ ଯାଇଥିଲେ। ସେଟ କୁ ସମ୍ପୂର୍ଣ ଭାବେ ସାନିଟାଈଜ କରାଯାଉଥିଲା ଏବଂ ସ୍ୱଚ୍ଛତା ଉପରେ ନଜର ରଖା ଯାଉଥିଲା। ଶୋ’ ର ପ୍ରଡ୍ୟୁସର ବହୁତ ଦାୟିତ୍ୱ ବାନ ଅଟନ୍ତି। ମୁଁ ତାଙ୍କ ସହିତ ପୂର୍ବରୁ ମଧ୍ୟ କାମ କରିଛି ଏବଂ ତାଙ୍କ ସହିତ ମୋର ଭଲ ସମ୍ପର୍କ ମଧ୍ୟ ଅଛି। ମୋତେ ଖୁସି ଲାଗୁଛି ଏହି ସୋ ର ମୁଁ ଜଣେ ସଦସ୍ୟ ହୋଇଥିବାରୁ।

   Related Posts