Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାସ୍ତା କଡକୁ ଖସି ପଡିଲା ଆମ୍ବୁଲାନ୍ସ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ
  • ||
  • ଏଜାଜ ପଟେଲଙ୍କୁ ସ୍ୱତନ୍ତ୍ର ଉପହାର ଦେଲା ଟିମ୍ ଇଣ୍ଡିଆ, ଗୋଟିଏ ଇନିଂସରେ ସବୁ ବ୍ୟାଟରଙ୍କୁ କରିଥିଲେ ଆଉଟ୍
  • ||
  • ସୁଙ୍କି ଘାଟିରେ ଦୁର୍ଘଟଣା, ମୁହାଁମୁହିଁ ଧକ୍କା ହେଲେ ୨ ଟ୍ରକ୍
  • ||
  • ଗଜପତି : ଭିଜିଲାନ୍ସ ଜାଲରେ ନୂଆଗଡ଼ ଫରେଷ୍ଟର, ଏକକାଳୀନ ୪ଟି ସ୍ଥାନରେ ରେଡ୍
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ, ସନ୍ଧ୍ୟା ହେଲେ ଗାଁରେ ପଶି ନଷ୍ଟ କରୁଛନ୍ତି ଫସଲ
  • ||
  • ରାଜ୍ୟରେ ଏବେ ବର୍ଷା ନାହିଁ, ଶୁଖିଲା ଓ ଖରାଟିଆ ରହିବ ପାଗ
  • ||

ବାରମ୍ବାର ଟ୍ରୋଲିଂର ଶିକାର ହେବା ପରେ ନେହା ପେଣ୍ଡସେ କହିଲେ, ‘ମୁଁ ଏହାକୁ ଅଣ ଦେଖା କରିବା ଶିଖି ଗଲିଣି’

9/03/2021 at 10:27 AM

ନୂଆଦିଲ୍ଲୀ ୦୯/୦୩: ଅଭିନେତ୍ରୀ ତଥା ପୂର୍ବତନ ‘ବିଗ୍ ବସ୍’ ପ୍ରତିଯୋଗୀ ନେହା ପେଣ୍ଡସେ ଗତ ବର୍ଷ ଜାନୁୟାରୀ ୨୦୨୦ ରେ ଶାରଦୁଲ୍ ବୟାସଙ୍କୁ ବିବାହ କରିଥିଲେ । ଏହି ବିବାହ ପାଇଁ ସେ ସର୍ବଦା ଚର୍ଚ୍ଚାରେ ରହିଆସିଛନ୍ତି ଏବଂ ପ୍ରାୟତଃ ଅନଲାଇନରେ ଟ୍ରୋଲ ମଧ୍ୟ ହେଉଛନ୍ତି । ଶାରଦୁଲ୍ ଦୁଇଥର ଛାଡପତ୍ର ପାଇଛନ୍ତି । ଶାରଦୁଲଙ୍କ ପ୍ରଥମ ଏବଂ ଦ୍ୱିତୀୟ ବିବାହକୁ ନେଇ ପ୍ରାୟତଃ ଟ୍ରୋଲ୍ କରାଯାଇଥାଏ ।  ଏହି ଟ୍ରୋଲିଂକୁ ନେଇ ନେହା ପେଣ୍ଡସେ କହିଛନ୍ତି ଯେ ଏହା ଏପର୍ଯ୍ୟନ୍ତ ବନ୍ଦ ହୋଇନାହିଁ ।

Bhabhi Ji Ghar Par Hain: New 'Anita Bhabhi' starts shooting, know who is Neha  Pendse who replaces Soumya Tandon - informalnewz

ନେହା କହିଛନ୍ତି, ‘ମୁଁ ଭାବୁଛି ଏହି ଟ୍ରୋଲିଂ କେବେ ବନ୍ଦ ହେବ ନାହିଁ । ଲୋକମାନେ ତୁମକୁ ପରସ୍ପର ସହିତ ସଂଯୋଗ କରି ଟ୍ରୋଲ୍ କରିବେ, କିନ୍ତୁ ମୋର ସ୍ୱାମୀ ଏବଂ ମୁଁ ଏହି ଲୋକମାନଙ୍କୁ ଅଣଦେଖା କରିବା ଶିଖିଗଲୁଣି ।  ଏହି ଟ୍ରୋଲିଂ ମୋ ସ୍ୱାମୀଙ୍କୁ ବହୁତ କଷ୍ଟ ଦେଉଥିଲା, କାରଣ ସେ ଏଥିରେ ଅଭ୍ୟସ୍ତ ନଥିଲେ । କିନ୍ତୁ ବର୍ତ୍ତମାନ ଆମ ମଧ୍ୟରୁ କେହି ଏଥିପ୍ରତି ଧ୍ୟାନ ଦେଉ ନାହାଁନ୍ତି ।‘

Exclusive: Nehha Pendse clarifies she is not replacing Saumya Tandon in  Bhabhiji Ghar Par Hain - Times of India

ନେହା ପେଣ୍ଡସେ ଏହି ସମୟରେ ‘ଭବୀଜୀ ଘର ପର ହେ’ ରେ ସୋମ୍ୟା ଟଣ୍ଡନଙ୍କ ସ୍ଥାନ ନେଇଛନ୍ତି । ସେ ଅନୀତା ଭାବୀଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି । ପ୍ରାୟତଃ ଲୋକମାନେ ସେମାନଙ୍କୁ ସୋମ୍ୟାଙ୍କ ସହିତ ତୁଳନା କରଥାନ୍ତି । ଏଥିପାଇଁ ନେହା କହିଛନ୍ତି, “ମୁଁ ମାନସିକ ସ୍ତରରେ ଏହା ପାଇଁ ପ୍ରସ୍ତୁତ ଥିଲି ଯେ ଲୋକମାନେ ଏହିପରି କିଛି କରିବେ । ଏହା ଏକ ଲୋକପ୍ରିୟ ଶୋ ଏବଂ ଲୋକମାନେ ଏହାର ପ୍ରତ୍ୟେକ ଚରିତ୍ର ସହିତ ସଂଯୁକ୍ତ । ତୁଳନା କରିବା ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ କାରଣ ମୁଁ କେବଳ ମୋର ପ୍ରଦର୍ଶନ ଉପରେ ବିଶ୍ୱାସ କରେ । ମୁଁ ଏହି ସୋ ପାଇଁ ସୁଟିଂ କରିବାର ଏକ ମାସରୁ ଅଧିକ ସମୟ ବିତିଗଲାଣି । ପ୍ରାରମ୍ଭରେ ଦର୍ଶକମାନେ ମୋତେ ଗ୍ରହଣ କରୁନଥିଲେ କିନ୍ତୁ ବର୍ତ୍ତମାନ କରୁଛନ୍ତି ।  ବର୍ତ୍ତମାନ ଶୋ’ର ଟିଆରପି ବଢୁଥିବାରୁ ଆମ ସମସ୍ତଙ୍କ ପାଇଁ ସବୁକିଛି ବଦଳୁଛି । ଧୀରେ ଧୀରେ ସେ ମୋତେ ଗ୍ରହଣ କରୁଛନ୍ତି ।”

   Related Posts