Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||

ବାହାଘର ପରେ ରୋହନପ୍ରୀତଙ୍କ ପାଇଁ ରୋମାଣ୍ଟିକ୍ ଗୀତ ଗାଇଲେ ନେହା କକ୍କଡ

25/10/2020 at 3:57 PM

ନୂଆଦିଲ୍ଲୀ ୨୫/୧୦: ବଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ନେହା କକ୍କଡ ଗୁରୁବାର ରୋହନପ୍ରୀତ ସିଂହଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ବାହାଘରର ତୁରନ୍ତ ପରେ ସୋସିଆଲ ମିଡ଼ିଆରେ ବାହାଘରର ଫଟୋ ଓ ଭିଡ଼ିଓ ଭାଇରାଲ ହେଉଛି। ତେବେ ଦୁହିଁଙ୍କ ବାହାଘରକୁ ନେଇ ସେମାନଙ୍କ ପ୍ରଶଂସକ ମଧ୍ୟ ବେଶ ଉତ୍ସାହିତ ଥିବା ଦେଖାଯାଇଛି। ଏବେ ନେହାଙ୍କର ଏକ ଭିଡ଼ିଓ ବେଶ ଭାଇରାଲ ହେଉଛି। ଯେଉଁଥିରେ ସେ ରୋହନପ୍ରୀତଙ୍କ  ପାଇଁ ‘ମେଁ ତେରି ହୋ ଗଇ…’ ରୋମାଣ୍ଟିକ ଗୀତ ଗାଇଛନ୍ତି। ଭିଡ଼ିଓରେ ନେହା ନାଲି ଲେହେଙ୍ଗାରେ ନଜର ଆସିଛନ୍ତି।

ଏ ଭିଡ଼ିଓକୁ ‘ଫିଲ୍ମି ସେଲଫି’ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଯାହାକୁ ଏବେ ସୁଦ୍ଧା ୭୭୧ ଲାଇକ ମିଳିଛି। ଏହା ସହ ଭିଡିଓକୁ ଖୁବ୍ କମେଣ୍ଟ ମଧ୍ୟ ମିଳୁଛି। ନେହା ମିଲିନ୍ଦ ଗାବାଙ୍କ ଗୀତ ମେ ତେରି ହୋ ଗଇ… ଗୀତ ଅତିଥିଙ୍କ ଗହଣରେ ଗାଇଛନ୍ତି। ଏହା ପୂର୍ବରୁ ଦୁହିଁଙ୍କର ସଙ୍ଗୀତ ସେରିମନି ଭିଡ଼ିଓ ଭାଇରାଲ ହୋଇଥିଲା।

ଦୁହିଁଙ୍କ ବାହାଘରରେ କେବଳ ସେମାନଙ୍କର ପରିବାର ଲୋକ ଓ କେତେକ ଅନ୍ତରଙ୍ଗ ବନ୍ଧୁ ସାମିଲ ହୋଇଥିଲେ। ଯେତେବେଳେ ବାହାଘର ଶେଷ ହୋଇଛି ରିସେପସନ ପ୍ରସ୍ତୁତି ବି ଆରମ୍ଭ ହୋଇଛି। ବାହାଘରର ଗ୍ରାଣ୍ଡ ରିସେପସନ ପଞ୍ଜାବରେ ଆ​‌ୟୋଜନ ହେବ।

   Related Posts