ଶିଶୁ ବିଜ୍ଞାନ କଂଗ୍ରେସର ସବୁଠୁ କନିଷ୍ଠ ବୈଜ୍ଞାନିକ ନେହ ସିଂଘଲ: ଖରାପ ମୋବାଇଲର ପୁନଃ ଉପଯୋଗ ଉପରେ କରିଛନ୍ତି ମଡେଲ
28/12/2018 at 6:51 PM

ଭୁବନେଶ୍ବର୨୮|୧୨: ସୋଆ ଡିମଡ ବିଶ୍ବବିଦ୍ୟାଳୟରେ ଚାଲିଥିବା ୨୬ ତମ ଶିଶୁ ବିଜ୍ଞାନ କଂଗ୍ରେସର ଭାଗ ନେଇଛନ୍ତି ୮ଶହ ଶିଶୁ ବୈଜ୍ଞାନିକ। ସେମାନଙ୍କ ମଧ୍ୟରେ ଆକର୍ଷଣ ପାଲଟିଛନ୍ତି ଚଣ୍ଡିଗଡର କୁନି ବୈଜ୍ଞାନିକ ନେହ ସିଙ୍ଘଲ। ବିଜ୍ଞାନ କଂଗ୍ରେସରେ ସେ ସବୁଠୁ ସାନ।

ଏହି ବିଷ୍ମୟ ବାଳକ ହେଉଛନ୍ତି କୁନି ବୈଜ୍ଞାନିକ ନେହ ସିଙ୍ଗଲା । ବୟସ ମାତ୍ର ୧୦ ବର୍ଷ । ଖେଳକୁଦ କରିବା ବୟସରେ ସେ କିନ୍ତୁ ନୂଆ ଆବିଷ୍କାର ଓ ଉଦ୍ଭାବନ କଥା ଚିନ୍ତା କରୁଛି । ବର୍ତ୍ତମାନ ସେ ଚଣ୍ଡିଗଡ ଦିଲ୍ଲୀ ପବ୍ଲିକ ସ୍ତୁଲର ଷ୍ଟାଣ୍ଡାର୍ଡ ଫିଫ୍ଥ ଛାତ୍ର । ୨୬ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ସବୁଠୁ କନିଷ୍ଠ । ଇ-ୱେଷ୍ଟ ମ୍ୟାନେଜମେଣ୍ଟ ଉପରେ ନେହ ଏକ ପ୍ରକଳ୍ପ ତିଆରି କରିଛନ୍ତି । ଖରାପ ମୋବାଇଲକୁ କିଭଳି ଉପଯୋଗ କରାଯାଇ ପାରିବ ତାହା କହୁଛି ନେହଙ୍କ ପ୍ରକଳ୍ପ । ପାଠ ପଢାରେ ବି ନେହ ଖୁବ୍ ଆଗୁଆ । ସ୍କୁଲର ସବୁ ପିଲାଙ୍କଠୁ ସେ ନିଆରା ବୋଲି କହିଛନ୍ତି ଶିକ୍ଷୟିତ୍ରୀ ଅନିତା ମହାଜନ

ନେହଙ୍କ ପିତା, ମାତା ଉଭୟ ପେସାରେ ଡାକ୍ତର। କାର୍ଯ୍ୟ ବ୍ୟସ୍ତତା ଭିତରେ ବି ପୁଅକୁ ଉଭୟ ସମୟ ଦିଅନ୍ତି। ପୁଅ ସ୍ବପ୍ନ ପୂରା କରିବାରେ ସବୁ ବେଳେ ଚେଷ୍ଟିତ। ଘରେ ଥିବା ବେଳେ ନେହ ପଢାପଢି କରିବାକୁ ଭଲ ପାଆନ୍ତି। ତେବେ ସବୁଠୁ ବଡ କଥା ହେଲା କୌଣସି କଥାକୁ ସେ ସହଜରେ ଗ୍ରହଣ ନକରି ସବୁବେଳେ ପ୍ରଶ୍ନ କରନ୍ତି।
ଲୋକଙ୍କ ଉପକାରରେ ଆସିବା ଭଳି ଏକ ଜିନିଷ ଉଦ୍ଭାବନ କରିବାକୁ ଲକ୍ଷ୍ୟ ରଖିଛନ୍ତି ନେହ ସିଙ୍ଗଲ