ଷ୍ଟାଇଲିଶ୍‌ ଅଭିନେତ୍ରୀଙ୍କ ଭଉଣୀ, କଂଗ୍ରେସ ନେତାଙ୍କ ଝିଅ… ଏହି ଅନ୍ଦାଜ୍‌ରେ ନଜର ଆସିଲେ ବଲିଉଡ ବ୍ୟୁଟି କୁଇନ୍

Published By : Prameya-News7 Bureau | February 06, 2020 IST

ମୁମ୍ବାଇ୬|୨: ବଲିଉଡ ଅଭିନେତ୍ରୀ ଆୟଶା ଶର୍ମା ନିଜ ହଟ୍‌ ଫଟୋ ପାଇଁ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ସେକ୍ସି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଆୟଶା ଜଣେ ମଡେଲ ଓ ଅଭିନେତ୍ରୀ। ଜନ୍‌ ଅବ୍ରାହମ୍‌ଙ୍କ ସହ ଫିଲ୍ମ ‘ସତ୍ୟମେବ ଜୟତେ’ରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଆୟଶା।

{"id":220768,"sizeSlug":"large"}

ଆୟଶା ଶର୍ମା ଅଭିନେତ୍ରୀ ନେହା ଶର୍ମାଙ୍କ ସାନ ଭଉଣୀ। ଆୟଶାଙ୍କ ବାପା ହେଉଛନ୍ତି କଂଗ୍ରେସ ନେତା ଅଜିତ୍‌ ଶର୍ମା। ଉଭୟ ଆୟଶା ଓ ନେହାଙ୍କ ଜନ୍ମ ବିହାର ଭାଗଲପୁରରେ ହୋଇଥିଲା।

{"id":220773,"width":581,"height":474,"sizeSlug":"large"}

ଆୟଶା ଦିଲ୍ଲୀରେ ନିଜ ପାଠ ପଢା ସାରିଛନ୍ତି। ଏମିଟି ବିଶ୍ବବିଦ୍ୟାଳୟରୁ ନିଜ ଇଞ୍ଜିନିୟରିଂ ସାରିଛନ୍ତି ଆୟଶା। ଆୟଶା ଜଣେ କଥକ୍‌ ଡାନ୍ସର। ଏହା ବ୍ୟତୀତ ସେ ହିପ୍‌ହପ୍‌, ସାଲସା ଓ ଜୈଜ୍‌ ଡାନ୍ସ ଫର୍ମସ୍‌ ମଧ୍ୟ ଜାଣିଛନ୍ତି। ୨୦୧୬ ମସିହାରେ ‘King Fisher Calander Girl’ ଥିଲେ ଆୟଶା।

{"id":220772,"sizeSlug":"large"}

ଥରେ ଆୟଶା ଗୋଟେ ଜନ୍ମଦିନ ପାର୍ଟିକୁ ବ୍ୟାକ୍‌ଲେସ୍‌ ମୋନୋକ୍ରମ୍‌ ଜୈପସୁଟ୍‌ ପିନ୍ଧି ଯାଇଥିବାରୁ ଖୁବ ଅଧିକ ଟ୍ରୋଲ ହୋଇଥିଲେ। ବୋଲ୍ଡ ଡ୍ରେସ୍‌ ପିନ୍ଧି ବାର୍ଥଡେ ପାର୍ଟିକୁ ଯାଇଥିବାରୁ ତାଙ୍କୁ ଟ୍ରୋଲ କରାଯାଇଥିଲା।

{"id":220769,"sizeSlug":"large"}

ଆୟଶା ଫିଟ୍‌ନେସ୍‌ ଫ୍ରିକ୍‌ ଭାବେ ମଧ୍ୟ ପରିଚିତ। ସେ ନିଜର ଅଧିକାଂଶ ସମୟ ଜିମ୍‌ରେ ବିତାନ୍ତି। ଆୟଶାଙ୍କୁ ବୁଲାବୁଲି କରିବାର ବହୁତ ଶଉକ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.