ସୋସିଆଲ ମିଡିଆରେ ନିଆଁ ଲଗାଇଲେ ନେହା ଶର୍ମା, ବିନା ମେକ୍‌ଅପ୍‌ରେ ସେୟାର କଲେ ହଟ୍ ଫଟୋ…

Published By : Prameya-News7 Bureau | January 08, 2020 IST

ମୁମ୍ବାଇ୮|୧: ୨୦୦୭ ମସିହାରେ ରିଲିଜ ହୋଇଥିବା ତେଲୁଗୁ ଫିଲ୍ମ ‘ଚିରୁତା’ରେ ଅଭିନୟ କରି ନିଜ ଫିଲ୍ମି କ୍ୟାରିୟର ଆରମ୍ଭ କରିଥିଲେ ନେହା। ଅଭିନେତ୍ରୀ ନେହା ଶର୍ମାଙ୍କ ଜନ୍ମ ଭାଗଲପୁରରେ ହୋଇଥିଲା। ନେହାଙ୍କ ବାପା ଜଣେ କଂଗ୍ରେସ ନେତା। ଏହା ସତ୍ତ୍ବେ ସେ ରାଜନୀତି ଛାଡି ଫିଲ୍ମ ଆଡକୁ ମୁହାଁଇଛନ୍ତି। ଇଣ୍ଡଷ୍ଟ୍ରିରେ ଏବେ ନେହା ଜଣେ ସଫଳ ଅଭିନେତ୍ରୀ। ମୋହିତ ସୁରୀଙ୍କ ଫିଲ୍ମ ‘କ୍ରୁକ୍’ରେ ଅଭିନୟ କରି ବଲିଉଡରେ ଡେବ୍ୟୁ କରିଥିଲେ ନେହା।

{"id":208492,"sizeSlug":"large"}

ବଲିଉଡ ଡିଭା ନେହା ଅଧିକାଂଶ ସମୟରେ ନିଜ ହଟ୍‌ ଓ ସେକ୍ସି ଫଟୋ ପାଇଁ ଚର୍ଚ୍ଚାରେ ଥାନ୍ତି। ସୋସିଆଲ ମିଡିଆରେ ନେହାଙ୍କର ଅସଂଖ୍ୟ ଫଲୋଅର୍ସ ଅଛନ୍ତି। ନିକଟରେ ନେହା ନିଜ ହଟ୍‌ ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ଉପହାର ଦେଇଛନ୍ତି।

{"id":208493,"sizeSlug":"large"}

ନିଜର ସିଜ୍‌ଲିଂ ଫଟୋ ସେୟାର କରି ଇଣ୍ଟରନେଟ୍‌ରେ ନିଆଁ ଲଗାଇଛନ୍ତି ନେହା। ‘ନୋ ମେକ୍‌ ଅପ୍‌’ ଲୁକ୍‌ରେ ମଧ୍ୟ ସେ କୌଣସି ପରୀଠୁ କମ ଦେଖାଯାଉନଥିଲେ। ନେହା ଏହି ଫଟୋରେ ନେହା ଗୋଟେ ଅରେଞ୍ଜ କଲରର ଡ୍ରେସ୍‌ ପିନ୍ଧିଛନ୍ତି।

{"id":208494,"sizeSlug":"large"}

ନେହା ନିଜ ଅପକମିଂ ଫିଲ୍ମ ‘ତାହ୍ନାଜି-ଦ ଅନ୍‌ସଙ୍ଗ ୱାରିଅର’ ପାଇଁ ଜୋରସୋରରେ ପ୍ରସ୍ତୁତି ଚଲାଇଛନ୍ତି। ଏହି ଫିଲ୍ମରେ ନେହାଙ୍କ ବ୍ୟତୀତ ଅଜୟ ଦେବଗନ, କାଜୋଲ ଏବଂ ସୈଫ ଅଲ୍ଲୀ ଖାନ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଚଳିତ ମାସ ୧୦ ତାରିଖରେ ଏହି ଫିଲ୍ମଟି ରିଲିଜ ହେବାକୁ ଯାଉଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.