Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||

ଓ୍ବେଡିଂ ଲେହେଙ୍ଗାକୁ ନେଇ ମୁହଁ ଖୋଲିଲେ ନେହା କକ୍କଡ, କହିଲେ- ‘ଫ୍ୟାଶନ ଡିଜାଇନର ସବ୍ୟସାଚୀ ଉପହାର ଦେଇଥିଲେ’

29/10/2020 at 3:38 PM

ନୂଆଦିଲ୍ଲୀ ୨୯/୧୦: ଲକଡାଉନ ପରେ ଯେଉଁ ସବୁ ସେଲିବ୍ରିଟି ବାହାହୋଇଛନ୍ତି ସେମାନଙ୍କ ମଧ୍ୟରେ ନେହା କକ୍କଡ ଓ ରୋହନ ପ୍ରୀତ ସିଂହଙ୍କ ବିବାହ ଚର୍ଚାରେ ରହିଛି। ଅକ୍ଟୋବର ୨୪ରେ ଦିଲ୍ଲୀର ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଏହା ସହ ନେହା ଓ ରୋହନଙ୍କ ଭିଡ଼ିଓ ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ବାହାଘରରେ ନେହା ସୁନ୍ଦର ବ୍ରାଇଡାଲ ଲେହେଙ୍ଗାରେ ନଜର ଆସିଥିଲେ। ଅବଶ୍ୟ ସେ ମଧ୍ୟ ବେଶ୍ ସୁନ୍ଦର ଲାଗୁଥିଲେ। ତେବେ ସେ ତାଙ୍କ ବ୍ରାଇଡାଲ ଆଉଟଫିଟକୁ ନେଇ ଟ୍ରୋଲର ଶିକାର ହୋଇଛନ୍ତି।

ତାଙ୍କ ଲୁକ୍ କୁଆଡେ ଅନୁଷ୍କା ଶର୍ମା, ପ୍ରିୟଙ୍କା ଚୋପ୍ରା ଓ ଦୀପିକା ପାଦୁକୋନଙ୍କ ବ୍ରାଇଡାଲ ଲୁକ ସହ ଖାପ୍ ଖାଉଛି। ଏହାକୁ ନେଇ ୟୁଜରମାନେ ତାଙ୍କୁ ଟ୍ରୋଲ କରିଛନ୍ତି। ତାଙ୍କ ବ୍ରାଇଡାଲ ଆଉଟଫିଟକୁ ‘ରିମେକ’ ଓ ‘କପି’ କୁହାଯାଇ ଟ୍ରୋଲ କରାଯାଉଛି।

ଟ୍ରୋଲିଂ ପରେ ନେହା ଏବେ ମୁହଁ ଖୋଲିଛନ୍ତି। ଏହା ସହ ୟୁଜରଙ୍କୁ ଏହାର କଡ଼ା ଜବାବ ରଖିଛନ୍ତି। ଗୁରୁଦ୍ବାରାରେ ବାହାଘର ସମୟରେ ସେ ଯେଉଁ ଆଉଟଫିଟ ପିନ୍ଧିଥିଲେ ତାହା ତାଙ୍କୁ ଲୋକପ୍ରିୟ ଫ୍ୟାଶନ ଡିଜାଇନର ସବ୍ୟସାଚୀ ଉପହାର ଦେଇଥିବା କହିଛନ୍ତି ନେହା।

ସେ ସୋସିଆଲ ମିଡ଼ିଆରେ ନିଜର ବ୍ରାଇଡାଲ ଲୁକର ଏକ ଫଟୋ ସେୟାର କରି ଲେଖିଛନ୍ତି ଲୋକମାନେ ତାଙ୍କ ଜୀବନରେ ସବ୍ୟସାଚୀଙ୍କ ଡିଜାଇନ ଡ୍ରେସ ପିନ୍ଧିବାକୁ ବ୍ୟଗ୍ର ଥାନ୍ତି। ଏ ଆଉଟଫିଟ୍ ତାଙ୍କୁ ସବ୍ୟସାଚୀ ଗିଫ୍ଟ କରିଛନ୍ତି। ସ୍ବପ୍ନ ସତ ହୋଇଥାଏ ମାତ୍ର କଠିନ ପରିଶ୍ରମ କଲେ ଏହା ଆହୁରି ଅଧିକ ସୁନ୍ଦର ହୋଇଥାଏ। ତାଙ୍କର ଏବେ ଏ ପୋଷ୍ଟରୁ ସ୍ପଷ୍ଟ ବାରି ହୋଇଯାଇଛି ଯେ ସେ ତାଙ୍କ ବାହାଘର ଆଉଟଫିଟ୍ ନିଜେ ବାଛି ନ ଥିଲେ।

   Related Posts