ବିବାହ କରିବେ ନେହା କକ୍କର ! ଏହି ଗାୟକଙ୍କ ସହ ପଡିବ ହାତଗଣ୍ଠି

Published By : Prameya-News7 Bureau | October 12, 2020 IST

ମୁମ୍ବାଇ, ୧୨।୧୦:  ବିବାହ କରିବେ ନେହା କକ୍କର । ବଲିଉଡର ପ୍ରସିଦ୍ଧ ଗାୟିକା ନେହା ପଟିଆଲାରେ ରହୁଥିବା ଗାୟକ ରୋହନପ୍ରିତ ସଂଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି କୁହାଯାଉଛି । ଅକ୍ଟୋବର ୨୪ରେ ଉଭୟ ବିବାହ ପାଇଁ ତାରିଖ ସ୍ଥିର କରିଥିବା ଜଣାପଡିଛି ।

ନିକଟରେ ଉଭୟଙ୍କ ରୋକା ସେରିମନୀ ବା ନିର୍ବନ୍ଧର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଉଭୟଙ୍କ ମଧ୍ୟରେ ଡାଏମଣ୍ଡ ଦା ଛଲ୍ଲାର ଶୁଟିଂ ସେଟରେ ପ୍ରଥମ ସାକ୍ଷାତ ହୋଇଥିଲା । ଏହାପରେ ଉଭୟ ବିବାହ କରିବା ପାଇଁ ମନସ୍ଥ କରିଥିଲେ ।

{"id":343176,"sizeSlug":"large"}

ଉଭୟ ନେହା ଓ ରୋହନପ୍ରିତ ଔପଚାରିକ ଭାବେ ବିବାହ ତାରିଖ ଘୋଷଣା କରି ନାହାଁନ୍ତି । କିନ୍ତୁ ନେହା ଯେପରି ଭାବେ ରୋହନପ୍ରିତଙ୍କୁ ତୁମେ ମୋର କରି ସମ୍ବୋଧିତ କରିଥିଲେ, ଏହି କଥାରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ଜଣାପଡୁଛି ।

ଅନେକ ଦିନ ଧରି ନେହା ଓ ରୋହନପ୍ରିତଙ୍କ ପ୍ରେମ ସମ୍ପର୍କକୁ ନେଇ ଖବର ଆସୁଥିଲା । କିଛିଦିନ ପୂର୍ବରୁ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ଉଭୟ ପ୍ରକାଶ କରିଥିଲେ । ସେମାନେ ଏବେ ଇନଷ୍ଟାଗ୍ରାମରେ ଏକାଠି ଫଟୋ ସେୟାର କରିଛନ୍ତି । ଏହି ଫଟୋକୁ ସେୟାର କରି ନେହା ଲେଖିଥିଲେ ଯେ, ରୋହନପ୍ରତି, ତୁମେ ମୋର ଅଟ । ଏହାପରେ ରୋହନପ୍ରିତ ମଧ୍ୟ ନେହାଙ୍କ ଫଟୋ ସେୟାର କରି ମୋ ପ୍ରାଣପ୍ରିୟାଙ୍କୁ ଦେଖନ୍ତୁ ବୋଲି ଲେଖିଥିଲେ । ଉଭୟ ନିଜ ନାମର ହାସଟ୍ୟାଗ୍ ନେହୁପ୍ରିତ୍ କହିଥିଲେ ।

{"id":343177,"sizeSlug":"large"}

କେବଳ ଏତିକି ନୁହେଁ, ଉଭୟ ଉଭୟଙ୍କ ଫଟୋରେ ପ୍ରେମଭରା କେମଣ୍ଟ ଦେଇଥିଲେ । ସୋସିଆଲ ମିଡିଆରେ ଉଭୟଙ୍କ ଯୋଡିକୁ ପ୍ରଶଂସକମାନେ ମଧ୍ୟ ବେଶ୍ ପ୍ରଶଂସା କରିଛନ୍ତି ।ଏହାସହ ଶୁଭକାମନା ମଧ୍ୟ ଜଣାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.