ଲାଲ୍ ଚୁଡ଼ି ପିନ୍ଧି ଭିଡିଓ ସେୟାର କଲେ ନେହା କକ୍କଡ୍
9/02/2020 at 12:18 PM

ମୁମ୍ବାଇ୯|୨: ବଲିଉଡ୍ର ପ୍ରସିଦ୍ଧ ଗାୟିକା ନେହା କକ୍କଡଙ୍କ ବିବାହକୁ ନେଇ ଏବେ ଖୁବ ଚର୍ଚ୍ଚା ଚାଲିଛି। ପ୍ରସିଦ୍ଧ ଗାୟକ ଉଦିତ୍ ନାରାୟଣ ଓ ତାଙ୍କ ସ୍ତ୍ରୀ ନେହାଙ୍କୁ ବୋହୂ କରିବାକୁ ଚାହୁଁଛନ୍ତି। ଇଣ୍ଡିଆନ ଆଇଡଲ ୧୧’ ଶୋ’କୁ ହୋଷ୍ଟ କରୁଥିବା ଉଦିତ୍ଙ୍କ ପୁଅ ଆଦିତ୍ୟ ନାରାୟଣଙ୍କୁ ବିବାହ କରିବେ ନେହା।

ଉଭୟଙ୍କ ବିବାହ ଆସନ୍ତା ଫେବୃୟାରୀ ୧୪ ତାରିଖ ଅର୍ଥାତ୍ ଭାଲେଣ୍ଟାଇନ ଡେ’ରେ ହେବ ବୋଲି କୁହାଯାଉଛି। ନିକଟରେ ଉଭୟଙ୍କ ବିବାହକୁ ନେଇ ନେହାଙ୍କ ଭାଇ ଟୋନି କକ୍କଡ୍ ଏକ ଖୁଲାସା କରିଛନ୍ତି। କିଛି ଦିନ ତଳେ ଟୋନି କକ୍କଡ୍ ଏମାନଙ୍କର ବିବାହ ପୂର୍ବରୁ ସିଙ୍ଗଲ ଥିବାବେଳେ ଏକତ ଶୁଟ୍ କରିଥିଲେ। ଟୋନି ନିଜେ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି ଏହା କହିଛନ୍ତି।

ଏବେ ନେହା ହାତରେ ଲାଲ୍ ଚୁଡ଼ି ପିନ୍ଧିଥିବା ନଜର ଆସିଛନ୍ତି। ଟୋନିଙ୍କ ପରେ ନେହା ମଧ୍ୟ ଏକ ଭିଡିଓ ତାଙ୍କ ଇନ୍ଷ୍ଟାଗ୍ରାମରେ ସେୟାର କରିଛନ୍ତି। ଭିଡିଓରେ ନେହା ଏକ କାର୍ରେ ବସିଥିବା ଦେଖିବାକୁ ମିଳିଛି। ହାତରେ ଲାଲ୍ ଏବଂ ଧଳା ରଙ୍ଗର ଚୁଡ଼ି ପିନ୍ଧି ଭିଡିଓ କରିଛନ୍ତି ନେହା। ସେ ଏକ ଗୀତ ‘କବ୍ ଓ୍ବ ଦିନ୍ ଆୟେଗା, ଜବ୍ ହମ୍ ଭି ମେହେନ୍ଦୀ ଲଗାୱାଏଙ୍ଗେ ନା ଜାନେ କବ୍ ଆୟେଙ୍ଗେ ଔର୍ ଡୋଲି ମେ ଲେ ଯାଏଙ୍ଗେ’ ଗାଉଛନ୍ତି।

ଭାଲେଣ୍ଟାଇନ୍ ଓ୍ବିକ୍ରେ ନେହା ଏଭଳି ଭିଡିଓ କରିଥିବାରୁ ସେ ବେଶ ଚର୍ଚ୍ଚାରେ ଅଛନ୍ତି।ଭିଡିଓଟି ମଧ୍ୟ ଭାଇରାଲ ହେବାରେ ଲାଗିଛି। ନେହା ଏହି ଭିଡିଓ ଗୋଆରେ କରିଛନ୍ତି। ତେବେ ନେହାଙ୍କ ବିବାହ ଖବର କେତେ ସତ ତାହା ଆସନ୍ତା ୧୪ ତାରିଖରେ ଜଣା ପଡିବ।